ETV Bharat / state

ଲକଡାଉନରେ ବିଡେକାର ବଦାନ୍ୟତା, ଦେଲା 2 ଲକ୍ଷ 10 ହଜାରର ସହାୟତା ରାଶି

author img

By

Published : Apr 2, 2020, 10:18 PM IST

କୋରୋନା ମୁକାବିଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ସରକାରଙ୍କୁ ମିଳିଛି ଜନସାଧାରଣଙ୍କ ସମର୍ଥନ । ଅଧିକ ପଢ଼ନ୍ତୁ...

bideca's help in lockdown, bideca, bhanjanagar latest news, cm relief fund, ଲକଡାଉନରେ ବିଡେକାର ବଦାନ୍ୟତା, ବିଡେକା, ଭଞ୍ଜନଗର ଲାଟେଷ୍ଟ ନ୍ୟୁଜ୍‌, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ
ଲକଡାଉନରେ ବିଡେକାର ବଦାନ୍ୟତା, ଦେଲା 2 ଲକ୍ଷ 10 ହଜାରର ସହାୟତା ରାଶି

ଭଞ୍ଜନଗର: କୋରୋନା ମୁକାବିଲାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ସରକାରଙ୍କୁ ଏବେ ମିଳିଛି ଜନସାଧାରଣଙ୍କ ସହଯୋଗ । ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦେଶର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି ଓ ସଂଗଠନ ସହାୟତାର ହାତ ବଢ଼ାଇଛନ୍ତି।

ଗୁରୁବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳ ସମ୍ପଦ ବିଭାଜନ ଉନ୍ନୟନ ସାଂସ୍କୃତିକ ପରିଷଦ (ବିଡେକା) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 2 ଲକ୍ଷ 10 ହଜାର ଟଙ୍କାର ଚେକ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏଥିସହ ଜଳ ସମ୍ପଦ ବିଭାଜନ କାର୍ଯ୍ୟାଳୟର ପ୍ରାୟ 100ରୁ ଉର୍ଦ୍ଧ୍ବ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ମଧ୍ୟ ପ୍ରଦାନ କରିବା ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିରେ କାର୍ଯ୍ୟାଳୟର ନିର୍ବାହୀ ଯନ୍ତ୍ରୀ ନିହାର ରଞ୍ଜନ ସାମନ୍ତରାୟ, ଜେ. ସୁମା ପ୍ରଧାନ ଓ ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.