ETV Bharat / state

ଡ୍ରେନର ହେଉନି ପୁନଃରୁଦ୍ଧାର, 4ଟି ୱାର୍ଡବାସୀ ହନ୍ତସନ୍ତ - କସାଂରୀ ସାହି

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସିର କସାଂରୀ ସାହି ଅବ୍ୟବସ୍ଥା ଘେରରେ । ଏନଏସିରେ ଅଭିଯୋଗ ପରେ ପୂର୍ତ୍ତ ବିଭାଗ ଡ୍ରେନଟିକୁ ଭାଙ୍ଗିଦେଇଛି କିନ୍ତୁ ଡ୍ରେନଟିର ପୁନଃରୁଦ୍ଧାର ହୋଇପାରିନାହିଁ ।

bellaguntha-nac-people-in-problembellaguntha-nac-people-in-problem
bellaguntha-nac-people-in-problemv
author img

By

Published : May 29, 2020, 6:54 PM IST

ଭଞ୍ଜନଗର: ଅବ୍ୟବସ୍ଥା ଘେରରେ କସାଂରୀ ସାହି । ମୁକୁଳା ପଡିଛି ଡ୍ରେନ । ଅସରାଏ ବର୍ଷା ହେଲେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାହି ବାସିନ୍ଦା ।

ଡ୍ରେନର ହେଉ ନି ପୁର୍ନଃଉଦ୍ଧାର, ବେଲଗୁଣ୍ଠା 4 ୱାର୍ଡର ଲୋକେ ହନ୍ତସନ୍ତ

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସିର କସାଂରୀ ସାହିରେ ଦୀର୍ଘଦିନ ହେଲା ଡ୍ରେନଟି ବ୍ଲକ ହୋଇଯାଇଥିଲା । ଅସରାଏ ବର୍ଷା ହେଲେ ମଇଳା ପାଣି ଘରେ ପଶୁଥିଲା ତ ରାସ୍ତାରେ ଭାସୁଥିଲା । ଆଉ ଦୁର୍ଗନ୍ଧରେ ନାକ ଫାଟିଯାଉଥିଲା । ବାରମ୍ବାର ଏନଏସିରେ ଅଭିଯୋଗ ପରେ ପୂର୍ତ୍ତ ବିଭାଗ ଡ୍ରେନଟିକୁ ଭାଙ୍ଗିଦେଇଛି କିନ୍ତୁ ଡ୍ରେନଟିର ପୁନଃରୁଦ୍ଧାର ହୋଇପାରିନାହିଁ । ରାସ୍ତା ଉପରେ ପଥର ଓ ବଡ ବଡ କଂକ୍ରିଟ ପଡି ରହିଛି ।

ଫଳରେ ସେହି ରାସ୍ତା ଦେଇ ଯାଉଥିବା 4ଟି ୱାର୍ଡର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହି ବାସିନ୍ଦା ଏନଏସି ଅଫିସ ଦୌଡୁଛନ୍ତି । କେହି ଗୁହାରି ଶୁଣୁ ନାହାନ୍ତି କି ମରାମତିର ନା ଧରୁନାହାନ୍ତି । କିଛିଦିନ ତଳେ ଉପଜିଲ୍ଲାପାଳ ଆସି ଦେଖିକି ଯାଇଥିଲେ । ଅତି ଶୀଘ୍ର କାମହେବ ବୋଲି ପ୍ରତିଶୃତି ଦେଇ ମଧ୍ୟ ଯାଇଥିଲେ । କିନ୍ତୁ ସେ ବି ପ୍ରତିଶୃତିରେ ହିଁ ରହିଗଲା । ବେଲଗୁଣ୍ଠା ଏନଏସି ଦୁର୍ନୀତିରେ ବୁଡିରହିଥିବା ବେଳେ ଡ୍ରେନଟି କେବେହେବ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଅତି ଶୀଘ୍ର ଡ୍ରେନ ତିଆରି ନହେଲେ ରାଜରାସ୍ତାକୁ ଓଲ୍ଲାଇବାକୁ ସାହି ବାସିନ୍ଦା ଚେତାବନୀ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.