ବ୍ରହ୍ମପୁର: ସହରରେ ସାବାଡ ହେଉଛନ୍ତି ରୋମିଓ । ଗତ କିଛିଦିନ ହେବ ରାଜଧାନୀରେ ଜଣେ ରୋଡ ରୋମିଓକୁ ଯୁବତୀ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ ବି ସୁଧୁରୁନାହାଁନ୍ତି ଏଭଳି ଅସାମାଜିକ ବ୍ୟକ୍ତି । ଏହି କ୍ରମରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତିନଗର ତୃତୀୟ ଲାଇନରେ ଜଣେ ରୋଡ ରୋମିଓକୁ ଧରି ପୋଲିସକୁ ଜିମା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଏହି ରୋଡ ରୋମିଓ ଜଣଙ୍କ ଜଣେ ନାବାଳିକାଙ୍କୁ ହଇରାଣ କରି ଆସୁଥିଲେ ।
ହେଲେ ସାହି ବାସିନ୍ଦା ଏବଂ ନାବାଳିକାର ପରିବାର ବର୍ଗ ମିଳିତ ଭାବରେ ଏହି ଯୁବକଙ୍କୁ ଧରି କାବୁ କରିବା ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏପରିକି ନାବାଳିକାଙ୍କ ପରିବାର ବର୍ଗ ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ