ETV Bharat / state

ବିଲରୁ ମହିଳାଙ୍କ ଦରପୋଡା ମୃତଦେହ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତ ଦିଅର ସମେତ 3 ଗିରଫ

ଚାଷ ଜମିରୁ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ମୃତକଙ୍କ ନିଜ ସମ୍ପର୍କୀୟ ଦିଅର ସହ ଅନୈତିକ ସମ୍ପର୍କ ଥିବାବେଳେ ସାମାନ୍ୟ ବଚସାରୁ ଦିଅର ଜଣକ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଲରୁ ମହିଳାଙ୍କ ଦରପୋଡା ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାରୀ ପ୍ରେମୀ ଦିଅର ସମେତ 3 ଗିରଫ

author img

By

Published : Dec 25, 2020, 6:51 PM IST

ଭଞ୍ଜନଗର: ଜିଲ୍ଲାର ସୋରଡା ଥାନା ଅନ୍ତର୍ଗତ ବଜ୍ରଗୁମା ଗାଁ ନିକଟ ଚାଷ ଜମିରୁ ମହିଳାଙ୍କ ଦରପୋଡା ମୃତଦେହ ଉଦ୍ଧାର ଘଟଣାରୁ ପରଦା ଉଠିଛି । ମୃତ ମହିଳାଙ୍କ ନିଜ ସମ୍ପର୍କୀୟ ଦିଅର ସହିତ ଅନୈତିକ ସମ୍ପର୍କ ଥିବାବେଳେ ସାମାନ୍ୟ ବଚସାରୁ ଦିଅର ଜଣକ ନିଜ ଦୁଇ ସହଯୋଗୀଙ୍କ ସହାୟତାରେ ତାଙ୍କୁ ହତ୍ୟା କରିଛି । ତେବେ ମୃତକ କିଛି ମାସର ଗର୍ଭବତୀ ଥିବା ଜଣାପଡିଛି । ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରଠୁ ସୋରଡା ପୋଲିସ ତନଘନା ଆରମ୍ଭ କରିଥିଲା । ଶେଷରେ ମୁଖ୍ୟ ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

ବିଲରୁ ମହିଳାଙ୍କ ଦରପୋଡା ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାରୀ ପ୍ରେମୀ ଦିଅର ସମେତ 3 ଗିରଫ

ଗତ 4 ତାରିଖ ଦିନ ସ୍ଥାନୀୟ ଲୋକେ ଏକ ଚାଷ ଜମିରେ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ଦିନ ମହିଳଙ୍କ ପରିଚୟ ମିଳି ପାରିନଥିଲା । ପୋଲିସ ଘଟଣାର ଖୋଳତାଡ କରିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ମହିଳାଙ୍କ ଦିଅରର ସମ୍ପୃକ୍ତି ଥିବା ଜଣାପଡିଥିଲା । ପୋଲିସ ଅଭିଯୁକ୍ତ ଦିଅର ଓ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ ମୃତ ବିବାହିତା ମହିଳା ଜଣକ ଲକ୍ଷ୍ମୀପୁର ଗ୍ରାମର ଅର୍ଚ୍ଚନା ନାଇକ । ତାଙ୍କର ପୂର୍ବରୁ ଦୁଇଟି ସନ୍ତାନ ଅଛନ୍ତି । କିଛି ମାସ ତଳେ ଅର୍ଚ୍ଚନାଙ୍କ ସେହି ଗ୍ରାମର ସମ୍ପର୍କୀୟ ଦିଅର ସିମାଞ୍ଚଳ ନାଏକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଗତ ଏପ୍ରିଲ ମାସରେ ଗ୍ରାମରୁ ଫେରାର ହୋଇ ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ରହୁଥିଲେ । ସେଠାରେ ମହିଳା ଗର୍ଭବତୀ ହୋଇଥିଲେ । ମହିଳା ଜଣକ ନିଜ ପିଲାମାନଙ୍କ ସହ କଥା ହୋଇ ନିଜ ଗ୍ରାମକୁ ପ୍ରେମିକ ସହ ଡିସେମ୍ବର 1 ତାରିଖ ଦିନ ଫେରୁଥିଲେ । ହେଲେ ବାଟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ସିମାଞ୍ଚଳ ତା' ସହଯୋଗୀଙ୍କୁ ଡାକି ଅର୍ଚ୍ଚନାଙ୍କୁ ହତ୍ୟା କରିଥିଲା ଏବଂ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ଉପରେ କିରୋସିନି ଢାଳି ପୋଡି ଦେଇଥିଲା । ପୋଲିସ ଅଭିଯୁକ୍ତକୁ ଧରିବା ପରେ ସେ ନିଜ ଦୋଷ ସ୍ବୀକାର କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.