ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆସ୍କା ଲୋକସଭା ଆସନ ସମେତ ବିଧାନସଭା ଆସନକୁ ମିଶାଇ ମୋଟ୍ 8ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ସକାଳୁ ସକାଳୁ ଭୋଟର୍ ଲମ୍ବା ଲାଇନରେ ଛିଡା ହୋଇ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି । କେବଳ ପୁରୁଷ ନୁହେଁ ମତଦାନ କେନ୍ଦ୍ରରେ ଉଭୟ ପୁରୁଷ ଓ ମହିଳାଙ୍କ ଖଚାଖଚ୍ ଭିଡ୍ ଲାଗିଛି । ନିଜ୍ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଖରାକୁ ଖାତିର୍ ନ କରି ଭୋଟ୍ ଦେଉଛନ୍ତି ଭୋଟର୍ ।
ତେବେ ଆସିକା ନିର୍ବାଚନ ମଣ୍ଡଳୀରେ କଣ ରହିଛି ନିର୍ବାଚନ ହାଲ୍ ? ଭୋଟରଙ୍କ ପାଇଁ ପ୍ରଶାସନ ତରଫରୁ କଣ କଣ ବ୍ୟବସ୍ଥା କରାଯାଇଛି ? ଏ ବିଷୟରେ ଅଧିକ ଜାଣିବା ପାଇଁ ଆସିକା ନିର୍ବାଚନୀ ମଣ୍ଡଳୀରେ କିଛି ଭୋଟର୍ଙ୍କ ସହ ଆମ ବ୍ରହ୍ମପୁର ସମ୍ବାଦଦାତା ଆଲୋଚନା କରିଥିଲେ । ତେବେ ନିର୍ବାଚନକୁ ନେଇ କଣ ରହିଛି ଭୋଟର୍ଙ୍କ ପ୍ରତିକ୍ରିୟା ଶୁଣନ୍ତୁ...
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ