ETV Bharat / state

ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା, ସଜେଇ ହେଉଛି ପାରଳାଖେମୁଣ୍ଡି ସହର

ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ପାରଳାଖେମୁଣ୍ଡି ସହର । ଏଥର ରଥଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିଛି ମନ ମୁଗ୍ଧକର ଝୋଟି ଅଙ୍କନ । ଅଧିକ ପଢନ୍ତୁ

author img

By

Published : Jun 30, 2022, 6:43 PM IST

ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା, ସଜେଇ ହେଉଛି ପାରଳାଖେମୁଣ୍ଡି ସହର
ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା, ସଜେଇ ହେଉଛି ପାରଳାଖେମୁଣ୍ଡି ସହର

ଗଜପତି: ଅଣସରର ଦୀର୍ଘ ୧୫ଦିନ ପରେ ବୁଧବାର ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ପ୍ରଭୁ କାଳିଆ ଠାକୁର । ଦିନକ ପରେ ଠାକୁର ନବଦିନାତ୍ମକ ଯାତ୍ରାରେ ବାହାରିବେ । ଏଥିପାଇଁ ପାରଳାଖେମୁଣ୍ଡି ସମେତ ଗଜପତି ଜିଲ୍ଲାର ଜଗନ୍ନାଥ ମନ୍ଦିର ଥିବା ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶେଷ କରି ଦ୍ବିତୀୟ ପୁରୀ ଭାବେ ପରିଚିତ ପାରଳାଖେମୁଣ୍ଡିରେ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଘୋଷଯାତ୍ରା ପାଇଁ ସଜେଇ ହେଉଛି ପାରଳା ବଡ଼ଦାଣ୍ଡ । ପୌରପରିଷଦ ପକ୍ଷରୁ ବଡ଼ଦାଣ୍ଡରେ ବିଭିନ୍ନ ପ୍ରକାର ଝୋଟି ଅଙ୍କାଯାଇ ବଡଦାଣ୍ଡକୁ ସୁନ୍ଦର କରାଯାଇଛି । ରଥ ଟାଣିବାକୁ ନେଇ ସ୍ଥାନୀୟ ଲୋକେ ଖୁବ ଉତ୍ସାହିତ ଅଛନ୍ତି । କୋରୋନା କଟକଣା ପାଇଁ ଗତ ଦୁଇ ବର୍ଷ ବିନା ଭକ୍ତରେ କେବଳ ରୀତିନୀତି ମଧ୍ୟରେ ରଥ ଟଣାଯାଇଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ବେଶ୍ ଉତ୍ସାହିତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ରଥ ଗଡିବା ସହ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ଦର୍ଶନ କରିବା ପାଇଁ ଚାତକ ପରି ଚାହିଁ ରହିଛି ଭକ୍ତ । ଯାତ୍ରା ପାଇଁ 3ରଥ ପ୍ରସ୍ତୁତ ହୋଇ ସାରିଥିବାବେଳେ ବୁଧବାର ରଥକୁ ନୀଲବକୁ ବିଜେ ମଧ୍ୟ ହୋଇସାରିଛନ୍ତି ।

ସେପଟେ ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବଡଦାଣ୍ଡରେ ଝୋଟି ଅଙ୍କାଯାଇଛି । ମନ୍ଦିର ନିକଟ ରାସ୍ତାରେ ରଙ୍ଗ କାମ କରିବା ସହ ଏହା ଉପରେ ନାନା ପ୍ରକାର ଝୋଟି ଆଙ୍କାଯାଇଛି । ଝୋଟି ଏତେ ଆକର୍ଷଣୀୟ ହୋଇଛି ଯେ, ପ୍ରତ୍ୟେକ ଦିନ ଏଠାରେ ହଜାର ହଜାର ଲୋକଙ୍କ ସମାଗମ ହେଉଛି । କେବଳ ଏହି ଗୋଟିଏ ସ୍ଥାନରେ ନୁହେଁ, ବଡଦାଣ୍ଡର ବିଭିନ୍ନ ସ୍ଥାନରେ ଝୋଟି ଅଙ୍କାଯାଇଛି । ପାରଳାଖେମୁଣ୍ଡି ରଥଯାତ୍ରା ଇତିହାସରେ ରାଜଦାଣ୍ଡରେ ଏଭଳି ଝୋଟି ଆଙ୍କିବା ପ୍ରଥମ ଘଟଣା । ତେଣୁ ପ୍ରଶାସନକୁ ଲୋକେ ସାଧୁବାଦ ଜଣାଇବା ସହ ଏହା ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ବୋଲି କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.