ETV Bharat / state

ଏସପି ଅଫିସ ସାମ୍ନାରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ - ଏସପି ଅଫିସ ସାମ୍ନାରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଲୋୟର ପିଏମଜିରେ ହୋଇଥିବା ଖଣ୍ଡଯୁଦ୍ଧକୁ ନେଇ ପୋଲିସ ୨୨ଜଣ ବିଜେପି ଯୁବମୋର୍ଚ୍ଚାକୁ ଗିରଫ କରିଥିବା ବେଳେ ଏହାକୁ ବିରୋଧ କରି ଏସପି ଅଫିସ ସାମ୍ନାରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ

ଏସପି ଅଫିସ ସାମ୍ନାରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

author img

By

Published : Mar 5, 2023, 10:15 AM IST

ଏସପି ଅଫିସ ସାମ୍ନାରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ

ଯାଜପୁର/ବ୍ରହ୍ମପୁର/ବରଗଡ: ଲୋୟର ପିଏମଜିରେ ପୋଲିସ ଏବଂ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧରେ ୨୨ଜଣ କର୍ମୀ ଗିରଫ ହୋଇଥିଲେ । ଏହାକୁ ବିରୋଧ କରି ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜଳୁଛି । ଗତକାଲି(ଶନିବାର) ବରଗଡ, ଯାଜପୁର ଏବଂ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା । ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ହୃଷିକେଶ ମେକାପଙ୍କ ନେତୃତ୍ୱରେ ଶତାଧିକ ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ନେତା ପାଣିକୋଇଲି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ l ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପିଙ୍କୁ ଏକ ଦାବିପତ୍ର ଦେଇଥିଲେ ।

ଅନ୍ୟପଟେ ରାଜ୍ୟ ବିଜେପିର ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାର ଦଳର ସଭାପତି ବିଭୂତି ଜେନାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ବ୍ରହ୍ମପୁର ସହରର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚ ଗଣଧାରଣାରେ ସାମିଲ ହେବା ପୋଲିସ ବିଜେପି କର୍ମୀ ଓ ନେତାଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନିନ୍ଦା କରିଛି ଦଳ । ଏ ନେଇ ତୁରନ୍ତ ପଦକ୍ଷେପ ନେଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

ସେହିପରି ବରଗଡରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବରଗଡର ବିଜେପି ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ଗତକାଲି ଏସପି ଅଫିସ ଘେରାଉ କରିବା ସହିତ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ଦଳର ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ କର୍ମଚାରୀ ଓ ବିଜେପି କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳାଙ୍କ ସମେତ ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀ, ରବିନାରାୟନ ଦାସ, ସୁଶାନ୍ତ ମିଶ୍ର, ଅମିତ ପଣ୍ଡା, ଅକ୍ରୁର ମଲ୍ଲିକ, ଅଶୋକ ପଣ୍ଡା ଏବଂ କୁଶ କୁମ୍ଭାରଙ୍କ ସହିତ ବହୁ କର୍ମୀ ଯୋଗଦାନ କରିଥିଲେ ।

ପ୍ରକାଶଥାଉକି, ରାଜଧାନୀ ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଓ ଘେରାଉ ସମୟରେ ଖଣ୍ଡଯୁଦ୍ଧ ହୋଇଥିଡଲା । ପୋଲିସକର୍ମୀଙ୍କ ସହ ବିଜେପି କର୍ମୀ ମଧ୍ୟ ଆହତ ହୋଇଥିଲେ । ଫଳରେ ପୋଲିସ ୨୨ଜଣ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଥିଲା । ଯାହାକୁ ବିରୋଧ କରି ସାରା ରାଜ୍ୟରେ ବିକ୍ଷୋଭ କରୁଛି ବିଜେପି । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କୁଶପିତୁଳିକା ଦାହ କରିବା ସହ ଘଟଣାକୁ ନେଇ ବିଭିନ୍ନ ଥାନାରେ୍ ପହଞ୍ଚି ଉକ୍ତ ଘଟଣାକୁ ବିରୋଦ୍ଧ କରି ଏତଲା ଦିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.