ETV Bharat / state

କୁମ୍ଭାର ଶାଳରୁ ଉଦ୍ଧାର ହେଲା 9 ଫୁଟର ବିଷାକ୍ତ କିଙ୍ଗ କୋବ୍ରା

author img

By

Published : Apr 10, 2021, 1:25 PM IST

ଗଞ୍ଜାମ ଖଲିକୋଟ ରେଞ୍ଜ ଅଧିନ ବେଗୁନିଆପଡାର ଗୁରୁଝରି ଗାଁର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଉଦ୍ଧାର ହେଲା ଏକ 9 ଫୁଟର ଅହିରାଜ ସାପ । ତେବେ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା । ଅଧିକ ପଢନ୍ତୁ...

କୁମ୍ଭାର ଶାଳରୁ ଉଦ୍ଧାର ହେଲା 9 ଫୁଟର ବିଷାକ୍ତ କିଙ୍ଗ କୋବ୍ରା
କୁମ୍ଭାର ଶାଳରୁ ଉଦ୍ଧାର ହେଲା 9 ଫୁଟର ବିଷାକ୍ତ କିଙ୍ଗ କୋବ୍ରା

ଭଞ୍ଜନଗର: ଗଞ୍ଜାମ ଖଲିକୋଟ ରେଞ୍ଜ ଅଧିନ ବେଗୁନିଆପଡାର ଗୁରୁଝରି ଗାଁର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଉଦ୍ଧାର ହେଲା ଏକ 9 ଫୁଟର ଅହିରାଜ ସାପ । ତେବେ ଗତକାଲି ବିଳମ୍ବିତ ରାତିରେ ଏକ ଅହିରାଜ ସାପ ବାଇଆଙ୍କ କୁମ୍ଭାର ଶାଳରେ ପଶିଯାଇଥିଲା । ଏ ନେଇ ବାଇଆ ସ୍ନେକ ହେଲ୍ପ ଲାଇନକୁ ଖବର ଦେବାରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନାଲୋକ ମିଶ୍ର ଏବଂ ମିହିର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ । ଏବଂ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସାପକୁ ଜଙ୍ଗଲରେ ଛାଡି ଦିଆଯାଇଥିଲା ।

ତେବେ ଗ୍ରାମବାସୀମାନେ ଘର ବାହାରକୁ ସାପକୁ ଆଣି ସେମାନଙ୍କ ଆଗରେ ପ୍ରଦର୍ଶନ କରିବାକୁ ଦାବି କରିଥିଲେ । କିନ୍ତୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବପ୍ନାଲୋକ ସୁରକ୍ଷା ପ୍ରୋଟୋକଲର ଦ୍ବାହି ଦେଇ ଲୋକମାନଙ୍କ କଥାକୁ କର୍ଣ୍ଣପାତ ହିଁ କରି ନଥିଲେ ।

ଅହିରାଜ ସାପର ବିଷ ନ୍ୟୁରୋଟକ୍ସିକ । ଏହି ସାପ କାମୁଡ଼ିଲେ ମୃତ୍ୟୁ ସୁନିଶ୍ଚିତ । କାରଣ ଆମ ଦେଶରେ ଅହିରାଜ ସାପ ବିଷର ଆଣ୍ଟି ଭେନମ ଉପଲବ୍ଧ ନାହିଁ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.