ETV Bharat / state

ରାସ୍ତାକାମ ଦାବି ନେଇ ରାସ୍ତା ରୋକିଲେ ବୁଦୁଲି ଗ୍ରାମବାସୀ - ରାସ୍ତାକାମ

ରାସ୍ତା ନିର୍ମାଣ ଦାବି କରି ରାସ୍ତାରୋକ କରିଛନ୍ତି ଭଞ୍ଜନଗର ବ୍ଲକ ମୁଜାଗୁଡ ପଞ୍ଚାୟତର ବୁଦୁଲି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Feb 5, 2019, 5:03 PM IST

ଭଞ୍ଜନଗର: ରାସ୍ତା ନିର୍ମାଣ ଦାବି କରି ରାସ୍ତାରୋକ କରିଛନ୍ତି ଭଞ୍ଜନଗର ବ୍ଲକ ମୁଜାଗୁଡ ପଞ୍ଚାୟତର ବୁଦୁଲି ଗ୍ରାମବାସୀ । ସରକାରୀ ନିଷ୍ପତ୍ତି ଅନୁଯାୟୀ ବୁଦୁଲିଠାରୁ ବାରୁଡା ଯାଏଁ ନିର୍ମାଣ ହେବାକୁ ଥିବା ଆର୍‌ଡି ରୋଡ୍‌ରୁ ବାଦ୍‌ ପଡିଛି ବୁଦୁଲି ଗ୍ରାମ । ଯାହାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ପ୍ରତିିନିଧି, ଭଞ୍ଜନଗର
undefined

ଫଳରେ ବ୍ରହ୍ମପୁର ଓ ଫୁଲବାଣୀ ମଧ୍ୟରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । କେବଳ ସେତିକି ନୁହେଁ ରାସ୍ତାରୋକ ଯୋଗୁଁ ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ମଧ୍ୟ ଅଟକି ରହିଥିଲା । ତେବେ ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ୱରେ କରାଯାଇଥିବା ଏହି ରାସ୍ତାରୋକର ଖବର ପାଇ ଭଞ୍ଜନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ତେବେ ରାସ୍ତାରୋକରେ ଲୋକଙ୍କ ଦାବି ରହିଥିଲା କି ବୁଦୁଲି ଗ୍ରାମକୁ ବାଦ୍‌ ଦେଇ ରାସ୍ତା କାମ କରାଯାଉଛି । ତେବେ ରାସ୍ତା ଅବରୋଧ ଖବର ପାଇ ବିଭାଗୀୟ ଅଧିକାରୀ ଏବଂ ତହସିଲଦାରଙ୍କ ସମେତ ଭଞ୍ଜନଗର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିଲେ ଏବଂ ପାଞ୍ଚଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ ।

ଅଧିକାର ପାଇବାର ପ୍ରତିଶୃତି ମିଳିବା ପରେ ରାସ୍ତାରୋକରୁ ଗ୍ରାମବାସୀମାନେ ହଟିବା ସହ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:Body:

ରାସ୍ତାକାମ ଦାବି ନେଇ ରାସ୍ତା ରୋକିଲେ ବୁଦୁଲି ଗ୍ରାମବାସୀ

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.