ETV Bharat / state

Union Minister Visits Gajapati: ଗଜପତି ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ - ଗଜପତି ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ଗତକାଲି ଦର୍ଶନା ଜରଦୋଷ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ଦଳୀୟ ପଦାଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧୀଙ୍କ ସହ ଦଳୀୟ ସ୍ଥିତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Union Minister Visit Gajapati
Union Minister Visit Gajapati
author img

By

Published : Jan 11, 2023, 12:45 PM IST

Union Minister Visit Gajapati: ଗଜପତି ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ଗଜପତି: ଓଡିଶାରେ ରେଳପଥ ଏବଂ ଏହାର ଭିତ୍ତିଭୂମିର ବିକାଶ ହେଉ । ଏହା କେନ୍ଦ୍ର ସରକାର ଚାହୁଁଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ରେଳ ବିଭାଗ ବିଶେଷ ଯୋଜନା କରିଛନ୍ତି । କିନ୍ତୁ ଏସବୁର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଯେଭଳି ସହଯୋଗ ରହିବା କଥା ତାହା ରହୁନଥିବାରୁ ବିକାଶ ବାଧାପ୍ରାପ୍ତ ହେଉଛି । ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ଅବସରରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି । ଦର୍ଶନା ମଙ୍ଗଳବାର ମଧ୍ୟାହ୍ନରେ ପାରଳାଖେମୁଣ୍ଡି ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ ।

ଏହାପରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଜିଲ୍ଲାକୁ ଆସିଥିବା ପାଣ୍ଠି କିଭଳି ଖର୍ଚ୍ଚ ହେଉଛି ତାହାର ସମୀକ୍ଷା କରିଥିଲେ । ଯେଉଁଥିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଏ ସପି ସ୍ବାତୀ ଏସ କୁମାର, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଏହାପରେ ସେ ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଯାଇ ସ୍ଥାନୀୟ ଦଳୀୟ ପଦାଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧୀଙ୍କ ସହ ଦଳୀୟ ସ୍ଥିତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ କିଭଳି ଦଳକୁ ସୁସଂଗଠିତ କରିହେବ ସେନେଇ ଗୁରୁମନ୍ତ୍ର ଦେଇଥିଲେ। ପରେ ସେ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ଯାଇ ଜାରି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ପରଖିବା ସହ ଷ୍ଟେସନ ନିର୍ମାଣ କାମ ଅତିଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଶେଷରେ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ରେଳବାଇର ବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ କେବଳ ରାଜ୍ୟମାନଙ୍କ ସହଯୋଗ ରହିବା ଆବଶ୍ୟକ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଶାଖପାଟଣା ଡିଆରଏମ ଅନୁପ ଶତପଥୀ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପାରଳାଖେମୁଣ୍ଡି ଓକିଲ ସଂଘ,ବରିଷ୍ଠ ନାଗରିକ ମଞ୍ଚ, ଭିନ୍ନକ୍ଷମ ସଂଘ ଆଦି ବିଭିନ୍ନ ସଂଗଠନର କର୍ମକର୍ତ୍ତା ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ବିଶାଖପାଟଣା ଡିଆରଏମ କାର୍ଯ୍ୟାଳୟ ପରିସରରେ ଥିବା ରେଳ ଇଞ୍ଜିନକୁ ପାରଳାଖେମୁଣ୍ଡି ଷ୍ଟେସନରେ ରଖିବା, ଏହି ରେଳପଥର ନିର୍ମାତା ତତକଳୀନ ପାରଳା ମହାରାଜା ଗୌରଚନ୍ଦ୍ର ଗଜପତି ଏବଂ ତାଙ୍କ ସୁପୁତ୍ର ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ନିର୍ମାତା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା, ହାଇଦ୍ରାବାଦ-ବିଶାଖପାଟଣା ଗୋଦାବରୀ ଏକ୍ସପ୍ରେସକୁ ଗୁଣପୁର ଯାଏଁ ସଂପ୍ରସାରଣ କରିବା ଏବଂ ପାରଳା ମହାରାଜାଙ୍କ ନାମ ଅନୁସାରେ ଦୁଇଟି ଟ୍ରେନର ନାମକରଣ କରିବା ଆଦି ଦାବି କରିଥିଲେ ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.