ETV Bharat / state

Hockey World Cup: ଅଦରକାରୀ ଲୁହାରେ ବିଶ୍ୱର ବୃହତ୍‌ ହକି ଷ୍ଟିକ୍‌, ଖେଳାଳିଙ୍କୁ ଉତ୍ସର୍ଗ କଲେ ITI ଛାତ୍ର - ହକି ବିଶ୍ବକପ

ହକି ବିଶ୍ବକପ ନେଇ ପ୍ରଚାରପ୍ରସାର ପାଇଁ କରାଯାଉଛି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ । ଏହି ଅବସରରେ ଅଦରକାରୀ ଲୁହାରେ ୪୩ ପୁଟର ହକି ଷ୍ଟିକ୍‌ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସରକାରୀ ITI ଶିକ୍ଷାନୁଷ୍ଠାନର ଛାତ୍ର । ଅଧିକ ପଢନ୍ତୁ

ଅଦରକାରୀ ଲୁହାରେ ୪୩ ଫଟର ହକି ଷ୍ଟିକ୍‌, ଖେଳାଳିଙ୍କୁ ଉତ୍ସର୍ଗ କଲେ ଆଇଟିଆଇ ଛାତ୍ର

author img

By

Published : Jan 11, 2023, 9:17 PM IST

ଅଦରକାରୀ ଲୁହାରେ ୪୩ ଫଟର ହକି ଷ୍ଟିକ୍‌, ଖେଳାଳିଙ୍କୁ ଉତ୍ସର୍ଗ କଲେ ଆଇଟିଆଇ ଛାତ୍ର

ବ୍ରହ୍ମପୁର : ୧୩ ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । ଏନେଇ ସବୁଠି ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି । ତାରିଖ ଯେତେ ପାଖଉଛି ଉତ୍ସାହ ସେତେ ବଢିବାର ଲାଗିଛି । ପ୍ରଶାସନଠାରୁ ଆରମ୍ଭ କରି ଜନସାଧାରଣ କ୍ରୀଡ଼ାପ୍ରେମୀଙ୍କ ମନରେ ହକି ବିଶ୍ବକପକୁ ନେଇ ଉତ୍କଣ୍ଠା ଦେଖା ଦେଇଛି । ହକି ବିଶ୍ବକପ ନେଇ ପ୍ରଚାରପ୍ରସାର ପାଇଁ କରାଯାଉଛି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ । ଏହି ଅବସରରେ ଅଦରକାରୀ ଲୁହାରେ ୪୩ ପୁଟର ହକି ଷ୍ଟିକ୍‌ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁର ସରକାରୀ ITI ଶିକ୍ଷାନୁଷ୍ଠାନର ଛାତ୍ର । ରାଜ୍ୟର ହକି ବିଶ୍ବକପ କପ୍ ଆୟୋଜନ ପୂର୍ବରୁ ଏହାକୁ ଉନ୍ମୋଚିତ କରିବେ । ଏଥିରେ ପ୍ରାୟ ଅଢ଼େଇ ଟନ୍‌ ଲୁହା ସାମଗ୍ରୀ ବ୍ୟବହୃତ ହୋଇଛି । ଏହାର କାର୍ଯ୍ୟ ଶେଷ ହେବା ପରେ ଶିକ୍ଷାନୁଷ୍ଠାନ ପରିସରରେ ସ୍ଥାନିତ କରାଯିବ । ଯାହାକି ରାଜ୍ୟରେ ହକି କ୍ରୀଡାର ଆହୁରି ପ୍ରଚାର ପ୍ରସାର ଦିଗରେ ଏହା ଅନେକ ମାତ୍ରାରେ ସହାୟକ ହୋଇପାରିବ ବୋଲି ଆଶା କୁହାଯାଇଛି ।

ବ୍ରହ୍ମପୁର ITI ଶିକ୍ଷାନୁଷ୍ଠାନରେ ଅଦରକାରୀ ସାମଗ୍ରୀକୁ ନେଇ ବିଭିନ୍ନ ପ୍ରକାର ପ୍ରତିକୃତି ନିର୍ମାଣ କରି ବେଶ୍ ପ୍ରଶଂସା ସାଉଁଟିଥିଲେ । ତେବେ ରାଜ୍ୟରେ ଏବେ ଦେଖାଦେଇଛି ହକି ଫିଭର । ଏନେଇ ହକିର ପ୍ରଚାରପ୍ରସାର ପାଇଁ ITI ଛାତ୍ରଙ୍କ ଦ୍ବାରା ଏଭଳି ପ୍ରୟାସ କରାଯାଇଛି । ଏହି ହକି ଷ୍ଟିକ୍‌କୁ ସେମାନେ ଖେଳାଳିମାନଙ୍କୁ ଉତ୍ସର୍ଗ କରିଛନ୍ତି । ଅଦରକାରୀ ଲୁହା ସାମଗ୍ରୀରେ ନିର୍ମିତ କରାଯାଇଛି ଦେଶର ସବୁଠାରୁ ବଡ଼ ହକି ଷ୍ଟିକ୍‌ । ଏହାକୁ ନିର୍ମାଣ କରିବା ପାଇଁ ଦିନ ରାତି ଲାଗିପଡିଛନ୍ତି ITI ଛାତ୍ର । ଶିକ୍ଷାନୁଷ୍ଠାନର ଫିଟର, ଇଲେକ୍ଟିସିଆନ୍ ଓ ପେଇଣ୍ଟର ବିଭାଗର ବିଦ୍ୟାର୍ଥୀମାନେ ଏହି ହକି ଲୋଗୋକୁ ନିର୍ମାଣ କରିଛନ୍ତି । ୪୩ଫୁଟ ଉଚ୍ଚତା ବିଶିଷ୍ଟ ଦୁଇଟି ହକି ଷ୍ଟିକ୍‌ ଓ ୨ ଫୁଟ ଉଚ୍ଚତା ବିଶିଷ୍ଟ ବଲ ନିର୍ମାଣ କରିଛନ୍ତି ବ୍ରହ୍ମପୁର ସରକାରୀ ITI ଛାତ୍ର । ଏହି ହକି ଷ୍ଟିକ ଗିନିଜ ବୁକ ଅଫ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ବ୍ରହ୍ମପୁର ITIର ଅଧ୍ୟକ୍ଷ ।

ଗାଁଠାରୁ ସହର ସବୁଠି ଏବେ ହକି ଫିଭର । ସରକାରଙ୍କ ପକ୍ଷରୁ ଏଥିପାଇଁ ସାରା ରାଜ୍ୟରେ ହକି ବିଶ୍ବକପ ମାହୋଲ ସରଗରମ ରହିଛି । ରାଜ୍ୟରେ ଚଳିତଥର ଦ୍ବିତୀୟ ଥର ପାଇଁ ବିଶ୍ବକପ ହକି ଆୟୋଜନ କରାଯାଉଛି । ସାରା ରାଜ୍ୟ ଏବେ ହକି ମାନିଆର ପରିବେଶ ସୃଷ୍ଟି କରିଛି । ଏଭଳି ସମୟରେ ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ହକି ଫିଲ୍‌ଡ ଲୋଗ ନିର୍ମାଣ କରିଥିବା କଥା କହିଛନ୍ତି ଏହି ଛାତ୍ରମାନେ । ଏହି ହକି ଷ୍ଟିକ୍ ଓ ବଲ୍ ଦେଶର ସର୍ବବୃହତ ରୂପେ ପରିଗଣିତ ହେବ ବୋଲି ଆଶା ରହିଛି ।

ହକି ବିଶ୍ୱକପ ଯେତିକି ପାଖେଇ ଆସୁଛି ସେତିକି ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି । ହକି ବିଶ୍ୱକପକୁ ନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବା କ୍ରେଜ୍‌ । ସଭିଏଁ ନିଜନିଜ ଢଙ୍ଗରେ ହକି ବିଶ୍ୱକପକୁ ନେଇ ନିଜର ଉତ୍କଣ୍ଠା ପ୍ରକାଶ କରୁଛନ୍ତି । ହକି ବିଶ୍ବକପ ନେଇ ଆରମ୍ଭ ହୋଇସାରିଲାଣି କାଉଣ୍ଟ ଡାଉନ । ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପର ମେଗା ଉଦଘାଟନୀ ଉତ୍ସବ ଆୟୋଜିତ ହୋଇଛି । ଉଦଘାଟନୀ କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଇଥିଲା ।

ଇଟିିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.