ETV Bharat / state

ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ - nominee

ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀଆରୁଖ ହୋଇଥିବାବେଳେ କଂଗ୍ରେସର ସଞ୍ଜୟ ତ୍ରିପାଠୀ ନିଜନିଜର ସମର୍ଥକଙ୍କ ଶହ ଏକ ବିରାଟ ପଟୁଆରରେ ପହଞ୍ଚି ନାମାଙ୍କପତ୍ର ଦାଖଲ କରିଛନ୍ତି। ଏପଟେ ସ୍ଵାଧିନପ୍ରାର୍ଥୀ ଭାବେ ନିରାକାର ନାୟକ ସୋରଡା ବିଧାୟକ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଫଟୋ ସୌଜନ୍ୟ : ପ୍ରତିନିଧି,ଭଞ୍ଜନଗର
author img

By

Published : Mar 25, 2019, 11:34 PM IST

ଭଞ୍ଜନଗର: କନ୍ଧମାଳ ସଂସଦୀୟ କ୍ଷେତ୍ର ଏବଂ ଆସିକା ସଂସଦୀୟ କ୍ଷେତ୍ରର ବିଧାନସଭା ନିମନ୍ତେ ଉଭୟେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀମାନେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ
କରିବାର କାର୍ଯ୍ୟକ୍ରମ ରହିଛି । ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟକ ପ୍ରାର୍ଥୀବିକ୍ରମ କେଶରୀଆରୁଖ ହୋଇଥିବା ବେଳେ କଂଗ୍ରେସର ସଞ୍ଜୟ ତ୍ରିପାଠୀ ନିଜନିଜର ସମର୍ଥକଙ୍କ ଶହ ଏକ ବିରାଟ ପଟୁଆରରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭଞ୍ଜନଗର

ଏପଟେ ସ୍ଵାଧିନପ୍ରାର୍ଥୀ ଭାବେ ଜଣେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି, ସେହିପରି ସୋରଡା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଏବଂ କଂଗ୍ରେସ ଦଳର ସଂଗ୍ରାମ କେଶରୀ ମହାନ୍ତି ଓ ସ୍ଵାଧୀନ ପ୍ରାର୍ଥୀ ଭାବେ ନିରାକାର ନାଇକ ନିଜନିଜର ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହିତ ଆସିକା ନିର୍ବାଚନ ମଣ୍ଡଳୀର ବିଜେଡି ମହିଳା ପ୍ରାର୍ଥୀ ମଞ୍ଜୁଳା ସ୍ଵାଇଁ , ବିଜେପିର ବିଧାୟକ ପ୍ରାର୍ଥୀ ଦେବରାଜ ମହାନ୍ତି ସଦଳବଳେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଆଜି ପ୍ରାର୍ଥୀପତ୍ର ଦାଖଲ ସମୟରେ ଭଞ୍ଜନଗର ସହରରେ ଭର୍ତ୍ତି ହୋଇଥିଲେ ହଜାର ହଜାର ଲୋକେ। ତେବେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଆସନ୍ତାକାଲି ଭଞ୍ଜନଗର ଓ ସୋରଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:Body:

ବିଜେପିର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ, ବିଜେଡ଼ି ଆଣିଲା ଅଭିଯୋଗ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ନିର୍ବାଚନ ପର୍ବ। ସବୁ ଦଳ ରଣାଙ୍ଗନକୁ ଓହ୍ଲାଇବାକୁ ସଜବାଜ ହେଉଥିବା ବେଳେ ଅଭିଯୋଗର ଫର୍ଦ୍ଦ ମଧ୍ୟ ବଢିବାରେ ଲାଗିଛି। ବିଶେଷ କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ଖବର ସାମ୍ନାକୁ ଆସୁଛି। ପ୍ରଚାର ପାସରକୁ ନେଇ ଭାରତୀୟ ଜନତା ପାର୍ଟିର ଛାପ ପଡୁଥିବା ନେଇ ଅଭିଯୋଗ ଆଣିଛି ବିଜେଡି। ଉଜ୍ଜ୍ବଳା ଯୋଜନାରେ ଆଚରଣ ବିଧି ଉଲ୍ଲଘଂନ କରାଯାଇଛି ବୋଲି ବିଜେଡି ଅଭିଯୋଗ ଆଣିଛି। ତା ସହ ବିଏସଏନ୍ଏଲରେ ବାଜୁଥିବା କଲର୍ ଟ୍ୟୁନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ବାଚନ କମିଶନଙ୍କ ନିକଟକେ ଫେରାଦ ହୋଇଛି ବିଜେଡ଼ି।

ଆଚରଣ ବିଧି ଲାଗୁ ହେବା ପରେ କୌଣସି ଭାବେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇପାରିବ ନାହିଁ। ଇଣ୍ଡିଆନ୍ ଅଏଲ ଯେଉଁ ଭଳି ଭାବରେ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ଏହାକୁ ବିଜେଡ଼ି ଘୋର ବିରୋଧ କରିଛି। ଦ୍ଵିତୀୟ ରେ ମୋବାଇଲ ଟେଲିଫୋନ ବିଏସଏନ୍ଏଲରେ ବାଜୁଥିବା କଲର୍ ଟ୍ୟୁନ ରେ ଥିବା କେନ୍ଦ୍ର ସରକାରଙ୍କର 'ଦେଶ ବଦଲ ରହାହେ' ବାଜୁଥିବା ବେଳେ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ବିଜୁ ଜନତା ଦଳ ଦାବି କରିଛି।

ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯଦି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ତେବେ ରାଜ୍ୟ ଜାଣିବେ ଯେ କୌଣସି ନା କୌଣସି ସ୍ଥାନରେ କେନ୍ଦ୍ର ସରକାରଙ୍କର ଚାପ ବଳବତ୍ତର ରହିଛି।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.