ETV Bharat / state

ଭଞ୍ଜନଗରରେ ସଡ଼କ ଦୁର୍ଘଟଣା; 2 ମୃତ, 3 ଆହତ

author img

By

Published : May 18, 2020, 11:11 PM IST

ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ କାଠଚିରା ଠାରେ ବାଇକ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭଞ୍ଜନଗରରେ ସଡ଼କ ଦୁର୍ଘଟଣା
ଭଞ୍ଜନଗରରେ ସଡ଼କ ଦୁର୍ଘଟଣା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ କାଠଚିରା ଠାରେ ବାଇକ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ମୃତ ତିନି ଆହାତ । ମୃତକ ମାନେ ହେଲେ ସୁବାସିନୀ ବେହେରା, ବବୁରୁ ନାୟକ ଏବଂ ଆହାତମାନେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁସାରେ ସୁବାସିନୀ ତାଙ୍କ ପୁଅ ସହିତ ପଥରା ପଲ୍ଲୀରୁ କୋଟିବାଡି ଯାଉଥିବା ବେଳେ ଗାଲେରୀ ପଟୁ ଦୁଇଟି ବାଇକରେ ତିନିଜଣ ବ୍ୟକ୍ତି ଆସୁଥିଲେ । କାଠଚିରା ଠାରେ ଦୁଇଟି ବାଇକ ଧକ୍କା ହୋଇଥିବା ବେଳେ ପଛରେ ଆସୁଥିବା ବାଇକ ମଧ୍ୟ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବବୁରୁକୁ ଗାଲେରୀ ମେଡିକାଲକୁ ପଠାଇଥିବାବେଳେ ସୁବାସିନୀକୁ ଭଞ୍ଜନଗର ମେଡିକାଲକୁ ପଠାଇଥିଲା । ତେବେ ଅନ୍ୟ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା । ବର୍ତ୍ତମାନ ତୀର୍ଥ ବେହେରା, ଜୁନିଆ ନାୟକ, ନୀଳାଞ୍ଚଳ ନାୟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.