ETV Bharat / state

ଗୋପାଳପୁରରେ ଗରିବ କଲ୍ୟାଣ ସମାବେଶ - ବିଜେପିର ନିର୍ବାଚନ ପ୍ରସ୍ତୁତି

ମୋଦ ସରକାରର ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗୋପାଳପୁରରେ ବିଜେପିର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ଅଧିକ ପଢନ୍ତୁ । ଅଧିକ ପଢନ୍ତୁ

ଗୋପାଳପୁରରେ ବିଜେପିର ଗରିବ କଲ୍ୟାଣ ସମାବେଶ
ଗୋପାଳପୁରରେ ବିଜେପିର ଗରିବ କଲ୍ୟାଣ ସମାବେଶ
author img

By

Published : Jul 16, 2023, 7:48 AM IST

ଗୋପାଳପୁରରେ ଗରିବ କଲ୍ୟାଣ ସମାବେଶ

ବ୍ରହ୍ମପୁର: ୨୦୨୪ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି । ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛି ବିଜେପି । ମୋଦି ସରକାରର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସଙ୍ଗେ ସଙ୍ଗେ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ ଓ ସକ୍ରିୟ କରିବା ପାଇଁ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀର ନାରାୟଣପୁର ନିକଟସ୍ଥ ଶ୍ରୀରାମ ସେଲିବ୍ରେସନର ଗୋପାଳପୁର ଏନ୍ଏସି ଏବଂ କରାପଲ୍ଲୀ ମଣ୍ଡଳ ବିଜେପି ପକ୍ଷରୁ ଆୟୋଜିତ ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ ।

ଜିଲ୍ଲା ସଭାପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ ଶାସନରେ ଗରୀବଙ୍କ ପାଇଁ ଉଦ୍ଦିଷ୍ଟ ନାନା କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିବା ସହିତ ରାଜ୍ୟ ସରକାର କେନ୍ଦ୍ରର ସମସ୍ତ ଯୋଜନାକୁ ନିଜସ୍ବ ଯୋଜନା କହି ଲୋକଙ୍କୁ ଭୂଆଁ ବୁଲାଉଥିବା କହିଛନ୍ତି । ମୋଦି ସରକାରର ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚାଇବା ପାଇଁ ସେ ଦଳୀୟ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । କରାପଲ୍ଲୀ ମଣ୍ଡଳ ସଭାପତି ଡ. ପ୍ରଦୀପ କୁମାର ପଟ୍ଟନାୟକଙ୍କ ଓ ଗୋପାଳପୁର ଏନ୍.ଏ.ସି ସଭାପତି ପଞ୍ଚୁ ବେହେରାଙ୍କ ନେତୃତ୍ବରେ ଦଳର ଅନେକ ନେତୃବୃନ୍ଦ ମୋଦି ସରକାରଙ୍କ ସ୍ବାସ୍ଥ୍ୟସେବା ବିକାଶ, କୃଷକ କଲ୍ୟାଣ, ଓଡ଼ିଶାରେ ଭିତ୍ତିଭୂମି ନିର୍ମାଣର ପ୍ରାଥମିକତା, ମନ୍ କି ବାତ୍ ସାଙ୍ଗକୁ ଐତିହ୍ୟ ଓ ବିକାଶ ସମ୍ପର୍କରେ ଲୋକଙ୍କୁ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଫୋକସରେ 2024 ନିର୍ବାଚନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରମିଳା

ଏହାମଧ୍ୟ ପଢନ୍ତୁ: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ ସରକାର: ABVP

କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ଜିଲ୍ଲା ଉପସଭାପତି ଡ.ସୁବାସ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦକ ରାଜେଶ ସାହୁ ପ୍ରମୁଖ ମଞ୍ଚସୀନ ରହି ଗରୀବ କଲ୍ୟାଣ ଯୋଜନାର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ବିଜେପି କର୍ମୀମାନେ ଯୋଗ ଦେଇଥିଲେ । ଦଳର ନିର୍ଦ୍ଦେଶରେ ପ୍ରତ୍ୟେକ ସ୍ଥାନରେ ଏପରି କାର୍ଯ୍ୟକ୍ରମରେ ଆୟୋଜିତ ହେଉଥିବା ବେଳେ ସ୍ଥାନୀୟ ଜନତାଙ୍କୁ ଏଥିରେ ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ଲିଖିତ ଆକାରରେ ଦିଆଯାଉଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.