ETV Bharat / state

ୱାହିଦା ରେହମାନଙ୍କ ଓଡିଶା କନେକ୍ସନ୍‌: ବ୍ରହ୍ମପୁର ଆସିଥିଲେ, କ୍ଲାସିକାଲ୍‌ ନୃତ୍ୟରେ କରିଥିଲେ ମତୁଆଲା - veteran Indian actress waheeda rehman

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ୱାହିଦା ରେହମାନଙ୍କର ବ୍ରହ୍ମପୁର ସହିତ ରହିଥିଲା ବେଶ ନିବିଡ଼ ସମ୍ପର୍କ । ପ୍ରାୟ 14 ବର୍ଷ ବୟସରେ ସେ ବ୍ରହ୍ମପୁର ଆସିଥିଲେ ଏବଂ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ଯାହାକୁ ଆଜି ବି ବ୍ରହ୍ମପୁର ବାସିନ୍ଦା ମନେ ରଖିଛନ୍ତି । ଅଧିକ ପଢନ୍ତୁ

ୱାହିଦା ରେହମାନ
ୱାହିଦା ରେହମାନ
author img

By ETV Bharat Odisha Team

Published : Sep 28, 2023, 2:25 PM IST

ୱାହିଦା ରେହମାନଙ୍କ ଓଡିଶା କନେକ୍ସନ୍‌

ବ୍ରହ୍ମପୁର: ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ‘ଦାଦା ସାହେବ ଫାଲକେ ସମ୍ମାନ’ । ଭାରତୀୟ ସିନେମାରେ ଜୀବନବ୍ୟାପୀ ସାଧନା ପାଇଁ ୱାହିଦା ରେହମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିବା ପରେ ଏହାକୁ ନେଇ ବ୍ରହ୍ମପୁରରେ ଦେଖାଦେଇଛି ଖୁସିର ମାହୋଲ । ବଲିଉଡର ଅଭିନେତ୍ରୀ ୱାହିଦାଙ୍କ ସହିତ ବ୍ରହ୍ମପୁରର ସମ୍ପର୍କ ରହିଥିଲା ବେଶ ନିବିଡ଼ ।

ବଲିଉଡର ଚଳଚ୍ଚିତ୍ରରେ ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା ଏହି ଅଭିନେତ୍ରୀ ୱାହିଦାଙ୍କର ରେଶମ ସହର ପ୍ରତି ରହିଥିଲା ସ୍ୱତନ୍ତ୍ର ସଂପର୍କ । ବ୍ରହ୍ମପୁରରେ ପୂର୍ବରୁ ରହିଆସୁଥିବା ତାଙ୍କ ମାମୁଁ ଡଃ ଫିରୋଜ ଅଲ୍ଲୀଙ୍କ ଘରକୁ ଅନେକବାର ଆସିଛନ୍ତି ୱାହିଦା । ଅଭିନେତ୍ରୀ ୱାହିଦା ରେହମାନ ୧୯୬୧ ମସିହାରେ ବ୍ରହ୍ମପୁର ସହରରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇ ସେହି ସମୟରେ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ । ସହରର ଗଞ୍ଜାମ କଳା ପରିଷଦ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ କଲେଜ ପଡ଼ିଆ ଠାରେ ଆୟୋଜନ କରାଯାଇଥିଲା । ଆଜି ବି ସେହି ଦିନର କଥାକୁ ମନେ ପକାଇଛନ୍ତି ସହରର ଅତ୍ୟନ୍ତ ପୁରାତନ ଗଞ୍ଜାମ କଳା ପରିଷଦର ସଭାପତି ।

ଏହା ମଧ୍ୟ ପଢନ୍ତୁ: Dadasaheb Phalke Award: ସମ୍ମାନିତ ହେବେ ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନ

ଯେତେବେଳେ ମାତ୍ର 18 ରୁ 19 ବର୍ଷ ବୟସ ହୋଇଥିଲା, ସେ ସେହି ସମୟରେ ବ୍ରହ୍ମପୁରରେ ଅନେକ ଥର ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହିତ ସେ ଆଲୋଚନା କରିବା ଏବଂ ସହରର କବିସୂର୍ଯ୍ୟ ରଙ୍ଗ ମଞ୍ଚ ଏକପ୍ରକାର ୱାହିଦା ରେହମାନଙ୍କ ଆମ ରାଜ୍ୟରେ ତାଙ୍କ ନୃତ୍ୟର ଝଲକ ଦେଖିବାକୁ ମିଳିଥିବା କୁହାଯାଏ । ଅଭିନେତ୍ରୀ ୱାହିଦାଙ୍କ ନୃତ୍ୟଠାରୁ ଆରମ୍ଭ କରି ଅନେକ ଅଭିନୟ ଦର୍ଶକଙ୍କୁ ଅନେକ ଆକୃଷ୍ଟ କରିଥାଏ । ରେହମାନଙ୍କ ଚଳଚିତ୍ର ମଧ୍ୟରୁ ଗାଇଡ୍, ପ୍ୟାସା, କାଗାଜ୍ କେ ଫୁଲ୍ ଏବଂ ଚୌଦହମ୍ବୀ କା ଚାନ୍ଦ ଭଳି ଚଳଚିତ୍ରକୁ ନେଇ ସେ ସୁପରିଚିତ ରହିଥିବା ବେଳେ ନିଜର ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଦେଇଥିବାର ନଜର ରହିଛି । ସେ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଥିବା ବେଳେ ଶେଷ ଥର ପାଇଁ ୨୦୨୧ ମସିହାରେ ସ୍କାଟର୍‌ ଗାର୍ଲରେ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ ।

ସେପଟେ ସରକାରଙ୍କ ଏଭଳି ସମ୍ମାନ ଜନକ ପୁରସ୍କାର ଘୋଷଣା ପରେ ସେ ବହୁ ଆଗରୁ ଏଭଳି ପୁରସ୍କାର ପାଇବାର ଥିଲା ବୋଲି କହିବା ସହିତ ସରକାରଙ୍କ ପକ୍ଷରୁ ତାଙ୍କୁ ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ଓସ୍କାର ଏବଂ ଭାରତ ରତ୍ନ ଦେବା ପାଇଁ ଅନୁରୋଧ କରାଯାଇଛି । ୧୯୩୮ ମସିହା ଫେବୃଆରୀ ୩ ତାରିଖରେ ଜନ୍ମ ହୋଇଥିବା ୱାହିଦା ରେହମାନ ହିନ୍ଦୀ ଚଳଚିତ୍ରରେ ତାଙ୍କର ଅନେକ ଅବଦାନ ପାଇଁ ୧୯୭୨ ମସିହାରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୧୧ ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାଯାଏ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.