ETV Bharat / state

ଗଞ୍ଜାମ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ: ପୂର୍ବତନ ମେୟରଙ୍କ ଗାଡିକୁ ବୋମାମାଡ

author img

By ETV Bharat Odisha Team

Published : Sep 30, 2023, 11:16 AM IST

ଅଶାନ୍ତ ଗଞ୍ଜାମ । ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ । ଗୋଷାଣି ନୂଆଗାଁ ବଡ଼ ସାହିଠାରେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ବ୍ରହ୍ମପୁରର ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ଼

ବ୍ରହ୍ମପୁର: ଅଶାନ୍ତ ଗଞ୍ଜାମ । ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ । ଗୋଷାଣି ନୂଆଗାଁ ବଡ଼ ସାହି ଠାରେ ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ସୌଭାଗ୍ୟବଶତଃ ଏଥିରେ କେହି ଆହତ ହୋଇନାହାନ୍ତି ।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ ହୋଇଛି । ଗତକାଲି( ଶୁକ୍ରବାର) ବିଳମ୍ୱିତ ରାତିରେ ବ୍ରହ୍ମପୁର ସହରର ଗୋଷାଣି ନୂଆଗାଁ ବଡ଼ସାହି ଠାରେ କେହି ଦୁର୍ବୃତ୍ତ ମେୟରଙ୍କ ଗାଡି ଉପରକୁ ବୋମାମାଡ କରି ଫେରାର ହୋଇଯାଇଥିଲା । ଶିବଶଙ୍କର ଦାଶଙ୍କ ଘର ଆଗରେ ଥିବା ଗାଡି ଉପରେ ଆକ୍ରମଣ ହୋଇଛି । ତେବେ ବୋମାମାଡ ଯୋଗୁଁ ଗାଡିର ସମ୍ମୁଖ କାଚ ଭାଙ୍ଗିଯାଇଥିବା ବେଳେ ସୌଭାଗ୍ୟବଶତଃ କେହି ଆହତ ହୋଇନାହାନ୍ତି ।

ଏନେଇ ଖବରପାଇବା ପରେ ବ୍ରହ୍ମପୁର ସହରର ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଗୋଷାଣୀ ନୁଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଓ ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ସମେତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ କିଏ ଓ କାହିଁକି ଏଭଳି ବୋମାମାଡ କରିଛି ତାହାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଆକ୍ରମଣର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ କୌଣସି ରାଜନୈତିକ ଆକ୍ରୋଶମୂଳକ ଆକ୍ରମଣ ନା ବ୍ୟକ୍ତିଗତ ଶତ୍ରୁତା ସେ ଦିଗରୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ.. ପୁଣି ଅଶାନ୍ତ ପାଲଟିଲା ଗଞ୍ଜାମ, 24 ଘଣ୍ଟାରେ ଗଡ଼ିଲା ଦୁଇଟି ମୁଣ୍ଡ

ତେବେ ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଏବେ ଗଞ୍ଜାମ ଅଶାନ୍ତ ହୋଇଉଠିଛି । ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରହ୍ମପୁରରେ ଅପରାଧିମାନଙ୍କ ଏଭଳି ଖୁଲମଖୋଲା କାର୍ଯ୍ୟକଳାପ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନ୍ୟପଟେ ଗତ 48 ଘଣ୍ଟା ମଧ୍ୟରେ କ୍ରାଇମ ହବ ପାଲଟିଛି ଗଞ୍ଜାମ । ପୂର୍ବତନ ମେୟରଙ୍କ ଗାଡି ଉପରକୁ ବୋମାମାଡ ପୂର୍ବରୁ ଗଞ୍ଜାମରେ ଦୁର୍ବୃତ୍ତଙ୍କ ଆକ୍ରମଣରେ 2 ଜଣଙ୍କ ଜୀବନ ଯାଇଛି । ଗୁରୁବାର ରାତିରେ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗାଁରେ ଗଣେଶ ପୂଜା ଭୋଜି ଖାଇବାକୁ ବସିଥିବା ବେଳେ ସୁନିଲ ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ସୁନିଲ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଛି । ତେବେ ସେ ଆସିକା ବ୍ଲକ ଅଧ୍ୟକ୍ଷାଙ୍କ ଦେଢଶୂର ଅଟନ୍ତି ।

ସେପଟେ ଧରାକୋଟ ଥାନା ଅନ୍ତର୍ଗତ ବାରିଗୁଡା ଗ୍ରାମର ଅନିଲ ମହାନ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅନିଲଙ୍କୁ ଉଖୁଡାପଟା ଠାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଯେଉଁଥିରେ ତାଙ୍କ ମୃତ୍ୟୁ ଘଟିଛି । ତେବେ ସମସ୍ତ ଘଟଣାର ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.