ETV Bharat / state

ଦେଶୀ ରନ୍ଧା ମଦ ଭାଟି ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି - ଗଜପତି ଅମରାରେ ଦେଶୀ ରନ୍ଧା ମଦ ଭାଟି ବନ୍ଦ ପାଇଁ ଦାବି

ଗଜପତି ଅମରା ଓ ଡାଳିମ୍ବପୁର ଗ୍ରାମ ନିକଟରେ ଏକ ଦେଶୀ ରନ୍ଧା ମଦ ଭାଟି ଖୋଲିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଦେଶୀ ରନ୍ଧା ମଦ ଭାଟି ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

author img

By

Published : Dec 16, 2021, 3:21 PM IST

Updated : Dec 17, 2021, 10:28 AM IST

ଗଜପତି: ପାରଳାଖେମୁଣ୍ଡି ନିକଟସ୍ଥ ଅମରା ଏବଂ ଡାଳିମ୍ବପୁର ଗ୍ରାମ ନିକଟରେ ଏକ ଦେଶୀ ରନ୍ଧା ମଦ ଭାଟି ଖୋଲିବାକୁ ଯାଉଛି । ଏହାକୁ ଆସନ୍ତା ୭ ଦିନ ମଧ୍ୟରେ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଅମରା ଏବଂ ଡାଳିମ୍ବପୁର ଗ୍ରାମ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଦେଶୀ ରନ୍ଧା ମଦ ଭାଟି ତୁରନ୍ତ ବନ୍ଦ ପାଇଁ ଗ୍ରାମବାସୀଙ୍କ ଦାବି

ଡାଳିମ୍ବପୁର ମୁଖ୍ୟ ରାସ୍ତା କଡରେ ଅମରା ଠାରୁ ୧୦୦ ମିଟର ଏବଂ ଡାଳିମ୍ବପୁର ଗ୍ରାମ ଠାରୁ ୨୦୦ ମିଟର ଦୂରରେ ଜନବସତି ନିକଟରେ ଏହି ଦେଶୀ ରନ୍ଧା ମଦ କାରଖାନା ଖୋଲିବାକୁ ଯାଉଛି । ପଲ୍ଲୀ ସଭା କିମ୍ବା ଗ୍ରାମସଭାର ବିନା ଅନୁମତିରେ ଏହା କିପରି ସମ୍ଭବ ହେଲା ଏବଂ କିଏ ଅନୁମତି ଦେଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।

ତେବେ ଆସନ୍ତା ୭ ଦିନ ମଧ୍ୟରେ ଏହାକୁ ତୁରନ୍ତ ବନ୍ଦ କରଯାଉ । ନଚେତ ଦୁଇ ଗ୍ରାମର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Dec 17, 2021, 10:28 AM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.