ETV Bharat / state

ଧକ୍କା ଦେଲା ଲୌହ ଦାନବ; ତିନି ଶ୍ରମିକଙ୍କ ମୃତ୍ୟୁ

ଟ୍ରେନ ଟ୍ରାକରେ ଚାଲି ଯାଉଥିବା ସମୟରେ ପଛପଟୁ ଧକ୍କା ଦେଲା ଟ୍ରେନ, ତିନି ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଟ୍ରେନ ଟ୍ରାକରେ ଚାଲିବା ହେଲା କାଳ, ଟ୍ରେନ ଧକ୍କାରେ  ତିନି ଶ୍ରମିକ ମୃତ୍ୟୁ

author img

By

Published : Aug 30, 2021, 9:19 AM IST

ବ୍ରହ୍ମପୁର: ଟ୍ରେନ ଟ୍ରାକରେ ଚାଲିବା ହେଲା କାଳ । ପଛପଟୁ ଧକ୍କା ଦେଲା ଟ୍ରେନ , ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ଏଭଳି ଏକ ଦୁଃଖଦନୀୟ ଘଟଣା ଘଟିଛି ବ୍ରହ୍ମପୁର ହଳଦିଆପଦର ରେଳଷ୍ଟେସନ ନିକଟସ୍ଥ ଲେବୁଲ କ୍ରସିଙ୍ଗ ନିକଟରେ ।

ଗତକାଲି ବିଳମ୍ବିତ ରାତ୍ରିରେ ରେଳ ଟ୍ରାକରେ ଲେବୁଲ କ୍ରସିଙ୍ଗ ନିକଟରେ ୩ ଜଣ ଶ୍ରମିକ ଚାଲି ଚାଲି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିବା ୩ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ । ମୃତକ ମାନେ ବାହାର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି । ସେମାନେ ବ୍ରହ୍ମପୁର ରେଳଷ୍ଟେସନକୁ ଯିବା ପାଇଁ ଡାଉନ ରେଳ ଟ୍ରାକରେ ଆସୁଥିବା ବେଳେ ପଛପଟୁ ଆସୁଥିବା ଏକ ସ୍ବତନ୍ତ୍ର ଟ୍ରେନ ତାଙ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଘଟଣାର ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଶ୍ରମିକଙ୍କ ନିକଟରୁ ମିଳିଥିବା ଏକ ଫୋନ ନମ୍ବରକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସମ୍ପୂର୍ଣ୍ଣ ଘଟଣାର ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.