ETV Bharat / state

ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ଉପସ୍ଥିତିରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ଠେଲାପେଲା

author img

By ETV Bharat Odisha Team

Published : Aug 25, 2023, 2:58 PM IST

Updated : Aug 25, 2023, 4:20 PM IST

5T ସଚିବଙ୍କ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଉଦ୍ୟମ । ପୋଲିସ ଉପସ୍ଥିତିରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ । ଅଧିକ ପଢ଼ନ୍ତୁ

ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ
ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ
ଗୋପାଳପୁର ବିଧାୟକଙ୍କୁ ଆକ୍ରମଣ ଉଦ୍ୟମ
ପୋଲିସ ଉପସ୍ଥିତିରେ ବିଧାୟକଙ୍କ ସମର୍ଥକ ଓ ବିଜେଡି କର୍ମୀ ଠେଲାପେଲା

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ନେତାଙ୍କ ଆକ୍ରମଣ ଉଦ୍ୟମ । 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ କଲେ ସ୍ଥାନୀୟ ବିଜେଡି ନେତା । ଏପରିକି ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକମାନଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଛି । ଯାହାର ଭିଜୁଆଲ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି । ପୋଲିସ ଉପସ୍ଥିତିରେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଖାଲି ସେତିକି ନୁହେଁ, ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡାମାଡ଼ ମଧ୍ୟ କରିଛନ୍ତି ବିଜେଡି କର୍ମୀ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ ଚଳାଇଛି । ଏହାସହିତ ପ୍ରଦୀପ୍ତଙ୍କ ଗାଡିକୁ ଅଣ୍ଡା ଓ ପଥର ମାଡ ହୋଇଛି । ପରେ ମଧ୍ୟ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।

ତେବେ ସରକାରୀ ଦଳ ଓ ରାଜ୍ୟ ସରକାରଙ୍କୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୂର୍ବରୁ ଏହି ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ଗୋପାଳପୁରରେ ଆୟୋଜିତ ହେବାକୁ ଥିବା 5T ସଚିବ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ ଅଟେ । ତେଣୁ ଜଣେ ଲୋକପ୍ରତିନିଧି ଭାବରେ ସେଠାରେ ସେ ଯୋଗଦେବେ ବୋଲି ପୂର୍ବରୁ ବାରମ୍ବାର କହିଥିଲେ । ଗତକାଲି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, 5T ସଚିବ ଓ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଘେରିଥିଲେ ପ୍ରଦୀପ । ଓଡିଶାରେ ବର୍ତ୍ତମାନ ଚାଲିଛି ସ୍ଥାଣୁ ସରକାର ବୋଲି ସେ ଅଭିଯୋଗ କରିଥିଲେ । ତେବେ ଆଜି ଗୋପାଳପୁର ଗସ୍ତରେ ଆସୁଥିବାବେଳେ ବାଟରେ ତାଙ୍କୁ ଅଟକାଇବା ଲାଗି ଖୋର୍ଦ୍ଧା ଓ ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କୁ ଜଗା ଯାଇଛି ବୋଲି ଜାଣିବାକୁ ପାଇଥିବା କହିଥିଲେ ପ୍ରଦୀପ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ, ମୋର କିଛି ହେଲେ ବଦଳିବ ଓଡିଶା ରାଜନୈତିକ ଚିତ୍ରପଟ

ତେବେ ଗଞ୍ଜାମ ଜିଲ୍ଲା କନିଷି ଠାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପହଞ୍ଚିବା ପରେ ହାଇଡ୍ରାମା ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ଓ ପଥର ମାଡ଼ କରିଛନ୍ତି । ବିଧାୟକଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପଶିବାକୁ ଦିଆଯିବନି ବୋଲି କହିଛନ୍ତି ବିଜେଡି କର୍ମୀ । ଘଟଣାସ୍ଥଳରେ ପୋଲିସ ପରିସ୍ଥିତିକୁ ଆୟତ୍ତକୁ ନେବାକୁ ଚେଷ୍ଟା ଜାରି ରଖିଛି । ସେପଟେ ଯଦି ମୋର କିଛି ହୁଏ, ତେବେ ଓଡିଶାର ରାଜନୈତିକ ଚିତ୍ରପଟ ବଦଳିବ ବୋଲି କହିଥିଲେ ଗୋପାଳପୁର ବିଧାୟକ । 5T ସଚିବଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ସମୟରେ ଭୁବନେଶ୍ବରରେ ଏପରି କଡ଼ା ବୟାନ ଦେଇଥିଲେ ପ୍ରଦୀପ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 25, 2023, 4:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.