ETV Bharat / state

ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ - ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ

Pandian on a two day visit to Ganjam; ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ । ପ୍ରଥମେ ହିଞ୍ଜିଳିକାଟୁର ସମରଝଳରେ ଓଲ୍ଲାଇଥିଲେ । ଆଗକୁ ପଢ଼ନ୍ତୁ,

ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ

author img

By ETV Bharat Odisha Team

Published : Dec 16, 2023, 10:36 PM IST

ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ

ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଗସ୍ତରେ 5ଟି ଅଧ୍ୟକ୍ଷ ପାଣ୍ଡିଆନ । ପ୍ରଥମେ ହିଞ୍ଜିଳିକାଟୁର ସମରଝଳରେ ଓଲ୍ଲାଇଥିଲେ । ପରେ ପୋଚିଲିମା ଖାମ୍ବିୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ, ଶେରଗଡ ଆଦି ବୁଲି ଦେଖିଥିଲେ । ପରେ ମାଆ ବୁଢୀ ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ଯୋଜନା ରହିଛି । ଦ୍ବୀତିୟ ଦିନରେ ଏମ୍.କେ.ସି.ଜି ମେଡିକାଲ କଲେଜ ଯିବା ସୂଚନା ମିଳିଛି ।

ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି 5ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ । ଅଧ୍ୟକ୍ଷ ଆସି ପ୍ରଥମେ ହିଞ୍ଜିଳିକାଟୁର ସମରଝଳ ଛକରେ ପ୍ରସ୍ତୁତ କରାଯାଇଥିବା ହେଲିପ୍ୟାଡରୁ ଓଲ୍ଲାଇଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟରେ ପ୍ରଥମେ ପହଞ୍ଚିଥିଲେ । ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଉପସ୍ଥିତ ବିଦ୍ୟାର୍ଥୀଙ୍କ ସହିତ ଆଲୋଚନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓଡିଶା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ସେଠାକୁ ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।ତାପରେ ହିଞ୍ଜିଳିକାଟୁ ଛକରେ ରହିଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ 5ଟି ଅଧ୍ୟକ୍ଷ । ସେଠାରୁ ଶେରଗଡ ବ୍ଲକର ଶେରଗଡ ସ୍ଥିତ ଗ୍ରାମୀଣ ଶିଳ୍ପ ପାର୍କରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିବା ସହିତ ବ୍ଲକରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ 'ଏଜେଣ୍ଡା' ବୟାନ ପରେ ବିରୋଧୀଙ୍କ ଶାଣିତ ଜବାବ, '୨୪ ପାଇଁ ରୂପାନ୍ତରୀକରଣ କାର୍ଡ ଖେଳୁଛି ବିଜେଡି'

ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ପରେ ଆଜି ରାତ୍ର ସମୟରେ ବ୍ରହ୍ମପୁର ସହରରେ ପହଞ୍ଚି ସହରର ଆରାଧ୍ୟ ଦେବୀ ମାଆ ବୁଢୀ ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । 5ଟି ଅଧ୍ୟକ୍ଷ ପ୍ରଥମ ଦିନର କାର୍ଯ୍ୟକ୍ରମ ପରେ ବ୍ରହ୍ମପୁର ସହରରେ ରାତ୍ରରହଣୀ ସହିତ ଆସନ୍ତାକାଲି ଭୋର ସକାଳ ସମୟରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜକୁ ଯାଇ ସେଠାକାର ଉନ୍ନୟନମୂଳକ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ତେବେ 5ଟି ଅଧ୍ୟକ୍ଷଙ୍କ ଗସ୍ତ ପାଇଁ ଆଗୁଆ ପ୍ରସ୍ତୁତ ଥିଲେ ଗଞ୍ଜାମର ବିଜୁ ଜନତା ଦଳ । ସେନେଇ ଏକ ପ୍ରସ୍ତୁତି ବୌଠକ ମଧ୍ୟ ଆୟୋଜିତ ହୋଇଥିଲା । ତେବେ ନିର୍ବାଚନ ଘଡ଼ି ପାଖେଇ ଆସୁଥିବା ବେଳେ ବିଜେଡ଼ି ତାର ମଇଦାନ ସଜାଡ଼ିବାରେ ଲାଗିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.