ETV Bharat / state

9ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ମାଓନେତା ସବ୍ୟସାଚୀ - acquitted

ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ତାଙ୍କୁ 9ଟି ମାମଲାରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଏହାକୁ ବାଦ୍ ଦେଲେ ସବ୍ୟସାଚୀଙ୍କ ବିରୋଧରେ 33ଟି ମାମଲା ରହିଥିବା ତାଙ୍କ ଓକିଲ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ଗଜପତି
author img

By

Published : May 6, 2019, 3:02 PM IST

ଗଜପତି: ଖଲାସ ହେଲେ ମାଓନେତା ସବ୍ୟସାଚୀ ପଣ୍ଡା । ତାଙ୍କୁ 9ଟି ମାମଲାରେ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ସବ୍ୟସାଚୀଙ୍କ ନାମରେ 1997 ଠାରୁ 2003 ମସିହା ମଧ୍ୟରେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଦିଙ୍ଗି ଠାରେ ଦେଶୀ ବନ୍ଧୁକ, ଗନପାଉଡର ଓ ମାଓ ପୋଷ୍ଟର, ମାଣ୍ଡିମରା ଠାରେ ବେଆଇନ ରାସ୍ତାରୋକ, ସିନ୍ଧିବା ଓ ବୁରିଗୁଡା ଗାଁରେ ଫସଲ କାଟି ନେବା ବିରୋଧରେ ଅଭିଯୋଗ ଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଗଜପତି

ଏହାକୁ ଛାଡି କପିଲା କାଜୁ ଗାଁ ଲୋକଙ୍କୁ ଗୁଳି ଫୁଟାଇ ଗାଁ ଛାଡି ଚାଲିଯିବା ପାଇଁ ଧମକ ଦେଇଥିବା ମାମଲା ଓ ମାଝିଗୁଡା, ମାନ୍ଦ୍ରାବାଜୁ ଜମି ଗଣ୍ଡଗୋଳ, ପଞ୍ଚାୟତ ଅଫିସରୁ ଚାଉଳ ଚୋରି ଇତ୍ୟାଦି ମାମଲା ତାଙ୍କ ବିରୁଦ୍ଧରେ ରହିଥିଲା । ଦୀର୍ଘ ଦିନ ଧରି ଏହା ଆର ଉଦୟଗିରି ଜେଏମଏଫସି କୋର୍ଟରେ ମାମଲାଟି ବିଚରାଧୀନ ଥିଲା । ମାମଲାର ବିଚାର ବିଳମ୍ବ ହେଉଥିବା ଯୋଗୁଁ ସବ୍ୟସାଚୀଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଶୀଘ୍ର ବିଚାର କରିବା ପାଇଁ ଅପିଲ କରିଥିଲେ।

ଏହାକୁ ଭିତ୍ତିକରି ଆଜି ଜିଲ୍ଲାମୁଖ୍ୟ ବିଚାର ବିଭାଗୀୟ ଅଦାଲତରେ 9ଟି ମାମଲାର ଶୁଣାଣି ହୋଇଛି । ଏହାସହ ଗଜପତି ଜିଲ୍ଲାରେ ସବ୍ୟସାଚୀଙ୍କ ବିରୋଧରେ ରହିଥିବା 44ଟି ମାମଲାରୁ 11ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଏହାକୁ ବାଦ୍ ଦେଲେ ସବ୍ୟସାଚୀଙ୍କ ବିରୋଧରେ 33ଟି ମାମଲା ରହିଥିବା ତାଙ୍କ ଓକିଲ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.