ବ୍ରହ୍ମପୁର: ସହରର ଉପକଣ୍ଠ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ରହିଥିବା ଭଞ୍ଜବିହାରସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପଛପଟୁ ସାତଗୋଟି ବାରାହାର ମୃତଦେହକୁ ମଙ୍ଗଳବାର ବନ ବିଭାଗ ଉଦ୍ଧାର କରିଛି । କୌଣସି ବିଷାକ୍ତ ଖାଦ୍ୟ ଖାଇବା ଫଳରେ ବାରାହାମାନଙ୍କର ମୃତ୍ୟୁ ହୋଇଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ।
ଘଞ୍ଚ ବୁଦା ନିକଟରୁ ଦୁର୍ଗନ୍ଧ ହେବା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଖୋଜାଖୋଜି କରିଥିଲେ। ପରେ ଲୋକମାନେ ବୁଦା ଭିତରେ କିଛି ବାରାହା ମୃତଦେହକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଫରେଷ୍ଟର ଘରମଣି ପାଣିଗ୍ରାହୀ ଏବଂ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ବାରାହାକୁ ଉଦ୍ଧାର କରିଥିଲେ ଏବଂ ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ କରାପଲ୍ଲିସ୍ଥିତ ପଶୁ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା।
କୌଣସି ବିଷାକ୍ତ ଖାଦ୍ୟ ଖାଇଥିବାରୁ ବାରାହାମାନଙ୍କର ଏପରି ମୃତ୍ୟୁ ହୋଇଥିବା ଡ. ପ୍ରଭୁ ଦତ୍ତ ଦାସ କହିଛନ୍ତି । ତେବେ ବ୍ୟବଚ୍ଛେଦ ପରେ ମୃତ ବାରାହାଙ୍କୁ ଗଭୀର ଗାତ କରି ସେଥିରେ ରାସାୟନିକ ଦ୍ରବ୍ୟ ପକାଇ ପୋତାଯାଇଥିବାର ସୂଚନା ମିଳିଛି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ