ଗଞ୍ଜାମ: ସରକାରଙ୍କ ବାଦ୍ଧକ୍ୟ ଭତ୍ତାକୁ ନେଇ ସଙ୍ଗିନ ଅଭିଯୋଗ । କିଛି ଅଫିସର ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ନେଉଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡଦେଉଳ ପଞ୍ଚାୟତରେ ।
ସୂଚନା ଅନୁୟାୟୀ, ଗତ ଦୁଇ ବର୍ଷ ହେଲା ଖଣ୍ଡଦେଉଳି ଗ୍ରାମର ଉଦୟ ସ୍ବାଇଁ ମୃତ୍ୟୁବରଣ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ମଧ୍ୟ ଭତ୍ତା ଟଙ୍କା ପଞ୍ଚାୟତରୁ ଉଠାଯାଉଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ତେଣୁ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବୀ କରିଛନ୍ତି ।
ଅନ୍ୟପଟେ ଉକ୍ତ ଗ୍ରାମରେ ପୂର୍ବରୁ ମଧ୍ୟ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି । ମାତ୍ର ଏହାର ତଦନ୍ତ ବଦଳରେ ଘଟଣାକୁ ଫାଇଲ ତଳେ ଚାପି ରଖାଯାଇଥିବା ଅଭିଯୋଗ ହୋଇଛି ।
ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ