ETV Bharat / state

ସୂର୍ଯ୍ୟ ତିଳକର ମୁଖ୍ୟ ବିନ୍ଧାଣୀ ଓଡିଆ ପୁଅ ସରୋଜ

author img

By ETV Bharat Odisha Team

Published : Jan 7, 2024, 11:02 PM IST

Sun Tilak Ritual In Ram Mandir: ଜାନୁଆରୀ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।ଏହି ଅବସରରେ ସୂର୍ଯ୍ୟ ତିଳକରେ ଅଭିିଶେକ ହେବେ ରାମ ଲାଲା । ଏହାର ନେତୃତ୍ୱ ନେଇଛନ୍ତି ଗଜପତିର ଡ.ସରୋଜ କୁମାର ପାଣିଗ୍ରାହୀ । ଅଧିକ ପଢନ୍ତୁ

ସୂର୍ଯ୍ୟ ତିଳକର ମୁଖ୍ୟ ବିନ୍ଧାଣୀ ଓଡିଆ ପୁଅ ସରୋଜ
ସୂର୍ଯ୍ୟ ତିଳକର ମୁଖ୍ୟ ବିନ୍ଧାଣୀ ଓଡିଆ ପୁଅ ସରୋଜ

ସୂର୍ଯ୍ୟ ତିଳକର ମୁଖ୍ୟ ବିନ୍ଧାଣୀ ଓଡିଆ ପୁଅ ସରୋଜ

ପାରଳାଖେମୁଣ୍ଡି: ଅଯୋଧ୍ୟାରେ ରାମ ଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ୨୨ ତାରିଖରେ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ରାମଲାଲାଙ୍କୁ ସୂର୍ଯ୍ୟ ତିଳକରେ ଅଭିଷେକ କାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ (CBRI) ତତ୍ତ୍ବାବଧାନରେ ଭବ୍ୟ ମନ୍ଦିର ନିର୍ମାଣ ଚାଲିଛି । ମର୍ଯ୍ୟାଦା ପୁରୁଷୋତ୍ତମଙ୍କଙ୍କ ଜନ୍ମ ଦିନ ଅର୍ଥାତ ମାର୍ଚ୍ଚ ୨୯ରେ ହେବାକୁ ଥିବା ରାମ ନବମୀରେ ପ୍ରଥମ ସୂର୍ଯ୍ୟ ତିଳକ ସୃଷ୍ଟି କରାଯିବ । ଯାହାଦ୍ୱାରା ଭଗବାନ ଶ୍ରୀରାମଙ୍କ ମସ୍ତକରେ 3ରୁ 4 ମିନିଟ ଧରି ସୂର୍ଯ୍ୟଙ୍କ କିରଣ ତିଳକ ଆକାରରେ ଦୃଶ୍ୟମାନ ହେବ । ରାମଙ୍କ ପାଇଁ ଏହି ଚମତ୍କାର ଅଭିଷେକର ପରିକଳ୍ପନା ପଛରେ ରହିଛନ୍ତି ଜଣେ ଓଡ଼ିଆ । ସେ ହେଉଛନ୍ତି ଗଜପତି ଜିଲ୍ଲାର ଡ.ସରୋଜ କୁମାର ପାଣିଗ୍ରାହୀ ।

ତେବେ ସରୋଜ ବର୍ତ୍ତମାନ CBRIର ଜଣେ ମୁଖ୍ୟ ବୈଜ୍ଞାନିକ ତଥା ମନ୍ଦିର ନିର୍ମାଣର ପ୍ରମୁଖ ଅନୁସନ୍ଧାନ ଭାବେ କାର୍ଯ୍ୟକରୁଛନ୍ତି । ସେ ରାମ ଲୋଲାଙ୍କ ସୂର୍ଯ୍ୟ ତିଳକ ଅଭିଷେକର ମୁଖ୍ୟ ବିନ୍ଧାଣି ଅଟନ୍ତି । ସରୋଜ କୁମାର ପାଣିଗ୍ରାହୀଙ୍କ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ତାଙ୍କର ସ୍କୁଲ ଓ କଲେଜ ସମୟ ଅତିବାହିତ ହୋଇଛି । ପରେ ବୁର୍ଲ୍ଲା ଭିସୁଟରେ ବିଟେକ୍ ଏବଂ ଆଇଆଇଟି ରୁର୍ କିରୁ ପିଏଚଡ଼ି ପରେ ବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନ CBRIର ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି ।

ମନ୍ଦିର ନିର୍ମାଣ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂର୍ଯ୍ୟ ତିଳକ ଅଭିଷେକ ପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ମନ୍ଦିରର ଜଟିଳ ନିର୍ମାଣ ଶୈଳୀ ଯୋଗୁଁ ସିଧାସଳଖ ଭଗବାନଙ୍କ ମସ୍ତକରେ ସୂର୍ଯ୍ୟ କିରଣ ପକାଇବା ସମ୍ଭବ ନଥିଲା । ସେଥିପାଇଁ CBRI ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଅଷ୍ଟ୍ରୋ ଫିଜିକ୍ସର ସହଯୋଗରେ ସେ ଏକ ମଡେଲ ପ୍ରସ୍ତୁତ କରିଥିଲେ । ସେ ଏକ ମିରର ଲେନ୍ସ ଓ ଅଷ୍ଟ ଧାତୁର ବ୍ୟବହାର କରି ଅପ୍ଟିକ ମେକାନିକାଲ ସିଷ୍ଟମ୍ ସହାୟତାରେ ସୂର୍ଯ୍ୟ ତିଳକର ପରିକଳ୍ପନା କରାଯାଇଥିବା ସେ କହିଛନ୍ତି । ଏଥିପାଇଁ 4ଟି ଲେଖାଏଁ ଉଚ୍ଚ ଗୁଣବତ୍ତା ଯୁକ୍ତ ଗ୍ଲାସ୍ ଓ ଲେନ୍ସର ବ୍ୟବହାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ......ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ: ଲାଗିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସିସିଟିଭି

ସୂର୍ଯ୍ୟାଲୋକ m-1ରେ ପଡ଼ିବ । ଏହାପରେ ଗର୍ଭ ଗୃହ ବାହାରେ ସ୍ଥାପିତ L-1 ,M-2,L-2,L-3,M-3 ଦେଇ ଅତିକ୍ରମ କରିବ । ଶେଷରେ ସୂର୍ଯ୍ୟାଲୋକ M-4 ଦ୍ଵାରା 75mm ତିଳକ ଆକାର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ମସ୍ତକରେ ଶୋଭା ପାଇବ । ଏହି ତିଳକ 3-4 ମିନିଟ୍ ଧରି ରାମ ଲାଲାଙ୍କ ମସ୍ତକରେ ରହିବ । ପ୍ରତି ବର୍ଷ ରାମ ନବମୀରେ ଶ୍ରୀରାମଙ୍କ ଶୋଭା ବର୍ଦ୍ଧନ କରିବ ।ଏହି କାର୍ଯ୍ୟ ବର୍ତ୍ତମାନ ଶେଷ ହୋଇଛି । ଆସନ୍ତା ମାର୍ଚ୍ଚ ୨୯ରେ ହେବାକୁ ଥିବା ରାମ ନବମୀରେ ପ୍ରଥମ ସୂର୍ଯ୍ୟ ତିଳକ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.