ETV Bharat / state

ବିଜୁ ଜୟନ୍ତୀରେ ନବୀନ ଓଡିଶା ଗଠନ ପାଇଁ ଶପଥ ନେଲେ ସାଂସଦ, ବିଧାୟକ ଓ ନିର୍ବାଚିତ ପ୍ରତିନିଧି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107ତମ ଜୟନ୍ତୀରେ ନବୀନ ଓଡିଶା ଗଠନ ପାଇଁ ଶପଥ ନେଇଛନ୍ତି ସାଂସଦ, ବିଧାୟକ ଓ ନିର୍ବାଚିତ ପ୍ରତିନିଧି । ଅଧିକ ପଢନ୍ତୁ

bjd workers take oath for nabina odisha
bjd workers take oath for nabina odisha
author img

By

Published : Mar 5, 2023, 9:35 PM IST

ବ୍ରହ୍ମପୁର: ଆଜି ହେଉଛି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 107ତମ ଜନ୍ମ ଦିବସ । ଏହି ଅବସରରେ ସାରା ରାଜ୍ୟରେ ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳନ ହୋଇଯାଇଛି । ବିଜୁ ଜୟନ୍ତୀରେ ରେଶମ ସହର ବ୍ରହ୍ମପୁରଠାରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ନବୀନ ଓଡ଼ିଶା ଗଠନ ପାଇଁ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡିଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ମାନେ ଶପଥ ନେଇଛନ୍ତି ।

ପୂର୍ବରୁ ବିଜୁ ବାବୁଙ୍କ ଜୟନ୍ତୀକୁ ସରକାରୀ ସ୍ତରରେ ପଞ୍ଚାୟତରାଜ ଦିବସ ଭାବରେ ପାଳନ କରାଯାଇ ଆସୁଥିଲା । ହେଲେ ଚଳିତ ବର୍ଷ ଏହାକୁ ପରିବର୍ତ୍ତନ କରାଯାଇ ଲୋକସେବା ଦିବସ ଭାବରେ ପାଳନ କରାଯାଇଛି । ଏହାକୁ ଆଜିଠାରୁ ପରିବର୍ତ୍ତନ କରାଯାଇଛି । ଏଣୁ ଏହି ଅବସରରେ ବିଜୁ ବାବୁଙ୍କ ଆଦର୍ଶରେ ଏବଂ ସ୍ୱପ୍ନରେ କାର୍ଯ୍ୟ କରି ସଶକ୍ତ ହେବା ପାଇଁ ଦଳର ପ୍ରତ୍ୟେକ କର୍ମୀ ନିସ୍ୱାର୍ଥପର ଭାବରେ କାର୍ଯ୍ୟ କରିବାକୁ ଶପଥ ନେଇଛନ୍ତି । ଦଳର ଏହି ଆହ୍ୱାନକୁ ନେଇ ବ୍ରହ୍ମପୁରଠାରେ ପ୍ରତ୍ୟେକ କର୍ମୀ ଓ ନେତା ଯେପରି ପ୍ରତ୍ୟେକ ଲୋକଙ୍କ ସେବା କରିବେ ଏବଂ ନବୀନ ଓଡିଶା ଗଠନ କରିବେ ସେନେଇ ଶପଥ ପାଠ କରାଯାଇଥିଲା ।

ରାଜନୀତି କେବଳ ଲୋକ ସେବା କରିବାର କେବଳ ଏକ ମାଧ୍ୟମ । ଏଥିରେ ଆଉ କୌଣସି ସ୍ୱାର୍ଥ ପାଇଁ ନୁହେଁ ବୋଲି ଆହ୍ୱାନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା । ତେବେ ମୁଖ୍ୟତଃ ସ୍ୱର୍ଗତ ବିଜୁ ବାବୁଙ୍କ ଜୟନ୍ତୀକୁ ସମସ୍ତ ସ୍ୱାଭିମାନୀ ଓଡ଼ିଆ ପାଳନ କରୁଥିବା ବେଳେ କେବଳ ଆମ ରାଜ୍ୟ କାହିଁକି ଦେଶ ତଥା ବିଦେଶରେ ମଧ୍ୟ ଏହାକୁ ପାଳନ କରାଯାଇ ଆସୁଅଛି । ଏପରିକି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସୁପୁତ୍ର ଗତ 23 ବର୍ଷ ଧରି ଓଡିଶାକୁ ଶାସନ କରୁଥିବା ବେଳେ 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ରହି ଅନେକ କାର୍ଯ୍ୟ କରିଥିବା ଏବଂ ରାଜ୍ୟର ବର୍ତ୍ତମାନର ବଜେଟ ଉପରେ ସମସ୍ତ ବର୍ଗର ଜନସାଧାରଣଙ୍କ ଅବଗତ ପାଇଁ ଉପସ୍ଥାପନ କରାଯାଇଥିଲା ।

ଏପରିକି ବ୍ରହ୍ମପୁର ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଥିବା ବେଳେ ରଙ୍ଗେଇଲୁଣ୍ଡାରୁ ଯାତ୍ରୀଙ୍କୁ ନେଇ ବିମାନ ଚଳାଚଳ ଆରମ୍ଭ ପାଇଁ ଦଳ ପକ୍ଷରୁ ଖୁସି ପ୍ରକଟ କରାଯାଇଛି । ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଦଳ ପକ୍ଷରୁ ସକାଳ ସମୟରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମାଁ ବୁଢୀ ଠାକୁରାଣୀଙ୍କ ମନ୍ଦିରରେ ଦୀପଦାନ ପରେ ସହରର ବିଭିନ୍ନ ସ୍ଥାନରେ ରହିଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ହୋଇଥିଲା । ଏହାପରେ ସାଇକେଲରେ ପରିକ୍ରମା , ରୋଗୀମାନଙ୍କଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧାଙ୍କୁ ଫଳ ବଣ୍ଟନ ପରେ ଶପଥ ପାଠ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.