ETV Bharat / state

ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି, ବ୍ରହ୍ମପୁରରେ ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ କଲା ବିଜେପି

author img

By

Published : Apr 16, 2023, 1:48 PM IST

ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବ୍ରହ୍ମପୁରରେ ଗର୍ଜିଲା ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବ ରହିବା ଦୁର୍ଭାଗ୍ୟଜନକ କହିଲେ କର୍ମୀ । ଅଧିକ ପଢନ୍ତୁ

BJP demands resignation of Minister Srikanta Sahu

ବ୍ରହ୍ମପୁର: ତେଜୁଛି ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିବାଦ । ଜୈନକା ମହିଳା ଶ୍ରୀକାନ୍ତଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେବା ପରେ ବଢ଼ିଚାଲିଛି ଉଡୁଆ । ଏହି ଘଟଣାକୁ ନେଇ ବରୋଧି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ବ୍ରହ୍ମପୁରରେ ଗତକାଲି(ଶନିବାର) ବିଜେପି ପକ୍ଷରୁ ବିକ୍ଷୋଭ ସହ କୁଶପତ୍ତଳିକା ଦାହ କରାଯାଇଛି ।

ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ ସରକାରରେ ଯୌନ କେଳେଙ୍କାରୀରେ ଲିପ୍ତ ଥିବା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦାବିରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ସହରର କମାପଲ୍ଲୀ ଛକ ଠାରେ କୁଶ ପୁତ୍ତଳିକା ଦାହ କରାଯାଇଛି । ଏନେଇ ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରି କୁହାଯାଇଛି, "ଓଡ଼ିଶାରେ ମାଆକୁ ସମ୍ମାନ ବୋଲି ନାରା ଦେଉଥିବା ସରକାର ପ୍ରକୃତରେ ମାଆର ରକ୍ଷକ ନୁହେଁ । ରାଜ୍ୟରେ ବିଜୁ ଜନତା ଦଳର ଶାସନ କାଳରେ ମହିଳାମାନେ ସୁରକ୍ଷିତ ନଥିବା ବେଳେ ମହିଳାମାନଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା, ଲୁଣ୍ଠନ ଭଳି ଘଟଣା ପ୍ରତ୍ୟେକ ଦିନ ଘଟୁଥିବା ବେଳେ ଏଥିରେ ଶାସକ ଦଳର କର୍ମୀ, ନେତାଙ୍କ ଠାରୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀମାନଙ୍କର ମଧ୍ୟ ସଂପୃକ୍ତି ରହିଛି । ଏମିତିକି ବିଜୁ ଜନତା ଦଳର ମହିଳା ନେତ୍ରୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ନିଜ ଦଳର ମହିଳା ନେତ୍ରୀ ରାଜ୍ୟ ଶାସନରେ ଥିବା ଶ୍ରମ ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ନିଜ ଦଳର ଜଣେ ମହିଳା ସାମ୍ନାକୁ ଆସି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଥାନାରେ ମାମଲା ଦେବା ଓ ପରବର୍ତ୍ତୀ ସମୟରେ ମାମଲା ରୁଜୁ ହେବା ପରେ ଯେଉଁ ଘଟଣା ସାମ୍ନାକୁ ଆସିଛି ଏହା ଲଜ୍ଜାଜନକ । ସରକାରରେ ଜଣେ ମନ୍ତ୍ରୀ ଥାଇ କେବେବି ଜଣେ ମହିଳାଙ୍କୁ ନ୍ୟାୟ ମିଳିପାରିବ ନାହିଁ l ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବ ରହିବା ଦୁର୍ଭାଗ୍ୟଜନକ ।"

ଏହା ପୂର୍ବରୁ ମଧ୍ୟ୍ୟ ତିର୍ତ୍ତୋଲ ବିଧାୟକଙ୍କ ଘଟଣାକ୍ରମ ଓଡିଶାବାସୀ ଦେଖିଛନ୍ତି ପୀଡିତା କିପରି ବାରମ୍ବାର ନ୍ୟାୟ ମାଗିଛନ୍ତି । କିନ୍ତୁ ସରକାର ନ୍ୟାୟ ଦେବାରେ ଅକ୍ଷମ ଏବଂ ବିଧାନସଭାରେ ମଧ୍ୟ ପଶ୍ନ ଉଠିଛି କିନ୍ତୁ ତାଙ୍କୁ ନ୍ୟାୟ ଦେବାରେ ଅସମର୍ଥ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି l ଶ୍ରମ ମନ୍ତ୍ରୀଙ୍କୁ ବହିଷ୍କାର କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଯଦି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ନ ଦିଅନ୍ତି ତା ହେଲେ ଆଗାମୀ ଦିନରେ ସେ ରାଜ୍ୟର ଯେଉଁ ସ୍ଥାନକୁ ଯିବେ ସେ ସ୍ଥାନରେ ଯୁବମୋର୍ଚ୍ଚା ବିରୋଧ କରିବ ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ଚେତାବନୀ ଦେଇଛନ୍ତି ।

ଏଥିରେ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର, ବାପି ପ୍ରଧାନ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ ପ୍ରମୁଖ ସାମିଲ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.