ETV Bharat / state

ଗଜପତିରେ ଶିଶୁମିତ୍ର ଅଦାଲତ, ପିଲା ପଢିବେ ନ୍ୟାୟ ପାଠ

ଶିଶୁ ମାନଙ୍କର କୋର୍ଟ ନେଇ ଥିବା ଧାରଣାକୁ ଦୂର କରିବା ଲକ୍ଷ୍ୟରେ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ ପରିସରରେ ଖୋଲାଯାଇଛି ଶିଶୁ ମିତ୍ର ଅଦାଲତ ।

author img

By

Published : Jul 1, 2019, 3:17 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: କୋର୍ଟ, ନା ଶୁଣୁ ଶୁଣୁ ଛାତିରେ ଛନକା ପଶିଯାଏ । ସେ ଛୁଆ ହେଉ କି ବୁଢା ସମସ୍ତେ ଅଦାଲତକୁ ଯିବାପାଇଁ ଭୟ କରିଥାନ୍ତି । ତେବେ ଏଭଳି କ୍ଷେତ୍ରରେ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ । ଶିଶୁ ମାନଙ୍କ ମାନସିକ ସ୍ତରରେ ଯେପରି ଆଘାତ ନ ଲାଗେ ସେଥିପାଇଁ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ ପରିସରରେ ଖୋଲାଯାଇଛି ଶିଶୁ ମିତ୍ର ଅଦାଲତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

କିପରି ଭିନ୍ନ ପରିବେଶ ମଧ୍ୟରେ ଶିଶୁଟି ସମୟ କାଟିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା ସହ ପ୍ରସ୍ତୁତ କରାଯାଇଛି ଏକ ପ୍ରକୋଷ୍ଠ । କାନ୍ଥରେ ଶିକ୍ଷଣୀୟ ଚିତ୍ର, ଖେଳ ଉପକରଣ ସାଙ୍ଗକୁ ରହିଛି ବିଭିନ୍ନ ପୁସ୍ତକ । ତେବେ ଶିଶୁଙ୍କ ପାଇଁ ଏହା ବେଶ ଉପଯୋଗୀ ହେବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଜିଲ୍ଲାରେ ପୂର୍ବରୁ ଶିଶୁମିତ୍ର ଥାନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଶିଶୁ ମିତ୍ର ଅଦାଲତ ନିର୍ମାଣ ହେବା ନିଶ୍ଚିତ ଭାବେ ଏକ ସ୍ବାଗତ ଯୋଗ୍ୟ ପଦେକ୍ଷପ । ଏହାଦ୍ବାରା ପ୍ରତ୍ୟକ୍ଷ ବା ପରୋକ୍ଷରେ ଅଦାଲତକୁ ଆସୁଥିବା ପିଲାମାନେ ହଇରାଣ ହେବାରୁ ବଂଚିତ ହେବେ । ଯେତିକି ସମୟ ସେମାନେ ଏଠାରେ ରହିବେ ସେମାନେ କିଛି ଶିଖିବାର ସୁଯୋଗ ମଧ୍ୟ ପାଇବେ ।

ଅଦାଲତ ପରିସରରେ ଭିଡିଓ କନଫେରେନ୍ସିଂ ଭଳି ବ୍ୟବସ୍ଥା ହୋଇଛି । ଫଳରେ ବ୍ରହ୍ମପୁରରେ ରହୁଥିବା ବେଳେ ଅପରାଧୀମାନଙ୍କୁ ବିଚାର ପାଇଁ ଏଠାକୁ ଆଣିବା ପରିବର୍ତ୍ତେ କନଫେରେନ୍ସିଂ ମାଧ୍ୟମରେ ସେମାନଙ୍କ ବିଚାର ହୋଇପାରିବ । ଯାହାକୁ ଏସପି ଏବଂ ଓକିଲ ସଂଘ ସ୍ବାଗତ କରିବା ସହ ଏହା ନିଶ୍ଚିତ ଭାବେ ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ପିଲାଙ୍କୁ ସହାୟକ ହେବ ବୋଲି କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

blank 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.