ETV Bharat / state

Software ଇଞ୍ଜିନିୟରରୁ ସମାଜ ସେବା, ଖୁସି ବାଣ୍ଟୁଛି Joy Of Giving

author img

By

Published : Nov 18, 2021, 9:27 PM IST

ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ନିହାର ରଞ୍ଜନ ପଣ୍ଡା । ବାର୍ଷିକ ୧୦ ଲକ୍ଷ ଟଙ୍କାର ସଫ୍ଟଓ୍ବୟାର ଇଞ୍ଜିନିୟରିଂ ଚାକିରି ଛାଡି ମାନବ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ସହର ତଥା ଫୁଟପାଥରେ ଥିବା ଦୁଃଖି ରଙ୍କିଙ୍କ ସାହାରା ସାଜିଛନ୍ତି ନିହାର । ଅଧିକ ପଢନ୍ତୁ...

ସଫ୍ଟଓ୍ବେୟାର ଇଞ୍ଜିନିୟରରୁ ସମାଜ ସେବା
ସଫ୍ଟଓ୍ବେୟାର ଇଞ୍ଜିନିୟରରୁ ସମାଜ ସେବା

ଗଜପତି: ମାନବ ସେବା ହିଁ ମାଧବ ସେବା । ଏହାକୁ ଅଙ୍ଗେ ଅଙ୍ଗେ ଉପଲବ୍ଧି କରିଛନ୍ତି ପାରଳାଖେମୁଣ୍ଡିର ନିହାର ରଞ୍ଜନ ପଣ୍ଡା । ସେଥିପାଇଁ ତ ସେ ସଫ୍ଟଓ୍ବୟାର ଇଞ୍ଜିନିୟରିଂ ଭଳି ଲୋଭନୀୟ ଚାକିରୀ ଛାଡି ନିଜ ଜନ୍ମ ମାଟିକୁ ଫେରି ଆସିବା ସହ ଗରୀବ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଏହାଦ୍ବାରା ସେ ଆତ୍ମ ସନ୍ତୋଷ ଲାଭ କରୁଥିବା ବେଳେ ତାଙ୍କର ଏହି ସେବା ମନୋବୃତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ସଫ୍ଟଓ୍ବେୟାର ଇଞ୍ଜିନିୟରରୁ ସମାଜ ସେବା

ଆଜିର ବିଳାସ ବ୍ୟସନ ଦୁନିଆରେ ସମସ୍ତେ ଚାହାନ୍ତି ଏକ ପ୍ରତିଷ୍ଠିତ ସ୍ଥାନରେ ଚାକିରୀ ଖଣ୍ଡିଏ କରିବେ ଏବଂ ଭଲ ଦରମା ପାଇଁ ନିଜେ ଏବଂ ନିଜ ପରିବାରକୁ ଖୁସିରେ ରଖିବେ । ହେଲେ ପାରଳାଖେମୁଣ୍ଡି କବିଚନ୍ଦ୍ର ସାହିର ନିହାର ଏଥିରୁ ସମ୍ପୂର୍ଣ୍ଣ ଭିନ୍ନ । ନିହାର ଏମସିଏ ପାସ କରିବା ପରେ ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ସଫ୍ଟୱୟାର କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ବର୍ଷ କାମ କରିବା ପରେ ସେ ସେଠାକାର କିଛି ସ୍ବେଛାସେବୀ ଅନୁଷ୍ଠାନ ସଂସ୍ପର୍ଶରେ ଆସିଯାଇଥିଲେ । ସେହି ସଂସ୍ଥା ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଗରିବ ଲୋକଙ୍କ ସେବା କରିବା ଆରମ୍ଭ କରିଥିଲେ । ଯାହାକି ତାଙ୍କୁ ତାଙ୍କ ଲୋଭନୀୟ ଚାକିରି ଓ ଦରମା ଠାରୁ ଅଧିକ ଅତ୍ମସନ୍ତୋଷ ଦେଇଥିଲା । ତେଣୁ ସେ ଗାଁକୁ ଫେରି ଏଠାକାର ଗରିବ ଲୋକଙ୍କ ସେବା କରିବା ପାଇଁ ମନ ବଳାଇଥିଲେ ଏବଂ ଚାକିରି ଛାଡି ନିଜ ପରିବାର ସହ ଫେରି ଆସିଥିଲେ ପାରଳାଖେମୁଣ୍ଡିକୁ । ସେହିଦିନ ଠାରୁ ସେ ‘‘ଜୟ ଅଫ ଗିଭିଙ୍ଗ’’ (Joy Of Giving) ନାଁରେ ଏକ ସ୍ବେଛାସେବୀ ସଂସ୍ଥା ଗଢି ଗରିବଙ୍କ ସେବା କରିବା ଆରମ୍ଭ କରିଛନ୍ତି । ତେବେ ନିହାରଙ୍କ ମା’ ଜଣେ ଶିକ୍ଷୟତ୍ରୀ ହୋଇଥିବା ବେଳେ ବାପା ଅଧ୍ୟାପକ ।

ରୋଗୀଙ୍କୁ ସଫାସୁତରା କରିବା ଠାରୁ ଆରମ୍ଭ କରି ଅନାହାର ଅବସ୍ଥାରେ ପଡି ରହିଥିବା ପେଟକୁ ଦାନା ଏବଂ ଖୋଲା ଆକାଶ ତଳେ ରହୁଥିବା ଲୋକଙ୍କୁ ଚାଳ ଛପର ଖଣ୍ଡିଏ ଯୋଗାଇ ଦେବା ଭଳି କାମ କରିଆସୁଛନ୍ତି । ଏଥିପାଇଁ ସେ ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ଓ ତାଙ୍କ ସହପାଠୀ ମାନଙ୍କ ସହାୟତା ନେଉଥିବା କହିଛନ୍ତି । ଏପରିକି କୋଭିଡ୍ ସମୟରେ ଲୋକେ ନିଜ ନିକଟ ସମ୍ପର୍କୀୟଙ୍କ ସେବା କରିବା ତ ଦୂରର କଥା ତାଙ୍କ ପାଖ ମାଡିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉଥିଲେ । ସେହି ସମୟରେ ନିହାର ଆଗକୁ ଆସି ଲୋକଙ୍କ ସେବାରେ ନିଜକୁ ସାମିଲ କରିଥିଲେ ।

ଦିନଥିଲା ଦୁଇଓଳି ଦୁଇମୁଠା ଖାଇବା କିଛି ପରିବାର ପାଇଁ ଅସମ୍ଭବ ଥିଲା । ସେହିପରି ଖୋଲା ଆକାଶ ତଳେ ଖରା ବର୍ଷା ଶୀତରେ ସଢିବା ସହ ଦେହ ଖରାପ ହେଲେ ଔଷଧ ଟିକେ କିଣିବା ପାଇଁ ଅନେକଙ୍କ ପାଇଁ ସମ୍ଭବ ନଥିଲା । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ । ତେବେ ନିହାରଙ୍କ ଯୋଗୁଁ ସେମାନେ ଏହା ପାଇଛନ୍ତି ଏବଂ ଖୁସିରେ ଚଳୁଛନ୍ତି ବୋଲି ତାଙ୍କ ଦ୍ବାରା ଉପକୃତ ହୋଇଥିବା ଲୋକେ କହିଛନ୍ତି । ନିହାରଙ୍କ ଏଭଲି କାମକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ପାରଳାଖେମୁଣ୍ଡିରେ ବିବାହ ହେଉ କି ବ୍ରତ, କୌଣସି ଭୋଜିରେ ବର୍ତ୍ତମାନ ଆଉ ଖାଦ୍ୟ ନଷ୍ଟ ହେଉନାହିଁ । ଭୋଜିରୁ ବଳିଥିବା ଖାଦ୍ୟକୁ ବି ନିହାର ନେବା ସହ ନିଜେ ଭୋକିଲା ଲୋକଙ୍କ ମଧ୍ୟରେ ବଣ୍ଟନ କରିଥାନ୍ତି ବୋଲି କହିଛନ୍ତି ପାରଳାଖେମୁଣ୍ଡିର ଜଣେ ସଚେତନ ନାଗରିକ । କେବଳ ସେତିକି ନୁହେଁ ଭିନ୍ନକ୍ଷମଙ୍କୁ ମାସିକ ରାସନ ମଧ୍ୟ ଯୋଗାଡ କରି ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କ ଆବଶୟକୀୟ ଜିନିଷପତ୍ର ବି ଯୋଗାଇ ଦେଉଛନ୍ତି । ନିହାରଙ୍କ ଏଭଳି କାର୍ଯ୍ୟକ୍ରମ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଉତ୍ସାହିତ କରାଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.