ETV Bharat / state

ଅଙ୍ଗଦାନ କରିଥିବା ସୁରଜଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି - ଅଙ୍ଗଦାନ ନ୍ୟୁଜ

ସୁରତରେ ରହୁଥିବା ସମୟରେ ଅଙ୍ଗଦାନ କରି 6ଜଣଙ୍କ ଜୀବନ ବଞ୍ଚାଇଥିବା ମୃତ ଓଡିଆ ପୁଅ ସୁରଜ ସେଠୀଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରଦାନ କରିଛନ୍ତି 5ଲକ୍ଷ ଟଙ୍କାର ସହାୟତା ରାଶି ।

member
member
author img

By

Published : Dec 17, 2019, 7:07 PM IST

ବ୍ରହ୍ମପୁର: ଜୀବନ ଚାଲିଗଲା ପରେ ବି 6 ଜଣଙ୍କୁ ପ୍ରାଣଦାନ ଦେଇଥିଲେ ଓଡିଆ ପୁଅ ସୁରଜ ସେଠୀ । ଏନେଇ ମୃତ ସୁରଜଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ପ୍ରଦାନ କରାଯାଇଛି 5 ଲକ୍ଷ ଟଙ୍କାର ସହାୟତା ରାଶି । ସୁରତରେ ରହୁଥିବା ସମୟରେ ଓଡିଆ ପୁଅ ସୁରଜ ସେଠୀ ଅଙ୍ଗଦାନ କରି ଛଅ ଜଣଙ୍କ ଜୀବନ ବଞ୍ଚାଇଥିଲେ ।

ଅଙ୍ଗଦାନ କରିଥିବା ମୃତ ସୁରଜଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ସହାୟତା ରାଶି

ତେବେ ସୁରଜଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲସିଂ ଗ୍ରାମର ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳୀ ସେଠୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ସୂଚନାମୁତାବକ, ପରିବାର ସହ ସୁରତରେ ରହୁଥିବା ସୁରଜ ଗତ ଅକ୍ଟୋବର ୨୯ ରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶେଷରେ ନଭେମ୍ବର ୨ ତାରିଖରେ ସେ ଆଖି ବୁଜିଥିଲେ । ଏହାପରେ ସୁରତର ଏକ ସ୍ବଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ପିତାମାତାଙ୍କୁ ଅଙ୍ଗଦାନ ପାଇଁ ବୁଝାଇଥିଲେ । ପରିବାର ବର୍ଗଙ୍କ ସହମତିରେ ଘରୋଇ ଡାକ୍ତରଖାନାରେ ହିଁ ସୁରଜଙ୍କ ଶରୀରରୁ ଚକ୍ଷୁ ,କିଡନୀ, ହୃତପିଣ୍ଡ ଓ ଲିଭର ଭଳି ପ୍ରମୁଖ 6ଟି ଅଙ୍ଗ ବାହାର କରାଯାଇ ବହୁ କମ୍ ସମୟ ମଧ୍ୟରେ ତାହାକୁ ବିଭିନ୍ନଙ୍କ ଶରୀରରେ ସଫଳ ପ୍ରତିରୋପଣ କରାଯାଇଥିଲା ।

ସୁରଜଙ୍କ ପରିବାରର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅନ୍ୟକୁ ଆଲୋକିତ କରିବାର ମହତ କାମ କରି ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣି ପାରିଥିବା ନେଇ ରାଜ୍ୟ ସରକାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାଯ୍ୟ, ଇଟିଭି ଭାରତ

Intro:ସୁରତରେ ରହୁଥିବା ସମୟରେ ଓ଼ଡିଆ ପୁଅ ସୁରଜ ସେଠୀ ଙ୍କ ଅଙ୍ଗଦାନ କରି ଛଅ ଜଣଙ୍କ ଜୀବନ ବଞ୍ଚାଇଥିବା ମୃତ ସୁରଜଙ୍କ ପରିବାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ପକ୍ଷରୁ ପ୍ରଦାନ କରାଯାଇଛି ପାଞ୍ଚ ଲକ୍ଷ ଟଙ୍କାର ସହାୟତା । ନିଜେ ମୃତ୍ୟୁବରଣ କରି ଅମର ପାଲଟି ଯାଇଥିବା ସୁରଜଙ୍କ ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦେବା ସହ ମୃତକଙ୍କ ପରିବାର ବର୍ଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲସିଂ ଗ୍ରାମର ବାପା ବାବୁଲି ସେଠୀ ଓ ମାଆ ଗୀତାଞ୍ଜଳୀ ସେଠୀ ଏଭଳି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପରିବାର ସହ ସୁରତରେ ରହୁଥିବା ସୁରଜ ଙ୍କର ଗତ ଅକ୍ଟୋବର ୨୯ ତାରିଖରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହାତ ହୋଇ ଏକ ଘରୋଇ ହସପିଟାଲରେ ଚିତ୍ସିତ ହେବା ପରେ ଶେଷରେ ନଭେମ୍ୱର ୨ ତାରିଖରେ ଆଖି ବୁଜି ଦେଇଥିଲେ ।ଯାହାକୁ ନେଇ ସୁରତର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ଡାକ୍ତରମାନେ ସୁରଜଙ୍କ ପିତାମାତାଙ୍କୁ ଅଙ୍ଗଦାନ ପାଇଁ ବୁଝାଇବା ପରେ ପରିବାର ବର୍ଗ ଙ୍କ ସହମତିରେ ଘରୋଇ ହସପିଟାଲରେ ହିଁ ସୁରଜଙ୍କ ଶରୀରରୁ ଚକ୍ଷୁ , କିଡନୀ , ହୃତପିଣ୍ଡ ଓ ଲିଭର ଭଳି ପ୍ରମୁଖ ଛଅଟି ଅଙ୍ଗ ବାହାର କରାଯାଇ ବହୁ କମ୍ ସମୟ ମଧ୍ୟରେ ତାହାକୁ ବିଭିନ୍ନ ଙ୍କ ଶରୀରରେ ସଫଳ ପ୍ରତିରୋପଣ କରାଯାଇଥିଲା । ସୁରଜ ଙ୍କ ପରିବାରର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଅନ୍ୟକୁ ଆଲୋକିତ କରିବାର ମହତ କାମ କରି ନିଜ ମଣିଷ ପଣିଆ ପାଇଁ ଅନ୍ୟର ହୃଦୟକୁ ଜିଣି ପାରିଥିବା ନେଇ ରାଜ୍ୟ ସରକାର ଏଭଳି କାର୍ଯ୍ୟ କୁ ପ୍ରଶଂସା କରିଥିଲେ ।Body:ବ୍ରହ୍ମପୁର ରୁ ସମୀର ଆଚାଯ୍ୟ ଇଟିଭି ଭାରତ....Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.