ETV Bharat / state

ବୋମା ଫୁଟି ଅପରାଧି ଗୁରୁତର - ବୋମା

ବନ୍ଥପଲ୍ଲୀ ଅଞ୍ଚଳରେ ଚେରୁ ଗୌଡ଼ ନାମକ ଜଣେ ଅପରାଧୀ ବୋମା ନେଇ ଯାଉଥିବା ସମୟରେ ବୋମା ଫୁଟି ଗୁରୁତର ହୋଇଛି । ଚେରୁର ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଞ୍ଜାମ
author img

By

Published : Jun 15, 2019, 2:28 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଅଞ୍ଚଳରେ ଚେରୁ ଗୌଡ଼ ନାମକ ଜଣେ ଅପରାଧୀ ବୋମା ନେଇ ଯାଉଥିବା ସମୟରେ ଏହା ଫୁଟି ଯିବାରୁ ସେ ଗୁରୁତର ହୋଇଛି। ଚେରୁର ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଗଞ୍ଜାମ

ଚେରୁ ବନ୍ଥପଲ୍ଲୀ ସରପଞ୍ଚକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଦିଗପହଣ୍ଡି ଥାନାରେ ମାମଲା ରୁଜ ହୋଇଥିବା ବେଳେ ପୋଲିସ ଏ ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ରହ୍ମପୁର ସହରର ସଦରଥାନା ଏବଂ ଦିଗପହଣ୍ଡି ଅଞ୍ଚଳରେ ଚେରୁ ନାମରେ ଅନେକ ମାମଲା ରହିଥିବା ବେଳେ ଆହତ ଚେରୁ ଗୌଡ଼କୁ ପୋଲିସ ଏନକାଉଣ୍ଟର କରି ଗିରଫ ହେବା ପରେ ଜେଲ ଯାଇଥିଲା । ଜେଲରୁ ଆସିବା ପରେ ବି ସେ ଅନେକ ଅପରାଧିକ କାର୍ଯ୍ୟରେ ପୁଣି ଲିପ୍ତ ରହିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ନେପାଳ କାଠମାଣ୍ଡୁରେ ମଙ୍ଗଳବାର ମର୍ମନ୍ତୁଦ ସଡକ 
ଦୁର୍ଘଟଣାରେ ଓଡିଆ ତୀର୍ଥଯାତ୍ରୀଙ୍କ ମୃତାହତ ଓ ଚିକିତ୍ସା ଆଦି ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର 
ମନ୍ତ୍ରୀ ଡାକ୍ତର ଶଭ୍ରମଣ୍ୟମ ଜୟଶଙ୍କରଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଡା ଜୟଶଙ୍କରଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ଏହି ବସ ଦୁର୍ଘଟଣାରେ ଓଡିଶାର ଖୋର୍ଦ୍ଧା 
ଏବଂ ପୁରୀ ଜିଲ୍ଲାର କିଛି ଯାତ୍ରୀ ଥିବାବେଳେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାବ୍ୟତିତ ଅନ୍ୟ 
କେତେକ ଯାତ୍ରୀମାନେ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ସେଠାକାର ଡାକ୍ତରଖାନାରେ
ସେମାନଙ୍କ ଚିକିତ୍ସା ଚାଲିଛି ।
ଶ୍ରୀ ପ୍ରଧାନ ଡା ଜୟଶଙ୍କରଙ୍କୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ ଲୋଡି ଆହତଙ୍କୁ ଉପଯୁକ୍ତ ଚିକିତ୍ସା
ଯୋଗାଇବା ସହ ମୃତ ଲୋକଙ୍କୁ ଘରେ ପହଁଚାଇବାର ବ୍ୟବସ୍ଥା କରିବା ନେଇ ଅନୁରୋଧ କରିଛନ୍ତି । 
ଖୋର୍ଦ୍ଧା ଓ ପୁରୀ ଅଂଚଳରୁ ଆସିଥିବା ତୀର୍ଥଯାତ୍ରୀଙ୍କ ପରିବାର ସହ ଯୋଗାଯୋଗରେ ଥିବା ଶ୍ରୀ ପ୍ରଧାନ 
ଚିଠିରେ ଉଲ୍ଲେଖ କରିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.