ETV Bharat / state

ଭଗବାନପୁରର ଭଗବାନଙ୍କ ଘରୁ ଅହିରାଜ ଉଦ୍ଧାର - ganjam

ଗଞ୍ଜାମ ବୁଗୁଡ଼ା ବନବିଭାଗ ଅନ୍ତର୍ଗତ ଭଗବାନପୁରରେ ଜଣଙ୍କ ଘରୁ 13 ଫୁଟର ଅହିରାଜ ଉଦ୍ଧାର ହୋଇଛି। ସ୍ନେକ ହେଲ୍ପ ଲାଇନ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିବା ଜଣାପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Mar 27, 2019, 10:45 AM IST

ବ୍ରହ୍ମପୁର: ଘରୁ ଉଦ୍ଧାର ହେଲା 13 ଫୁଟ ଲମ୍ବର ଅହିରାଜ ସାପ। ଗଞ୍ଜାମ ବୁଗୁଡ଼ା ବନବିଭାଗ ଅନ୍ତର୍ଗତ ଭଗବାନପୁର ଗ୍ରାମରେ ରହୁଥିବା ଭଗବାନ ସାହୁଙ୍କ ଘର ଭିତରୁ ଅହିରାଜଟି ଉଦ୍ଧାର ହୋଇଥିବା ସୂଚନା ରହିଛି। ସ୍ନେକ ହେଲ୍ପ ଲାଇନ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସ୍ଥାନୀୟ କରଚୁଲି ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଭଗବାନ ସାହୁ ଖରାବେଳେ ଘରକୁ ଖାଇବାକୁ ଯିବା ବେଳେ ହଠାତ ଦେଖିଥିଲେ ଗୋଟିଏ ଅହିରାଜ ତାଙ୍କ ଘରକୁ ପ୍ରବେଶ କରୁଛି। ଏହାପରେ ସେ ସ୍ନେକ୍ ହେଲ୍ପ ଲାଇନ୍ ର ସଦସ୍ୟଙ୍କୁ ଖବର ଦେଇଥିଲେ। ବିକରଡ଼ାବାଡ଼ିର ଗ୍ରାମର ହରିଶ ପାଢୀ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିବାବେଳେ ସାପଟି ଏକ ଗୋଧିକୁ ଖାଇ ଦେଇଥବା ଜଣାପଡିଥିଲା ।

ପରେ ସାପଟି ଗିଳି ଦେଇଥିବା ଗୋଧିକୁ ପାଟିରୁ ବାହାର କରିଥିଲା। ପରେ ତାକୁ ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡି ଦିଆଯାଇଛି।

ବହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ -ଉଦଘାଟିତ ହେଲା କୋଷଲ ନାଟ୍ୟ ମହୋତ୍ସବ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୨୫-୦୩-୧୯
ଫରମାଟ -ପେକେଜ
ଏଙ୍କର-
ଆରମ୍ଭ ହୋଇଛି ସାଇଟ ସଦାଇପାଲି ରାଧାକୃଷ୍ଣ ମଣ୍ଡପଠାରେ ଅଷ୍ଟମ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗୀତା । ୯ଦିନ ବ୍ୟାପି ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ୧୫ ଗୋଟି କୋଶଳି ଭାଷାର ନାଟକ ଓ ୮ଟି ଗୀତିନାଟ୍ୟ ମଂଚସ୍ଥ ହେବ । ସ୍ଥାନିୟ ଅଞ୍ଚଲର ଭାଷା ଓ କଲାକୁ ଜୀବିତ ରଖିବା ଉଦ୍ଦ୍ୟେଶରେ ଏହି ନାଟକ ମହୋତ୍ସବ ଆୟୋଜିତ ହେଉଥିବା ବେଲେ ଏଥିରେ ବରଗଡ,ସମ୍ବଲପୁର,ସୁବର୍ଣ୍ଣପୁର ଓ ବଲାଗିଂର ଜିଲ୍ଲାର ବଛା ବଛା କୋଷଲି ନାଟକ ତଥା ଗିତୀ ନାଟ୍ୟ ମଞ୍ଚସ୍ଥ ହେବ । ତେବେ ଏହାର ଉଦଘାଟନୀ ସନ୍ଧ୍ୟାରେ ଏଠି ଦର୍ଶକଙ୍କ ପ୍ରବଲ ଭିଡ ଜମିଥିବା ବେଲେ କଲାକାର ମାନେ ମଧ୍ୟ ନିଜର ନାଟ୍ୟ କଲା ପ୍ରଦର୍ଶିତ କରିବା ପାଇଁ ଖୁବ ଉତ୍ସାହିତ ଥିଲେ ।  
ଭିଓ-୧
ବଲାଗିଂରରେ ଆରମ୍ଭ ହୋଇ ଯାଇଛି କୋଷଲି ନାଟବାଦୀ ବା ନାଟ୍ୟ ଉତ୍ସବ । ଏଠି ନ ଦିନ ଧରି ଏହି ନାଟ୍ୟ ଉତ୍ସବ ଆୟୋଜିତ ହେବାର ଥିବା ବେଲେ ଏଠି ମୋଟ ୧୫ଟି କୋଷଲୀ ନାଟକ ଓ ଆଠଟି ଗିତିନାଟ୍ୟ ମଞ୍ଚସ୍ଥ ହେବ ।  ଯାହାର ଭନ୍ୟ ସମାରୋହ ସହ ଉଦଘାଟନ ହୋଇ ଯାଇଥିବା ବେଲେ ପ୍ରଥମ ଦିନରେ ଗୋଟିଏ ନାଟକ ଲାଲସା ଓ ଗିତିନାଟ୍ୟ ଶୀତା ଚୋରୀ ମଞ୍ଚସ୍ଥ ହୋଇଛି । ତେବେ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବରଂ ନାଟକ ମା୍ମମରେ ଜୀବନର କଥା, ସମସାମୟିକ ସମାଜ, ଦୁଃଖ ଓ ଯନ୍ତ୍ରଣାର କଥା ମ୍ମ କୁହାଯାଉଛି । କହିବାକୁ ଗଲେ ଆଜିର ବାସ୍ତବ ଜୀବନର ପ୍ରତିଫଳନ ଆମର ଆଜିର ନାଟକ ବୋଲି ଅଷ୍ଟମ ରାଜ୍ୟସ୍ତରୀୟ ନାଟବାଦୀ ଓ ଗୀତିନାଟ୍ୟ ପ୍ରତିଯୋଗୀତାର ଉଦ୍ଘାଟନି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିଛନ୍ତି । ସେହିପରି ଏଠି ଉପସ୍ଥିତ ଶତାଧିକ ଦର୍ଶକ ପ୍ରଥମ ଦିନର ନାଟକ ଓ ଗିତୀ ନାଟ୍ୟକୁ ଖୁବ ଉପଭୋଗ କରିଛନ୍ତି ।  
ବାଇଟ- ଡ. ଶ୍ରୀକର ମିଶ୍ର (ନାଟବାଦୀ ଅ୍ମକ୍ଷ)
ବାଇଟ- ରମେଶ ଚନ୍ଦ୍ର ନାଏକ (ଦର୍ଶକ)
ବାଇଟ- କଳାକାର
ବାଇଟ- ସୁଲୋଚନା ମିଶ୍ର (ଦର୍ଶକ)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.