ବ୍ରହ୍ମପୁର: ଏଟିଏମ୍ରେ ଟଙ୍କା ଭର୍ତ୍ତି ନାଁରେ ଟଙ୍କା ହଡ଼ପ । ଲକ୍ଷେ କି ଦୁଇ ଲକ୍ଷେ ନୁହଁ ବରଂ ୪୫ ଲକ୍ଷ ଟଙ୍କା ହଡ଼ପ କଲେ କ୍ୟାସ୍ ଡିପୋଜିଟର । ବାରମ୍ୱାର ଟଙ୍କା ଫେରାଇବାକୁ କହିବା ପାରେ ମଧ୍ୟ ଶୁଣିଲେନି ଡିପୋଜିଟର । ଶେଷରେ ଥାନାରେ ଅଭିଯୋଗ ପରେ କ୍ୟାସ ଡିପୋଜିଟରଙ୍କୁ ଗିରଫ କଲା ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମର ୪୨ ବର୍ଷୀୟ ଦୀପକ ପାଢ଼ୀ । ଗିରଫ ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି ।
ଗିରଫ ଦୀପକ ବ୍ରହ୍ମପୁର ସହରର ବିଭିନ୍ନ ଏଟିଏମ୍ରେ ଟଙ୍କା ଡିପୋଜିଟ୍ ପାଇଁ ସିଏମ୍ଏସ୍ ଇନ୍ ସିଷ୍ଟମର କ୍ୟାସ୍ ଡିପୋଜିଟର ଭାବରେ ନିୟୋଜିତ ହୋଇଥିଲେ । ଗତ ଏକ ବର୍ଷ ଧରି ସେ ଏହି କାର୍ଯ୍ୟ କରି ଆସୁଥିଲେ । ହେଲେ ବିଭିନ୍ନ ସମୟରେ ଟଙ୍କା ଡିପୋଜିଟ୍ ନାମରେ ପ୍ରାୟ ୪୫ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସଂସ୍ଥାର ମ୍ୟାନେଜର ଭବାନୀପ୍ରସାଦ ସାମନ୍ତ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ସହରର ବୈଦ୍ୟନାଥପୁର ଥାନା ପୋଲିସ କ୍ୟାସ୍ ଡିପୋଜିଟରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଏହା ମଧ୍ୟପଢନ୍ତୁ- Watch: ମାତିଛନ୍ତି ଲୁଟେରା, ଏଟିଏମ ମେସିନ ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା
ଅଭିଯୁକ୍ତ ଜଣଙ୍କ ସହରର ବିଭିନ୍ନ ଏଟିଏମ୍ରେ ଟଙ୍କା ଡିପୋଜିଟ୍ ପାଇଁ କମ୍ପାନୀରୁ ଟଙ୍କା ଆଣି ହଡ଼ପ କରୁଥିଲେ। ଏନେଇ କମ୍ପାନୀ ପକ୍ଷରୁ ଅଡିଟ୍ ବେଳେ ସ୍ପଷ୍ଟ ହୋଇଥିଲା । ଟଙ୍କା ଫେରସ୍ତ ପାଇଁ ବହୁବାର କମ୍ପାନୀ ପକ୍ଷରୁ ଗିରଫ କୁହାଯାଇଥିଲେ ମଧ୍ୟ ସେ ଟଙ୍କା ପୈଠ କରି ନଥିଲେ । ଯାହାକୁ ନେଇ ସିଏମ୍ଏସ୍ ଇନ୍ ସିଷ୍ଟମର ମ୍ୟାନେଜର ଭବାନୀପ୍ରସାଦ ସାମନ୍ତ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଶେଷରେ ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି ଡିପୋଜିଟର ଦୀପକ ପାଢ଼ୀ ।
ଏହା ମଧ୍ୟ ପଢନ୍ତୁ- ସଫଳ ହେଲାନି ପ୍ଲାନ: ଏଟିଏମ ଲୁଟ ପୂର୍ବରୁ 5 ଡକାୟତଙ୍କ ହାତରେ ହାତକଡି ପକାଇଲା ପୋଲିସ
ଗତ ସେପ୍ଟେମ୍ବର ମାସରେ ଜଟଣୀ ରେତଙ୍ଗ କଲୋନୀ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ର ଏଟିଏମ୍ରୁ ଟଙ୍କା ଲୁଟ୍ ହୋଇଥିଲା । ଦୁର୍ବୃତ୍ତମାନେ ସଟର ତାଡ଼ି ଗ୍ୟାସ୍ କଟର ସାହାଯ୍ୟରେ ଏଟିଏମ ମେସିନକୁ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ । ଜଟଣୀ ସହରରେ ଗଣେଶ ମହୋତ୍ସବ ଚାଲିଥିବା ବେଳେ କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର