ETV Bharat / state

Ground Report: ବିକାଶ ଅପେକ୍ଷାରେ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲାର ୫ଖଣ୍ଡ ଗାଁ, ସାଂସଦ କହିଲେ ଖୁବଶୀଘ୍ର ସମାଧାନ - ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ

ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲା ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଲୋକେ ହନ୍ତସନ୍ତ । ସ୍ବାଧୀନତା ପରେ ବି ଏଠାକାର ଲୋକଙ୍କୁ ମିଳିପାରିନାହିଁ ମୌଳିକ ସମସ୍ୟା । ପ୍ରାୟ ୫ ଖଣ୍ଡ ଗାଁର ଲୋକେ ବର୍ଷ ବର୍ଷ ଧରି ସମସ୍ୟା ଭୋଗିଆସୁଛନ୍ତି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ

Etv Bharat
Etv Bharat
author img

By

Published : May 20, 2023, 10:11 PM IST

ଅବହେଳିତ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲାର ୫ଖଣ୍ଡ ଗାଁ

ବ୍ରହ୍ମପୁର: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଯାତାୟତ କରିବା ପାଇଁ ରାସ୍ତାଟିଏ ନାହିଁ । ଫଳରେ ଆଦିବାସୀ ବହୁଳ ପାଞ୍ଚଖଣ୍ଡ ଗ୍ରାମର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏଭଳି ସମସ୍ୟା କେଉଁ ଉପାନ୍ତ କି ମାଓ ଇଲାକାର ନୁହେଁ, ବରଂ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲା କୁହାଯାଉଥିବା ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ୟା । ଏହି ନିର୍ବାଚନ ମଣ୍ଡଳୀର ବିଜୟଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତର ପାହଡଘେରା ଅଞ୍ଚଳର ପାଞ୍ଚଖଣ୍ଡ ଗ୍ରାମର ଜନସାଧାରଣ ବ୍ୟବହାର କରୁଥିବା ମୁଖ୍ୟ ରାସ୍ତାଟି ପକ୍କା ହୋଇପାରିନାହିଁ । ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଧାୟକ, ଜିଲ୍ଲାପ୍ରଶାସନ ଏବଂ ରାଜଧାନୀ ଭୁବନେଶ୍ବରକୁ ଯାଇ ଗୁହାରି କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ଅଭିଯୋଗ ହୋଇଛି ।

ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଯୋଜନାକୁ ନେଇ ସଭାସମିତିରେ ଅନେକ ବିଷୟ କୁହାଯାଉଥିବା ବେଳେ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ପକ୍କା ରାସ୍ତାଟିଏ ନିର୍ମାଣ ହୋଇନପାରିବା ଯୋଜନାର ସଫଳ ରୂପାୟନକୁ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ । ହେଲେ ଏହି ପାଞ୍ଚଖଣ୍ଡ ଗ୍ରାମବାସୀ ଇତିମଧ୍ୟରେ ରାସ୍ତାଟିଏ ନିର୍ମାଣ କରିବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଧାୟକ, ଜିଲ୍ଲାପ୍ରଶାସନ ଏବଂ ରାଜଧାନୀ ଭୁବନେଶ୍ବରକୁ ଯାଇ ଅନେକ ଥର ଗୁହାରି କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି । ରାସ୍ତା ସମସ୍ୟା ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ଏଠାରେ ରହିଛି ଆହୁରି ଅନେକ ସମସ୍ୟା । ଗ୍ରାମବାସୀ ପାନୀୟ ଜଳର ସୁବିଧା ନଥିବା ଯୋଗୁଁ ଗ୍ରାମଠାରୁ କିଛି ଦୂରକୁ ଯାଇ ପାନୀୟ ଜଳ ଉପରେ ନିର୍ଭର କରିବା, ଘର ପାଇବା ପାଇଁ ସରକାରୀ ଯୋଜନାକୁ ଅପେକ୍ଷା କରି ରହିଥିଲେ ମଧ୍ୟ ତାହା ପୂରଣ ନହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।

ଏହା ବି ପଢନ୍ତୁ- ଅଣମୌସୁମୀ ସମୟରେ ଛତିଶଗଡ ଓଡ଼ିଶାକୁ ପାଣି ଛାଡୁ, ମହାନଦୀ ବଞ୍ଚାଅ ସତ୍ୟାଗ୍ରହ ଆରମ୍ଭ

ମୁଖ୍ୟତଃ ବିଜୟ ଲକ୍ଷ୍ମୀ ନାରାୟଣପୁର ଗ୍ରାମ ନିକଟରୁ ଆସିବା ପାଇଁ ଆଉ ରାସ୍ତାଟିଏ ନଥିବା ଯୋଗୁଁ ବର୍ଷତମାମ ଘାଟିଆମ୍ବ ଗାଁ, ପିପଳାପଦର, କଣ୍ଡଗାଁ, ଆମ୍ବ ଗାଁ, ଖଜୁରିଆ ଏବଂ ପଦ୍ମପୁର ଭଳି ଆଦିବାସୀ ଗ୍ରାମଗୁଡ଼ିକରେ ରହୁଥିବା ଜନସାଧାରଣ ମାସିକ ଚାଉଳ ମିଳିବା ଖୁସିରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯେପରି ଯାଇଥାନ୍ତି ଚାଉଳ ନେଇ ଫେରିବା ସମୟର କଷ୍ଟ ଦ୍ବିଗୁଣିତ ହୋଇ ପଡିଯାଇଥାଏ । ଆଉ ଏହାରି ମଧ୍ୟରେ ନିଜ ଭାଗ୍ୟକୁ ଆଦରି ରହୁଥିବା ଅଞ୍ଚଳବାସିନ୍ଦା କାହାର ସ୍ବାସ୍ଥ୍ୟ ଖରାପ ହୋଇଗଲେ ଦୋଳା କିମ୍ବା ଖଟିଆ ଧରି ବାହାରିଥାନ୍ତି ଏହି ରାସ୍ତାରେ । ଏହାରି ମଧ୍ୟରେ ବର୍ଷା ହୋଇଗଲେ ସମସ୍ୟା ଦ୍ବିଗୁଣିତ ହୋଇଯାଇଥାଏ । ଯାହାକି ଗ୍ରାମବାସୀଙ୍କ ପାଖରେ ମୌଳିକ ସମସ୍ୟା ପହଞ୍ଚିପାରୁନଥିବା ନେଇ ଗ୍ରାମବାସୀଙ୍କ ରହିଛି ଅନେକ କ୍ଷୋଭ ।

ଏ ନେଇ ଗ୍ରାମବାସୀ ବସନ୍ତ ନାୟକ କହିଛନ୍ତି, "ଗାଁରେ ସମସ୍ୟା ହିଁ ସମସ୍ୟା ରହିଛି । ପକ୍କା ରାସ୍ତାଟିଏ ନଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଲୋକେ ବହୁ ଦୂର ଚାଲି ଚାଲି ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଏ ନେଇ ସୂର୍ଯ୍ୟ ପାତ୍ରଙ୍କ ନିକଟରେ ଅଭିଯୋଗ କରିବା ପରିବର୍ତ୍ତେ ଏଯାଏଁ କୌଣସି ସୁଫଳ ବାହାରିପାରିନାହିଁ ।"

ସେପଟେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, "ଖୁବଶୀଘ୍ର ଏହି ଗ୍ରାମଗୁଡିକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ସମସ୍ୟାର ସମାଧାନ କରାଯିବ ।" ତେବେ ଏହାରି ମଧ୍ୟରେ ବର୍ଷ ବର୍ଷ ଧରି ଜୀବନ ବିତାଇ ଆସୁଥିବା ଗ୍ରାମବାସୀଙ୍କ ଦୁଃଖ କେବେ ଦୂର ହେବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା ରହିଛି।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.