ETV Bharat / state

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳିତ

author img

By

Published : Jan 2, 2023, 10:26 PM IST

ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୭ ତମ ପ୍ରତିଷ୍ଠା ଦିବସ ପାଳିତ । ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ । ଅଧିକ ପଢନ୍ତୁ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୭ ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୫୭ ତମ ପ୍ରତିଷ୍ଠା ଦିବସ ପାଳିତ । ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏଥିରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦେଶର ପ୍ରଥମ ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ମାଧ୍ୟମରେ ସ୍ଥାନ ପାଇବ । ଏଥିପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟକରିବାକୁ ଆହ୍ବାନ ଦେଇଥିଲେ । ଏହା ସହିତ ବିଶ୍ବବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଏବଂ ବିଦ୍ୟାର୍ଥୀମାନଙ୍କ ଦୂରଦୃଷ୍ଟି କିପରି ହେବା ଆବଶ୍ୟକ ସେବିଷୟରେ ଆଲୋଚନା କରିଥିଲେ ।

ଏହି ଅବସରରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ କବି ପଦ୍ମଶ୍ରୀ ପ୍ରଫେସର ଜୟନ୍ତ ମହାପାତ୍ରଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ସମ୍ମାନୀତ କରାଯିବା ସହିତ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ସେହିପରି ଦକ୍ଷିଣ ଓଡିଶା ଲୋକ ସଂସ୍କୃତି ସମ୍ମାନରେ କନ୍ଧମାଳ ଜିଲ୍ଲାର ବିଶିଷ୍ଟ ଲୋକକବି ଓ ସମାଜସେବୀ ପୂର୍ଣ୍ଣମାସୀ ଜାନୀ ଏବଂ ବିଶିଷ୍ଟ ନାଟ୍ୟକାର ଓ ସୁପ୍ରଶାସକ ମେଜର ରମାରମଣ ପାଢୀ ଏବଂ ବିଶିଷ୍ଟ ଗବେଷକ ତଥା ଦକ୍ଷ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ବିଶ୍ବବିଦ୍ୟାଳୟର ପ୍ରାକ୍ତନ ବିଦ୍ବାନ ଛାତ୍ରୀ ଭାବରେ ବିଶିଷ୍ଟ ଶିକ୍ଷାବିତ, ସୁଗବେଷିକା ପ୍ରଫେସର ସସ୍ମିତା ସାମନ୍ତଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପର ବିଶ୍ବବିଦ୍ୟାଳୟର ଅଧିନରେ ଅଧ୍ୟୟନ କରୁଥିବା ବିଭିନ୍ନ ବିଭାଗର କୃତିତ୍ବ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.