ଗଜପତି: ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ମଞ୍ଜୁରୁ ମହେଶ । ତାଙ୍କ ଘର ତେଲେଙ୍ଗାନା ରାଜ୍ୟ ନିଜାମାବାଦରେ ବୋଲି ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ମଞ୍ଜୁରୁ ଏକ ବାହାଘର ଭୋଜିରେ ଯୋଗ ଦେବା ପାଇଁ ନିଜ ଶ୍ବଶୁର ଘର ପାରଳାଖେମୁଣ୍ଡିକୁ ଆସିଥିଲେ । ହେଲେ ଆଜି ସକାଳୁ ଶୌଚ ପାଇଁ ଯାଇଥିବା ସମୟରେ ଗୁଣୁପୁର ଠାରୁ କଟକ ଯାଉଥିବା ଏକ ମେମୁ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଇଟିଭି ଭାରତ,ଗଜପତି