ETV Bharat / state

ପୋଲିସ ପାଟ୍ରୋଲିଂ ବେଳେ 4 ଯୁବକ ଗିରଫ - petrolling

ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାରସିଙ୍ଗି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବାରଦଣ୍ଡା ଛକଠାରେ  4 ଜଣ ଯୁବକଙ୍କୁ ଗିରଫ କରିଛି । 5 ଜଣ ଯୁବକ ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ଧରାପଡିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Jul 14, 2019, 2:37 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗି ପୋଲିସକୁ ମିଳିଛି ଏକ ବଡସଫଳତା । ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାରସିଙ୍ଗି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାରଦଣ୍ଡା ଛକଠାରେ 4 ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ମାନଙ୍କ ମଧ୍ୟରେ ଜଣେ ଭଞ୍ଜନଗର ନାହାତୁଠ ସାହିର ହୋଇଥିବା ବେଳେ ତିନିଜଣ କବିସୂର୍ଯ୍ୟନଗରର ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାରସିଙ୍ଗି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ 5 ଜଣ ଯୁବକ ଅପରାଧ ଘଟାଇବାକୁ ଯୋଜନା କରୁଥିବା ଜାଣିବାକୁ ପାଇଥିଲେ । ଏହାପରେ ସେମାନଙ୍କୁ ଧରିବାକୁ ଯିବା ସମୟରେ ଯୁବକମାନେ ପୋଲିସକୁ ଦେଖି ଦୌଡ଼ିଥିଲେ ।

ତେବେ ପୋଲିସ ଚାରିଜଣ ଯୁବକଙ୍କୁ କାବୁ କରି ନେଇଥିବା ବେଳେ ଅନ୍ୟଜଣେ ଯୁବକ ବାଇକ ଯୋଗେ ଫେରାର ହୋଇଯାଇଥିଲା । ପୋଲିସ ସେମାନଙ୍କୁ ଯାଞ୍ଚ କଲା ବେଳେ ସେମାନଙ୍କ ଠାରୁ ଦୁଇଟି ଖଣ୍ଡା, 12ଟି ମୋବାଇଲ , ଦୁଇଟି ଛୁରୀ , ପାଞ୍ଚୋଟି ଜୀବନ୍ତ ବୋମା, ଲଙ୍କାଗୁଣ୍ଡ ପ୍ୟାକେଟ ଓ ଗୋଟିଏ ବାଇକ ଜବତ କରିଛି ।

ଏଥିସହ ସେମାନଙ୍କୁ ବହୁ ପଚରା ଉଚରା କରିବାରୁ ସେମାନେ ରାସ୍ତାରେ ଏକୁଟିଆ ଯାଉଥିବା ଲୋକଙ୍କ ଆଖିକୁ ଲଙ୍କା ଗୁଣ୍ଡ ପକାଇବା ସହ ମାରପିଟ କରି ଟଙ୍କା ଓ ମୋବାଇଲକୁ ଲୁଟି ନେଉଥିଲେ ବୋଲି କହିଥିଲେ । ତେବେ ଶନିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ନାମରେ ଏକାଧିକ ମାମଲା ଥାନାରେ ଥିବା ଥାନା ଅଧିକାରୀ କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.