ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବରିଡା ଗ୍ରାମରେ ଅଭାବନୀୟ ଘଟଣା । ସାମାନ୍ୟ 2 ହଜାର ଟଙ୍କା ପାଇଁ ହୋଇଥିବା ଗଣ୍ଡଗୋଳରୁ ଜଣଙ୍କ ମୃତ୍ୟୁ ଅଭିଯୋଗ । ଆଜି(ଶୁକ୍ରବାକ) ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।
ଗଞ୍ଜାମ କବିସୂର୍ଯ୍ୟନଗର ଥାନା ବରିଡା ଗ୍ରାମରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି । ମୃତକ ଜଣକ ହେଲେ ଭାଟପଡା ଟୁକୁନା ଛଟେଇ ।
ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ସେପଟେ ପୋଲିସ ତଦନ୍ତ ଆରମ୍ଭ କରିଥିବାଳେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ