ETV Bharat / state

ଆସିକା ପୋଲିସକୁ ବଡ ସଫଳତା; 21 ବାଇକ ଜବତ, 9 ଗିରଫ - asika police arrest 9 bike lootera

ଗତ କିଛି ଦିନ ଧରି ଆସିକା ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ରମାଗତ ଭାବେ ମୋଟର ସାଇକେଲ ଚୋରି ହେଉଥିବା ବେଳେ ପୋଲିସ ଏବେ 9 ଜଣକୁ ଗିରଫ କରିବା ସହ 21 ଚୋରା ମୋଟର ସାଇକେଲକୁ ଜବତ କରିଛି । ଅଧିକ ପଢନ୍ତୁ...

ଆସିକା ପୋଲିସକୁ ବଡ ସଫଳତା
ଆସିକା ପୋଲିସକୁ ବଡ ସଫଳତା
author img

By

Published : Jan 16, 2021, 6:14 PM IST

Updated : Jan 16, 2021, 6:59 PM IST

ଭଞ୍ଜନଗର: ପୁଣି ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ଏକ ବଡ ସଫଳତା । ଗତ କିଛି ଦିନ ଧରି ଆସିକା ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କ୍ରମାଗତ ଭାବେ ମୋଟର ସାଇକେଲ ଚୋରି ହେଉଥିବା ବେଳେ ପୋଲିସ ଏବେ 9 ଜଣକୁ ଗିରଫ କରିବା ସହ 21 ଚୋରା ମୋଟର ସାଇକେଲକୁ ଜବତ କରିଛି ।

ସୂଚନା ଅନୁଯାୟୀ, ଆସିକା ତଥା କବିସୂର୍ଯ୍ୟନଗର ପୋଲସରା ସମେତ ବିଭିନ୍ନ ଅଞ୍ଚଳରେ ଗତ କିଛି ଦିନ ଧରି ଚାଲିଥିଲା ମୋଟରସାଇକେଲ ଚୋରା ଅଭିଯାନ । ପୋଲିସ ପାଖରେ ମଧ୍ୟ ଚୋରି ଘଟଣା ନେଇ ବଢୁଥିଲା ଅଭିଯୋଗ ।

ଆସିକା ପୋଲିସକୁ ବଡ ସଫଳତା

ଏହି ମୋଟରସାଇକେଲ ଚୋରା ଅଭିଯାନର ପର୍ଦ୍ଦାଫାଶ କରିବା ପାଇଁ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଗଠନ ହୋଇଥିଲା । ତେବେ ଏହି ଟିମ ଜିଲ୍ଲା ତଥା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଚଢାଉ କରି 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଏହାସହ 9 ଗୋଟି ଭଙ୍ଗା ଇଞ୍ଜିନକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ସମେତ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମୋଟରସାଇକେଲ ଚୋରା ଅଭିଯାନ କାର୍ଯ୍ୟ ଚଳାଇଥିଲେ । ତେବେ ଆଜି 9 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jan 16, 2021, 6:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.