ETV Bharat / state

କ୍ୟାଡ଼ର ପୁନର୍ଗଠନ ନେଇ ଦାବି ଉଠାଇଲେ ମହିଳା ସ୍ବାସ୍ଥ୍ୟକର୍ମୀ, ନଚେତ୍‌ ଆନ୍ଦୋଳନ ଚେତାବନୀ - ବହୂମୁଖୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ

କ୍ୟାଡ଼ର ପୁନର୍ଗଠନ ନେଇ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

anm and health workers association press meet

author img

By ETV Bharat Odisha Team

Published : Sep 8, 2023, 1:51 PM IST

କ୍ୟାଡ଼ର ପୁନର୍ଗଠନ ନେଇ ଦାବି ଉଠାଇଲେ ମହିଳା ସ୍ବାସ୍ଥ୍ୟକର୍ମୀ

ବ୍ରହ୍ମପୁର: ବହୁମୁଖୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମଳିତ ମହାସଂଘର ସାମ୍ବାଦିକ ସମ୍ମିଳନୀ । କ୍ୟାଡ଼ର ପୁନର୍ଗଠନ ନେଇ ରାଜ୍ୟ ସରାକାରଙ୍କ ନିକଟରେ ଦାବି କଲା ମହାସଂଘ । ଯଦି ଦାବି ପୂରଣ ନହୁଏ ତେବେ ଆଗକୁ ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ପ୍ରତି ସରକାରୀ କର୍ମଚାରୀ ଚାକିରି କାଳରେ 4 ରୁ 5 ଗୋଟି ପଦୋନ୍ନତି ପାଉଥିବା ବେଳେ, ବହୁମୁଖୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀମାନେ କେବଳ ମାତ୍ର ଥରେ ପଦୋନ୍ନତି ପାଉଛନ୍ତି । ଏପରିକି କିଛି ସ୍ବାସ୍ଥ୍ୟକର୍ମୀ ବିନା ପଦୋନ୍ନତିରେ ଚାକିରିରୁ ଅବସର ନେଉଛନ୍ତି । ତେଣୁ କ୍ୟାଡ଼ର ପୁନର୍ଗଠନ ପାଇଁ ସ୍ୱାସ୍ଥ୍ୟକର୍ମୀ ମାନେ ଦାବି କରି ପୂର୍ବରୁ କୋରୋନା ସମୟରେ ଟୀକାକରଣ କରିନଥିଲେ । ପରେ ସରକାରଙ୍କ ହସ୍ତକ୍ଷେପ ପରେ ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ପରିବାର କଲ୍ୟାଣ ନିର୍ଦେଶକଙ୍କ ସହ କ୍ୟାଡର ପୁନର୍ଗଠନ ନେଇ ସକାରାତ୍ମକ ଆଲୋଚନା ପରେ ସ୍ବାସ୍ଥ୍ୟକର୍ମୀ ଟୀକାଗ୍ରହଣ କରିଥିଲେ ।

ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କ୍ୟାଡ଼ର ପୁନର୍ଗଠନ ବିଜ୍ଞପ୍ତି ପ୍ରକାଶ ପାଇ ପାରିଲାନାହିଁ । ଯାହାକୁ ନେଇ ମହାସଂଘ ପ୍ରେସମିଟ ଜରିଆରେ ଆସନ୍ତା ଏକ ସପ୍ତାହ ମଧ୍ୟରେ କ୍ୟାଡ଼ର୍‌ ପୁନର୍ଗଠନ ନେଇ ଚେତାବନୀ ଦେଇଛି । ଯଦି ସରକାର ଏଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା ୧୧ ତାରିଖ ଠାରୁ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମାନେ ସମସ୍ତ ଅନଲାଇନ୍ କାର୍ଯ୍ୟକ୍ରମରୁ ନିବୃତ୍ତ ରହିବେ ବୋଲି ଚେତାଇ ଦେଇଛନ୍ତି । ସାଧାରଣ ଜନତାଙ୍କୁ ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବେ କିନ୍ତୁ ଅନଲାଇନ୍ ଡାଟା ଏଣ୍ଟ୍ରି ବନ୍ଦ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ନିର୍ଯାତନା ଅଭିଯୋଗରେ ଡାକ୍ତରଙ୍କ ବଦଳି, ପ୍ରତିବାଦ କଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ୨୦ ହଜାର କ୍ଷେତ୍ରୀୟ କର୍ମଚାରୀ ତଥା ଘରୋଇ ବିଭାଗକୁ ସ୍ବୀକୃତିପ୍ରାପ୍ତ ଚାରୋଟି ସ୍ବାସ୍ଥକର୍ମୀ ସଂଘକୁ ନେଇ ବହୁମୁଖୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମଳିତ ମହାସଂଘ ଗଠନ କରାଯାଇଛି । ଓଡିଶା ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ, ଓଡ଼ିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ସଂଘ, ଓଡ଼ିଶା ରାଜ୍ୟ ବହୁମୁଖୀ ପୁରୁଷ ସ୍ନାୟୁ ପରିଦର୍ଶନ ସଂଘ ଓ ଓଡ଼ିଶା ରାଜ୍ୟ ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା ସଂଘ ଏଥିରେ ଅନ୍ତର୍ଭୁକ୍ତ । ପ୍ରତିଟି ସମୟରେ ଏମାନେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ ମଧ୍ୟ ପଦୋନ୍ନତି ହୋଇନଥିବାରୁ କ୍ୟାଡ଼ର ପୁନର୍ଗଠନ ପାଇଁ ଦାବି କରିଛନ୍ତି।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.