ETV Bharat / state

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟ

author img

By

Published : Oct 16, 2020, 6:23 PM IST

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଠାରୁ କିଛି ଦୂରରେ ଥିବା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ । ଆଲମାରୀ ଭାଙ୍ଗି ଏକଲକ୍ଷ ଟଙ୍କା,10 ଭରି ସୁନା ସହ ରୂପା ଅଳଙ୍କାର ଚୋରି । ଅଧିକ ପଢନ୍ତୁ...

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

ଭଞ୍ଜନଗର: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ, ଲକ୍ଷାଧିକ ଟଙ୍କା ସହ ସୁନା ରୂପା ଲୁଟିନେଲେ ଦୁବୃର୍ତ୍ତ । ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଠାରୁ ମାତ୍ର 300 ମିଟର ଦୂର ବ୍ୟବସାୟୀ କାଳୁ ଚରଣ ପଣ୍ଡାଙ୍କ ଲୋକନାଥ ଭବନରୁ ଚୋରି ହୋଇଛି । ବିଳମ୍ବିତ ରାତି ପ୍ରାୟ 2.30ରୁ 3.30 ମଧ୍ୟରେ ଚୋରି ହୋଇଥବା ବ୍ୟବସାୟୀ ପ୍ରକାଶ କରିଛନ୍ତି । ଦୁର୍ବୃତ୍ତ ମାନେ ଘର ବାଡିପଟୁ ତିନୋଟି କବାଟ ଭାଙ୍ଗି ଘରେ ପଶିବା ସହ ଆଲମାରୀ ଭାଙ୍ଗି ଏକଲକ୍ଷ ଟଙ୍କା,10 ଭରି ସୁନା ସହ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି ।

ଖବରପାଇ ଘଟଣାସ୍ଥଳରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପହଞ୍ଚି ସିସିଟିଭି ଫୁଟେଜ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ଦ୍ବାରା ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପରିବାର ପକ୍ଷରୁ ଦାବି ହୋଇଛି । ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଚୋରି ହୋଇଛି ତେଣୁ ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ପଶିଛି । ତେଣୁ ପୋଲିସ ରାତିରେ ପୋଲିସ୍ ପେଟ୍ରୋଲିଂ ଅଧିକ କଡ଼ାକଡ଼ି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ କୁମାର ସ୍ବାଇଁ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.