ETV Bharat / state

ସରୁନି ରାସ୍ତା ଉନ୍ନତିକରଣ କାମ, ଅଧାପନ୍ତରିଆ ରାସ୍ତାରେ ଚାଲିଛି ଜୀବନ ଗାଡି - ଗଜପତିରେ ରାସ୍ତା କାମରେ ଦୁର୍ନୀତି

ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଅଧା ହୋଇ ପଡିରହିଛି ରାସ୍ତା କାମ । ଏ ହେଉଛି ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୃଶ୍ୟ । ଯେଉଁଠାରେ ଉନ୍ନତିକରଣ କାର୍ଯ୍ୟ ନାମରେ ବର୍ଷ ବର୍ଷ ଧରି ଚାଲିଛି ପ୍ରହସନ । ଅଧିକ ପଢନ୍ତୁ ...

road developement in paralakhemundi, gajapati latest news, corruption in road construction in gajapati, corruption in road construction, ପାରଳାଖେମୁଣ୍ଡିରେ ରାସ୍ତା ଉନ୍ନତିକରଣ କାମ, ଗଜପତି ଲାଟେଷ୍ଟ ନ୍ୟୁଜ୍‌, ଗଜପତିରେ ରାସ୍ତା କାମରେ ଦୁର୍ନୀତି, ରାସ୍ତା କାମରେ ଦୁର୍ନୀତି
ସରୁନି ରାସ୍ତା ଉନ୍ନତିକରଣ କାମ, ଅଧାପନ୍ତରିଆ ରାସ୍ତାରେ ଚାଲିଛି ଜୀବନ ଗାଡି
author img

By

Published : Jun 9, 2020, 10:40 PM IST

ଗଜପତି: ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଅଧା ହୋଇ ପଡିରହିଛି ରାସ୍ତା କାମ । ଏ ହେଉଛି ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୃଶ୍ୟ । ଯେଉଁଠାରେ ଉନ୍ନତିକରଣ କାର୍ଯ୍ୟ ନାମରେ ବର୍ଷ ବର୍ଷ ଧରି ଚାଲିଛି ପ୍ରହସନ । କେଉଁଠି ଦୁଇ ବର୍ଷ ତ କେଉଁଠି 4 ବର୍ଷ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଜି ଯାଏଁ ତାହା ସରିବାର ନାମ ନେଉ ନାହିଁ । ସେପେଟେ ଏହି ଅଧପନ୍ତରିଆ ରାସ୍ତା କାମ ପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।

ସରୁନି ରାସ୍ତା ଉନ୍ନତିକରଣ କାମ, ଅଧାପନ୍ତରିଆ ରାସ୍ତାରେ ଚାଲିଛି ଜୀବନ ଗାଡି

ରାସ୍ତାରେ ଅଧା କାମ ଓ ଯେତିକି କାମ ହୋଇଛି ତାହା ନିମ୍ନମାନର ହୋଇଥିବାରୁ କେଉଁଠି ପରସ୍ତ ପରସ୍ତ ହୋଇ ସିମେଣ୍ଟ ଛାଡୁଛି ତ କେଉଁଠି ପୁଣି କଂକ୍ରିଟ ରାସ୍ତାରୁ ରଡ ବାହାରି ଲୋକେ କ୍ଷତାକ୍ତ ହେଉଛନ୍ତି । ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟଠାରୁ ଆରମ୍ଭ କରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଗତ 4 ବର୍ଷ ହେବ ଓ କୋର୍ଟ ଛକଠାରୁ ଆରମ୍ଭ କରି ଥାନା ଛକ ପର୍ଯ୍ୟନ୍ତ ଗତ 2 ବର୍ଷ ହେବ ତାଲିଛି ରାସ୍ତା ଉନ୍ନତିକରଣ କାର୍ଯ୍ୟ । ହେଲେ ରାସ୍ତା କାମ ଶେଷ ହେବା ବଦଳରେ ଦିନ ଗଡିଚାଲିଛି ଓ କାମ ଯେମିତି ସେମିତି ପଡି ରହିଛି ।

ତେବେ ଗଜପତି ଜିଲ୍ଲା ସଦର ମହକୁମାରେ ପ୍ରଶାସନର ନାକ ତଳେ ଏପରି କାର୍ଯ୍ୟ ଚାଲୁଥିବା ବେଳେ ସମସ୍ତ ଅଧିକାରୀଙ୍କ ନୀରବତା ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମିତିରେ ଗ୍ରାମାଞ୍ଚଳମାନଙ୍କରେ ରାସ୍ତା କାମ କଥା ନ କହିବା ଭଲ । ତେବେ ସାଧାରଣ ଲୋକେ ଏହା ମଧ୍ୟ ଅଭିଯୋଗ କରିଛନ୍ତି କି ସହରରେ ଥିବା ଦୁଇ ମୁଖ୍ୟ ରାସ୍ତାର ଅବସ୍ଥା ଏତେ ଖରାପ ନହୋଇଥିଲେ ବି ସେଥିରେ ଦୋହରା କାମ କାହିଁକି ହେଉଛି । ଏମିତିରେ ବର୍ଷାଦିନ ଆସିବାରୁ ରାସ୍ତାରେ ପାଣି ଜମି ଦିନକୁ ଦିନ ଦୁର୍ଘଟଣାର ମାତ୍ରା ବି ବଢିବାରେ ଲାଗିଛି ।

ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କପ ପଚରା ଯିବାରୁ ଚିରାଚରିତ ଢଙ୍ଗରେ ପ୍ରସଙ୍ଗକୁ ଏଡାଇ ଯାଇଥିଲେ ସେ । ଶାନ୍ତିପ୍ରିୟ ଗଜପତିବାସୀଙ୍କ ନୀରବତାର ଲାଭ ଉଠାଇ ରାସ୍ତା କାମରେ ଏପରି ଅବହେଳା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଯଦି ଏ ଦିଗରେ ତୁରନ୍ତ କୌଣସି ପଦକ୍ଷେପ ନନିଆଯାଏ ତେବେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କଡା ଚେତାବନୀ ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.