ETV Bharat / state

India's Best Police Station: ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ଆସିକା ଥାନା ପୁରସ୍କୃତ

author img

By

Published : Jan 21, 2023, 10:16 PM IST

ଗଞ୍ଜାମର ଆସିକା ଥାନାକୁ ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଥାନାର ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Aska police station
Aska police station

ବ୍ରହ୍ମପୁର: ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ଗଞ୍ଜାମର ଆସିକା ଥାନା ହୋଇଛି ପୁରସ୍କୃତ । ନୂଆଦିଲ୍ଲୀଠାରେ ଚାଲିଥିବା ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିକା ଥାନାର ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଛନ୍ତି । ଗତବର୍ଷ ମଧ୍ୟ ଆସିକା ଥାନାକୁ ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରାଯାଇଥିଲା ।

  • Congratulate Aska Model PS of Ganjam District on being selected by the Ministry of Home Affairs (MHA) as No. 1 police station in the country for the year 2022. Citizen centric policing to serve people with dignity continues to be a priority. #5T https://t.co/N4h9CCLGZu

    — Naveen Patnaik (@Naveen_Odisha) January 20, 2023 " class="align-text-top noRightClick twitterSection" data=" ">

୨୦୨୨ ମସିହାରେ ପୋଲିସ ଥାନା ରାଙ୍କିଙ୍ଗରେ ଓଡିଶାର ଆସିକା ଥାନା ଦେଶର ସମସ୍ତ ଥାନକୁ ପଛରେ ପକାଇ ପ୍ରଥମ ହୋଇଥିଲା । ଏହି ସମ୍ମିଳନୀରେ ଆମ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଯୋଗ ଦେଇଥିବା ବେଳେ ବିଭିନ୍ନ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଥାନାର ଭୂତ୍ତିଭୂମି ହେଉଥିବା ମାମଲାର ଚାର୍ଜସିଟି ହାର, ନିର୍ଦ୍ଧାରିତ ସମୟରେ ଚାର୍ଜସିଟି ଦାଖଲ ଓ ଦୋଷୀ ସାବ୍ୟସ୍ତ ହାର ସହିତ ମହିଳା ଓ ଦୁର୍ବଳ ପକ୍ଷଙ୍କ ବିରୋଧରେ ହେଉଥିବା ଅପରାଧ ମାନଦଣ୍ଡକୁ ଦୃଷ୍ଟିରେ ରଖି ଏହି ଚୟନ କରାଯାଇଛି ।

ଦେଶର ସର୍ବଶ୍ରେଷ୍ଠ ଥାନା ଭାବେ ଆସିକା ଥାନା ହେଲା ପୁରସ୍କୃତ

ଏହା ବି ପଢନ୍ତୁ- ବିନା ଅନୁମତିରେ ସରକାରୀ ବିଦ୍ୟାଳୟରେ ଆୟୋଜିତ ହେଲା ନାଟକ, ଘଟଣାକୁ ନିନ୍ଦାକଲା ବିଜେପି

ପୂର୍ବରୁ ଗତ ୨୦୨୧ ମସିହାରେ ପୋଲିସ ଷ୍ଟେସନ ରାଙ୍କିଙ୍ଗରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଦ୍ବିତୀୟ ଶ୍ରେଷ୍ଠ ଥାନା ରୂପେ ବିବେଚିତ ହୋଇଥିଲା । ଏନେଇ ଡିଜିପି ସୁନୀଲ ବଂଶଲ କହିଛନ୍ତି, "ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ମୁହୂର୍ତ୍ତ ।" ଆସିକା ପୋଲିସ ଷ୍ଟେସନ ଏହି ସଫଳତା ପାଇବା ପରେ ନବୀନ ପଟ୍ଟନାୟକ ଟ୍ବିଟ କରି ପୋଲିସ ଷ୍ଟେସନକୁ ପ୍ରଶଂସା କରିଛନ୍ତି । ସେ ଏନେଇ ଲେଖିଛନ୍ତି, "ଗଞ୍ଜାମ ଜିଲ୍ଲା ଆସିକା ପୋଲିସ ଷ୍ଟେସନକୁ ଶୁଭେଚ୍ଛା । ଗୃହ ମନ୍ତ୍ରଣାଳୟ ଚୟନ କରି ଆସିକା ପୋଲିସ ଷ୍ଟେସନକୁ ଦେଶର ସର୍ବଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ପୁରସ୍କୃତ କରିଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.