ETV Bharat / state

ଆଦିବାସୀଙ୍କ ପାଇଁ ସାତ ସପନ ସରକାରି ଯୋଜନା

author img

By

Published : Oct 15, 2019, 2:36 AM IST

ଗାଁ ରେ ନାହିଁ ଅଙ୍ଗନବାଡି କେନ୍ଦ୍ର । ଯେଉଁ କାରଣରୁ କୁନିକୁନି ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି ।

ଆଦିବାସୀଙ୍କ ପାଇଁ ସାତ ସପନ ସରକାରି ଯୋଜନା

ଭଞ୍ଜନଗର: ଆଦିବାସୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ମାତ୍ର ଏହି ଯୋଜନା ସବୁ ସାତସପନ ପାଲଟିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତର ଆମ୍ବଖାଲ ଗ୍ରାମରେ ।

ଗାଁ ରେ ନାହିଁ ଅଙ୍ଗନବାଡି କେନ୍ଦ୍ର । ଯେଉଁ କାରଣରୁ କୁନିକୁନି ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି । ରାଜ୍ୟ ସରକାର ଯୋଗାଇ ଦେଉଥିବା ଅଣ୍ଡା, ଛତୁଆ ଭଳି ପୁଷ୍ଟିକର ଖାଦ୍ୟ ଏହି ଆଦିବାସୀ ଅଞ୍ଚଳରେ ନପହଞ୍ଚିବା ସହ ପିଲାମାନେ ସରକାର ଯୋଗାଉଥିବା ଡ୍ରେସରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ତେଣୁ ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଅଙ୍ଗନବାଡିଟିଏ ନଥିବାରୁ କୁନିକୁନି ପିଲା ଶାରୀରିକ ଓ ମାନସିକ ସ୍ଥରରେ ଦୁର୍ବଳ ହୋଇପଡୁଛନ୍ତି ।

ଆଦିବାସୀଙ୍କ ପାଇଁ ସାତ ସପନ ସରକାରି ଯୋଜନା

ଏନେଇ ଆମ୍ବଖାଲ ଗ୍ରାମର ସମସ୍ୟା ବିଷୟରେ ଭିଜିଟରେ ଆସିଥିବା ଗଞ୍ଜାମ ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ସେହି ଗ୍ରାମ ପାଇଁ ଅଙ୍ଗନବାଡି କର୍ମୀ ନିଯୁକ୍ତି ହୋଇଛନ୍ତି କିନ୍ତୁ ସେଠାରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ସରକାରଙ୍କ ଦ୍ବାରା ଆସୁଥିବା ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ପହଁଞ୍ଚି ପାରୁନାହିଁ । ତେଣୁ ଅତିଶ୍ରୀଘ୍ର ସେଠାରେ ଅଙ୍ଗନବାଡି କେନ୍ଦ୍ର ହେବା ସହିତ ପିଲାମାନେ ସମସ୍ତ ସରକାରୀ ସୁବିଧା ପାଇବେ ବୋଲି ସେ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ଗଂଜାମ ଜିଲ୍ଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଂଚାୟତ ର ଆମ୍ବଖାଲ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ଏହି ଆଦିବାସୀ ଗ୍ରାମରେ କୁନିକୁନି ପିଲାମାନେ ଅପପୁଷ୍ଟିର ଶିକାର ହେଉଛନ୍ତି ରାଜ୍ୟ ସରକାର ଯୋଗାଇ ଦେଉଥିବା ଅଣ୍ଡା ଛତୁଆ ଭଳି ପୁଷ୍ଟିକର ଖାଦ୍ୟ ଏହି ଆଦିବାସୀ ଅଂଚଳରେ ପହଂଚିବା ସାତସପନ ତା ସହିତ ପିଲା ମାନଙ୍କ ପାଇଁ ସରକାର ଯୋଗାଉଥିବା ଡ୍ରେସ ରୁ ମଧ୍ୟ ବଞ୍ଚିତ ହେଉଛନ୍ତି ତେଣୁ ଗ୍ରାମରେ ଏକ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି ଅଙ୍ଗନବାଡି ଟିଏ ନଥିବାରୁ କୁନିକୁନି ପିଲାମାନେ ଏଣେତେଣେ ବୁଲୁଛନ୍ତି ମାଟି ବାଲିରେ ଖେଳୁଛନ୍ତି ଶାରୀରିକ ଓ ମାନସିକ ସ୍ତରରେ ଦୃବଳ ହେଉଛନ୍ତି ଆଜି ଏହି ଆମ୍ବଖାଲ ଗ୍ରାମର ସମସ୍ୟା ବିଷୟରେ ଭିଜିଟ ରେ ଆସିଥିବା ଗଂଜାମ ପ୍ରକଳ୍ପ ନିର୍ଦେଶକ ସିଦ୍ଧାର୍ଥ କୁମାର ସ୍ୱାଇଁ ଙ୍କୁ ପଚାରିବାରୁ ସେ କହିଛନ୍ତି ସେହି ଗ୍ରାମ ପାଇଁ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦିଆଯାଇଛି କିନ୍ତୁ କେନ୍ଦ୍ର ନାହିଁ ଯଦ୍ୱାରା ସରକା
ରଙ୍କ ପିଲାମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ପହଁଚି ପାରୁନାହିଁ ଅତିଶ୍ରୀଘ୍ର ସେଠି ଅଙ୍ଗନବାଡି କେନ୍ଦ୍ର ହେବା ସହିତ ପିଲାମାନେ ସମସ୍ତ ସରକାରୀ ସୁବିଧା ପାଇବେ
ବାଇଟ-ପାର୍ବତୀ(ଆମ୍ବଖାଲ ଗ୍ରାମବାସୀ)
ବାଇଟ-ସିଦ୍ଧାର୍ଥ କୁମାର ସ୍ୱାଇଁ(ପ୍ରକଳ୍ପ ନିର୍ଦେଶକ ,ଗଞ୍ଜାମ)

Body:ଭଞ୍ଜନଗର ରୁ ରଂଜନ ସ୍ୱାଇଁ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.