ବ୍ରହ୍ମପୁର: ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ହାଇଆଲର୍ଟରେ ଭାରତ । ରାଜ୍ୟରେ ମଧ୍ୟ ବ୍ରିଟେନ ଫେରନ୍ତାଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି । ଏଭଳି ସ୍ଥଳରେ ବ୍ରହ୍ମପୁରକୁ ଫେରିଥିବା 3 ବ୍ରିଟେନ ଫେରନ୍ତାଙ୍କ ଉପରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ନଜର ରଖିଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।
ଜିଲ୍ଲାପାଳ କହିଛନ୍ତି, ରାଜ୍ୟରେ କୋରୋନାର ନୂଆ ଷ୍ଟ୍ରେନର ଭୟ ନାହିଁ । 3 ବ୍ରିଟେନ ଫେରନ୍ତାଙ୍କ ସମସ୍ତ କୋଭିଡ ପରୀକ୍ଷା କରାଯାଇଛି । ବର୍ତ୍ତମାନ ସମସ୍ତେ ହୋମକ୍ବାରେଣ୍ଟାଇନରେ ରହିଛନ୍ତି । ଯେଉଁମାନେ ବ୍ରିଟେନରୁ ଫେରୁଛନ୍ତି ସେମାନଙ୍କର ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ରହିଥିବାବେଳେ ଉକ୍ତ ତଥ୍ୟକୁ ଜିଲ୍ଲାପ୍ରଶାସନକୁ ମଧ୍ୟ ହସ୍ତାନ୍ତର କରାଯାଇଛି ।
ରାଜ୍ୟ ସରକାରଙ୍କ ତରଫରୁ ଏ ସମ୍ପର୍କରେ ଘୋଷଣା ପରେ ଏହି ନୂଆ ଭୂତାଣୁକୁ ନେଇ ନାନା ଚର୍ଚ୍ଚା ଚାଲିଛି । ବିଶେଷ କରି ବ୍ରିଟେନରେ ଏହାର ଭୟାବହତା ତ୍ରୀବ ଭାବେ ଦେଖିବାକୁ ମିଳିଛି । କୋରୋନା ପୂର୍ବ ଅପେକ୍ଷା ଏହାର ନୂଆ ଷ୍ଟ୍ରେନ ଖୁବଶୀଘ୍ର ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଶରୀରକୁ ସଂକ୍ରମିତ କରୁଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ