ETV Bharat / state

ଛତ୍ରପୁର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - ଛତ୍ରପୁରର ବ୍ୟାରେକ ସାହି

ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଦର ମହକୁମା ଛତ୍ରପୁର ସହରର ବ୍ୟାରେକ ସାହିରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସଦର ମହକୁମା ଛତ୍ରପୁରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Jun 27, 2020, 11:55 AM IST

ବ୍ରହ୍ମପୁର:ସଦର ମହକୁମା ଛତ୍ରପୁରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ସହିତ ନିକଟସ୍ଥ ଚାରି ସାହିକୁ ବଫର ଜୋନ ଘୋଷଣା । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଦର ମହକୁମା ଛତ୍ରପୁର ସହରର ବ୍ୟାରେକ ସାହିରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ସହିତ ନିକଟସ୍ଥ ଚାରି ସାହିକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି ।

ସଦର ମହକୁମା ଛତ୍ରପୁରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ସଦର ମହକୁମା ଛତ୍ରପୁରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଛତ୍ରପୁର ଏନ.ଏ.ସିର ୧୧ ନମ୍ବର ୱାର୍ଡର ବ୍ୟାରେକ ସାହିରୁ ଗୋଟିଏ ପରିବାରର 2ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ଗୋଷ୍ଠୀ ସଂକ୍ରମଣ ରୋକିବା ସହ ସ୍ବାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସେହିପରି ଏହି ସାହି ନିକଟରେ ରହିଥିବା ଏନ.ଏ.ସିର ରିକାପଲ୍ଲୀ ଛକ, ଶଙ୍କରମଠ ସାହି, ରାମକୃଷ୍ଣ ନଗର ଓ ବିଦ୍ୟାଧର ନଗରକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏପରିକି ବ୍ୟାରେକ ସାହିକୁ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରାଯାଇ ଯାତାୟାତ ଓ ଦୋକାନ ବଜାର ଖୋଲିବା ନେଇ କଟକଣା ଜାରି କରାଯାଇଛି ।

ଏହାସହ 2ପଜିଟିଭଙ୍କ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ୍ କରାଯାଉଥିବା ବେଳେ ଶନିବାର ଠାରୁ ସାହିର ସମସ୍ତଙ୍କ ସ୍ବାସ୍ଥ୍ୟ ସ୍କିନିଂ କରାଯିବ ବୋଲି ସୂଚନା ମିଳିଛି l କଣ୍ଟେନମେଣ୍ଟ ଜୋନକୁ ତଦାରଖ ନିମନ୍ତେ ଛତ୍ରପୁର ଅତିରିକ୍ତ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ବ ଦିଆଯାଇଛି l ଏପରିକି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅସ୍ଥାୟୀ ଚେକ ପୋଷ୍ଟ କରିବା ପାଇଁ ଛତ୍ରପୁର ଥାନା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.