ETV Bharat / state

କର୍ମଚାରୀ କୋରୋନା ପଜିଟିଭ ପରେ ନର୍ସିଂହୋମ ୭ ଦିନ ପାଇଁ ସିଲ - nursing home was sealed for seven days

ସହରରେ ଥିବା ଅନ୍ୟ ନର୍ସିଂହୋମ ଗୁଡିକ ମଧ୍ୟ ଯାଞ୍ଚ କରାଯିବା ସହ କୋରୋନା ଲକ୍ଷଣ ଥିବା ରୋଗୀଙ୍କୁ ନସିଂହୋମରେ ରଖିବା ପୂର୍ବରୁ ତୁରନ୍ତ ଖବର ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

nursing home was sealed
ନର୍ସିଂହୋମ ୭ ଦିନ ପାଇଁ ସିଲ୍
author img

By

Published : Jun 29, 2020, 7:14 PM IST

ଗଜପତି: ସିଲ୍ ହେଲା ଗଜପତି ସହରର ନର୍ସିଂହୋମ । ଏକ ଘରୋଇ ନର୍ସିଂହୋମର କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ନର୍ସିଂହୋମକୁ ୭ ଦିନ ପାଇଁ ସିଲ୍ କରାଯାଇଛି । ଏହି ନର୍ସିଂହୋମର ଡାକ୍ତରଙ୍କ ତୁରନ୍ତ ସ୍ବାବ ସଂଗ୍ରହ କରାଯିବା ପାଇଁ ପଦକ୍ଷେପ ନେବା ସହ ଚିହ୍ନଟ ହୋଇଥିବା ନିର୍ସିଂହୋମ କର୍ମଚାରୀଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେନେଇ ମଧ୍ୟ ଯାଞ୍ଚ କରାଯାଉଥିବା ସିଡିଏମଓ ଡ.ପ୍ରଦୀପ କୁମାର ପାତ୍ର କହିଛନ୍ତି ।

ସିଡିଏମଓ ଡ.ପ୍ରଦୀପ କୁମାର ପାତ୍ରଙ୍କ ସୂଚନା

ଗଜପତି ଜିଲ୍ଲାରେ ଆଜି(ସୋମବାର) ୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପାରଳାଖେମୁଣ୍ଡି ସହର ୫ଜଣ ରହିଥିବା ବେଳେ ଗୁମ୍ମା ଏବଂ କାଶୀନଗର ବ୍ଲକର ଜଣେ ଲେଖାଏଁ ରହିଛନ୍ତି । ତେବେ ପାରଳାଖେମୁଣ୍ଡି ସହରର ୫ ଜଣଙ୍କ ମଧ୍ୟରୁ ୩ଜଣ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହୋଇଥିବା ବେଳେ ୨ ଜଣ କଣ୍ଟେନମେଣ୍ଟ ଅଞ୍ଚଳର ବୋଲି ପ୍ରଶାସନ ସଷ୍ଟ କରିଛି ।

ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୩ଜଣ ସହରର ଏକ ଘରୋଇ ସୌମ୍ୟ ନର୍ସିଂହୋମର କର୍ମଚାରୀ ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଆଜି ଏହାକୁ ୭ ଦିନ ପାଇଁ ସିଲ୍ କରାଯାଇଛି ।

ସେହିଭଳି ସହରରେ ଥିବା ଅନ୍ୟ ନର୍ସିଂହୋମ ଗୁଡିକ ମଧ୍ୟ ଯାଞ୍ଚ କରାଯିବା ସହ ସେମାନେ କୋଭିଡ ଲକ୍ଷଣ ଥିବା ରୋଗୀଙ୍କୁ ନର୍ସିଂହୋମରେ ରଖିବା ପୂର୍ବରୁ ତୁରନ୍ତ ଖବର ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ସେହିଭଳି ନର୍ସିଂହୋମଗୁଡିକର କୋରୋନା ମୁକାବିଲା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାର ମଧ୍ୟ ଯାଞ୍ଚ କରାଯାଉଥିବା ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.