ETV Bharat / state

ଦାରିଦ୍ର୍ୟତାର ଦାରୁଣ କାହାଣୀ; 2 ସନ୍ତାନଙ୍କ ମୃତ୍ୟୁ ପରେ ଏବେ ଅନିତା କରୁଛନ୍ତି ସଂଘର୍ଷ - ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅନିତା

ଅସରନ୍ତି ଦୁଃଖରେ ଦହଗଞ୍ଜ ଅନିତାଙ୍କ ଜୀବନ । ଅର୍ଥ ଅଭାବରୁ ଚିକିତ୍ସା ନ ପାଇ ଆଖି ଆଗରେ ହରାଇ ବସିଲେ ଦୁଇ ସନ୍ତାନ୍ତକୁ । ଏବେ ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି ଅନିତା । ଏନେଇ ଅଧିକ ପଢନ୍ତୁ...

ଦାରିଦ୍ର୍ୟତାର ଦାରୁଣ କାହାଣୀ;ସନ୍ତାନଙ୍କ ମୃତ୍ୟୁ ପରେ ଏବେ ଅନିତା କରୁଛନ୍ତି ସଂଘର୍ଷ
2 ସନ୍ତାନଙ୍କ ମୃତ୍ୟୁ ପରେ ଏବେ ଅନିତା କରୁଛନ୍ତି ସଂଘର୍ଷ
author img

By

Published : Oct 25, 2020, 3:16 PM IST

ଭଞ୍ଜନଗର: ଆର୍ଥିକ ଅନଟନର ଅକୁହା ଯନ୍ତ୍ରଣା । ଯେଉଁଠି ଦାରିଦ୍ର୍ୟତାର କଷାଘାତରେ ଦହଗଞ୍ଜ ହେଉଛି ଅନିତାଙ୍କ ଜୀବନ । ଯମ ଯନ୍ତ୍ରଣା ଠାରୁ କିଛି କମ ନୁହେଁ ତାଙ୍କ ଜୀବନ । ଦଇବର ଦାଉକୁ, ଦାରୁଣ ଦୁଃଖ ସହି ନ ପାରି ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ମାଗିଛନ୍ତି ଇଚ୍ଛାମୃତ୍ୟୁ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ରାମଗୁଡା ଗାଁର ଅନିତା ପ୍ରଧାନଙ୍କ ଅସରନ୍ତି ଦୁଃଖର କଥା ।

ଦାରିଦ୍ର୍ୟତାର ଦାରୁଣ କାହାଣୀ;ସନ୍ତାନଙ୍କ ମୃତ୍ୟୁ ପରେ ଏବେ ଅନିତା କରୁଛନ୍ତି ସଂଘର୍ଷ

ଆର୍ଥିକ ଅଭାବରୁ ଚିକିତ୍ସା କରାଇ ନ ପାରି ବର୍ଷେ ତଳେ ଦୁଇ ପୁଅ-ଝିଅକୁ ହରାଇଛନ୍ତି ଅନିତା । ମଜୁରିଆ ସ୍ବାମୀ 2 ଦିବ୍ୟାଙ୍ଗ ପିଲାଙ୍କୁ ଚିକିତ୍ସା କରିପାରିଲେନି । ଆଉ ଅବେଳରେ ଦୁଇ ସନ୍ତାନ୍ତଙ୍କୁ ହରାଇ ଅସହ୍ୟ ଯନ୍ତ୍ରଣାରେ ଛପଟପ ହେଉଛନ୍ତି ଅନିତା । ହେଲେ ଏଇଠି ସରିନି ଦଇବର କଷଣ । ଗରିବ ବୋଲି ପ୍ରତିମୁହୂର୍ତ୍ତରେ ଭୋଗି ଚାଲିଛନ୍ତି କଷ୍ଟ । ଦୁଇ ପିଲାଙ୍କୁ ଝୁରି ଝୁରି ଅନିତାଙ୍କ ଖାଦ୍ୟନଳୀ ଶୁଖିଯାଇଛି । ଖାଦ୍ୟନଳୀ ଅଚଳ ହୋଇଯିବାରୁ କରଜ କରି ସ୍ବାମୀ ଶିବ ପ୍ରଧାନ ଏମ୍ସରେ ଅପରେସନ କରାଇଥିଲେ । ଏବେ ନଳୀ ମାଧ୍ୟମରେ ପେଟକୁ ଖାଦ୍ୟ ଯାଉଛି । ହେଲେ ଅଧିକ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ ।

ସରପଞ୍ଚ, ବିଧାୟକ, ବିଡିଓଙ୍କୁ ଗୁହାରି କଲେ ମଧ୍ୟ କାହାଠାରୁ ସହାୟତା ମିଳିପାରିଲା ନାହିଁ । ଏହାପରେ ଶିବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ମାଗିଥିଲେ । ହେଲେ ସେଠାରୁ ମଧ୍ୟ କୌଣସି ସୁଫଳ ମିଳିପାରିଲାନାହିଁ । ଆଉ ଏପଟେ ପତ୍ନୀ ସେବାରେ ବ୍ୟସ୍ତ ରହୁଥିବା ଶିବ ମଧ୍ୟ କାମଧନ୍ଦାକୁ ଯାଇପାରୁନାହାଁନ୍ତି । ଫଳରେ ସାହି ପଡିଶା ଯାହା ସହାୟତା କରୁଛନ୍ତି ସେଥିରେ କେବଳ ପେଟ ପୁରୁଛି । ଏମାନଙ୍କ ବ୍ୟବସ୍ଥା ଯଦି ସରକାର କରିବେ ନାହିଁ, ତେବେ ସେମାନଙ୍କ ମରିବା ଛଡା ଆଉ କିଛି ବିକଳ୍ପ ନଥିବା କହିଛନ୍ତି ଗ୍ରାମବାସୀ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.