ETV Bharat / state

ରେଶମ ସହରରେ ଭୋଗୀ ପାଳିତ, ଧୁମଧାମରେ ମକର ସଂକ୍ରାନ୍ତି ପାଳିଲେ ତେଲୁଗୁ ସଂପ୍ରଦାୟ ଲୋକେ

author img

By

Published : Jan 14, 2023, 2:04 PM IST

Updated : Jan 14, 2023, 4:41 PM IST

ବ୍ରହ୍ମପୁର ସହରରେ ପାଳିତ ହେଉଛି ଭୋଗୀ ପରବ । ବ୍ରହ୍ମପୁର ସହରରେ ରହୁଥିବା ତେଲୁଗୁ ସଂପ୍ରଦାୟ ଲୋକେ ବେଶ ଧୁମଧାମରେ ସାମୁହିକ ଭାବେ ଭୋଗୀ ପରବ ପାଳନ କରୁଛନ୍ତି । ଅଧିକ ପଢ଼ନ୍ତୁ

bhogi festival
ଭୋଗୀ ପରବ
ଭୋଗୀ ପରବ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ଧୁମଧାମରେ ପାଳିତ ହୋଇଯାଇଛି ଭୋଗୀ ଓ ମକର ପର୍ବ । ପ୍ରତ୍ୟେକ ବର୍ଷ ପୋଙ୍ଗଲ ପର୍ବ ପାଳନ କରିବା ପାଇଁ ବ୍ରହ୍ମପୁର ସହରରେ ବାସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ।

ପୋଙ୍ଗଲ ପର୍ବ ପାଳନର ପ୍ରଥମ ଦିବସକୁ ଭୋଗୀ ଭାବରେ ପାଳନ କରିବା ସହ ଭୋଗୀ ନିଆଁ ଲଗାଇ ସମସ୍ତେ ଏହାର ଚତୁଦିଗରେ ପରିକ୍ରମା କରି ସାମୁହିକ ଭାବରେ ପାଳନ କରିଥାନ୍ତି । ସେହିପରି ଏହାର ଦ୍ୱିତୀୟ ଦିନରେ ମକର ଅର୍ଥାତ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଏହାପରେ କାନୁକୁ ଏବଂ ମୁକାନୁକୁ ହୋଇଥାଏ । ଚାରି ଦିନ ବ୍ୟାପୀ ବେଶ ଆନନ୍ଦ ଉଲ୍ଲାସରେ ଉତ୍ସବ ପାଳନ କରାଯାଇଥାଏ । ଏହି କ୍ରମରେ ବ୍ରହ୍ମପୁର ସହରର ଆନ୍ଦ୍ରଭାଷା ବିବର୍ଦ୍ଧନୀ ସମାଜ ନିକଟରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ବ୍ରହ୍ମପୁରର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ସାମିଲ ହୋଇଥିଲେ । ଭୋଗୀ ନିଆଁ ସଂଯୋଗ କରି କୃଷିଭୂତ୍ତିକ ପର୍ବକୁ ସମସ୍ତେ ଆଡ଼ମ୍ବର ସହକାରେ ପାଳନ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମରେ ନିର୍ବାଚିତ ବହୁ କର୍ପୋରେଟରଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ । ଏହି ଅବସରରେ ମହିଳାମାନେ ଗୋବିଲୁ ଗୋପମ୍ମା ପୁଜାର୍ଚ୍ଚନା କରିଥିବା ବେଳେ ସମସ୍ତେ ଏକତ୍ରିତ ହୋଇ କୃଷ୍ଣଙ୍କୁ ପୂଜା କରିଥିଲେ ଏବଂ ନାଚ ଗୀତରେ ଝୁମିଥିଲେ । ପ୍ରଥମ ଦିନରେ ଚାଷ କାର୍ଯ୍ୟରେ ଆଦାୟ ହୋଇଥିବା ନୂତନ ଧାନରେ ନବବିବାହିତା ମହିଳା ପାୟସମ୍ ପ୍ରସ୍ତୁତ କରନ୍ତି । ମୁଖ୍ୟତଃ ବ୍ରହ୍ମପୁର ସହରରେ ତେଲୁଗୁ ଭାଷାଭାଷୀର ଅନେକ ପରିବାର ରହି ଆସୁଥିବା ବେଳେ ସମସ୍ତେ ସାମୁହିକ ଭାବରେ ପ୍ରତ୍ୟେକବର୍ଷ ଭୋଗୀ ଓ ମକର ପର୍ବକୁ ପାଳନ କରିଥାନ୍ତି ।

ସହର ପରିକ୍ରମା କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠନ୍ତି । ନୂତନ ବସନ୍ତ୍ର ପରିଧାନ କରି ପିଠା ,ପଣା କରି କୃଷ୍ଣଙ୍କ ନିକଟରେ ଭୋଗ ଲାଗି କରିଥାନ୍ତି । ସେହିପରି ତୃତୀୟ ଦିନ ଫସଲ ଅମଳ କରିବାରେ ସହାୟତା କରିଥିବା ଏବଂ ଗୃହ ପାଳିତ ପଶୁ ମାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଚତୁର୍ଥ ଦିନରେ ସମସ୍ତ ପରିବାର ବର୍ଗଙ୍କ ସହ ମିଶି ଭୋଜି ଭାତ ଓ ପିଠାପଣାର ଆୟୋଜନ କରିବା ସହିତ ଏହି ପର୍ବ ଶେଷ ହୋଇଥାଏ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 14, 2023, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.