ETV Bharat / state

ପୋଙ୍ଗଲ ପାଳୁଛି ଦକ୍ଷିଣ ଓଡିଶା, ନାଚିଗାଇ ଅଗ୍ନି ଦେବତାଙ୍କୁ ପୂଜା କଲେ ଲୋକେ - ଗଜପତି ଜିଲ୍ଲାରେ ପୋଙ୍ଗଲ୍ ପାଳନ

ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡିଆ ସମ୍ପ୍ରଦାୟର ଲୋକେ ରହୁଥିବାରୁ ଏଠାରେ ଖୁବ ଆନନ୍ଦ ଉଲ୍ଲାସର ସହ ଏହି ଦିନକୁ ପାଳନ କରିଥାନ୍ତି । ଏହି ଉତ୍ସବକୁ 4ଦିନ ଧରି ପାଳନ କରାଯାଇଥାଏ । ଅଧିକ ପଢନ୍ତୁ...

_pongal celebrated in south odisha
ପୋଙ୍ଗଲ୍ ପାଳୁଛି ଦକ୍ଷିଣ ଓଡିଶା
author img

By

Published : Jan 14, 2020, 9:45 PM IST

ଗଜପତି: ମକର ସଂକ୍ରାନ୍ତି ହିନ୍ଦୁ ସଂସ୍କୃତିର ବେଶ ମହତ୍ତ୍ବ ରଖେ । ବିଭିନ୍ନ ରାଜ୍ୟରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହି ଦିନକୁ ନିଜ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡିଆ ସମ୍ପ୍ରଦାୟର ଲୋକେ ରହୁଥିବାରୁ ଏଠାରେ ଖୁବ ଆନନ୍ଦ ଉଲ୍ଲାସର ସହ ଏହି ଦିନକୁ ପାଳନ କରିଥାନ୍ତି । ଏହି ଉତ୍ସବକୁ 4ଦିନ ଧରି ପାଳନ କରାଯାଇଥାଏ ।

ପୋଙ୍ଗଲ୍ ପାଳୁଛି ଦକ୍ଷିଣ ଓଡିଶା

ମକର ଉତ୍ସବକୁ ଓଡିଆ ମାନେ ମକର ଚାଉଳ ଭୋଗଲାଗି କରି ପାଳନ କରୁଥିବା ବେଳେ ଏହାକୁ ତେଲୁଗୁ ଲୋକେ ମଧ୍ୟ ପାଳନ କରିଥାନ୍ତି । ଏହି ପର୍ବର ପ୍ରଥମ ଦିନକୁ ଭୋଗି କୁହାଯାଇଥାଏ । ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦ୍ବିତୀୟ ଦିନରେ ପାଣ୍ଡୁକୁ ପାଳନ କରିଥାନ୍ତି । ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି ।

ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ସଂପ୍ରଦାୟର ଲୋକେ ବିଶେଷଭାବେ ବସବାସ କରିଥାନ୍ତି । ତେଣୁ ଏହି ସବୁ ଅଞ୍ଚଳରେ ପରସ୍ପରର ସଂସ୍କୃତି ଓ ପରମ୍ପରାକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଏକ ଭାଇଚାରର ସମ୍ପର୍କ ରହିଆସୁଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG - MAKARA SANKARANTI
FORMAT - PKG
REPORTER —HARIHARA PATNAIK
PLACE - GAJAPATI
DATE - 14.01.2020
ଆଙ୍କର - ମକର ସଂକ୍ରାନ୍ତି ହିନ୍ଧୁ ସଂସ୍କୃତିର ବେଶ ମହତ୍ବ ରଖେ । ବିଭିନ୍ନ ରାଜ୍ୟରେ ବିଭିନ୍ନ ସଂପ୍ରଦାୟର ଲୋକେ ଏହି ଦିନକୁ ନିଜ ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ତେବେ ଗଜପତି ଜିଲ୍ଲାରେ ଉଭୟ ତେଲୁଗୁ ଏବଂ ଓଡିଆ ସଂପ୍ରଦାୟର ଲୋକେ ରହୁଥିବାରୁ ଏଠାରେ ଖୁବ ଆନନ୍ଦ ଉଲାସର ସହ ଏହି ଦିନକୁ ପାଳନ କରିଥାନ୍ତି । ତେଲୁଗୁ ସଂପ୍ରଦାୟର ଲୋକେ ଏହି ଉତ୍ସବକୁ 4ଦିନ ଧରି ପାଳନ କରିଥାନ୍ତି । ଯିଏ ଯେଉଁଠି ଥିଲେ ମଧ୍ୟ ଏହି ଉତ୍ସବରେ ସାମିଲ ହେବା ପାଇଁ ସମସ୍ତେ ଘର ମୁହାଁ ହୋଇଥାନ୍ତି ।
Body:ଭିଓ 01 - ଗଜପତି ଜିଲ୍ଲାର ପାରଳଖେମୁଣ୍ଡି ଅଂଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ଭାଷା ଭାଷୀର ଲୋକେ ବସବାସ କରୁଥିବା ବେଳେ ଉଭୟ ସଂପ୍ରଦାୟ ମଧ୍ୟରେ ରହିଛି ଭାଇଚାରାର ସଂପର୍କ । ଉଭୟେ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେଇ ମିଳିମିଶି ପାଳନ କରିଆସୁଛନ୍ତି । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ମକର ଉତ୍ସବ । ମକର ଉତ୍ସବକୁ ଓଡିଆ ମାନେ ମକର ଚାଉଳ ଭୋଗଲାଗି କରି ପାଳନ କରୁଥିବା ବେଳେ ଏହାକୁ ତେଲୁଗୁ ମାନେ ମଧ୍ୟ କରିଥାନ୍ତି । ସେହିଭଳି ଏହି ସମୟରେ ତେଲୁଗୁ ସଂପ୍ରଦାୟର ମୁଖ୍ୟ ପର୍ବ ଭାବେ ପରିଚିତ ପୋଙ୍ଗାଲକୁ ତେଲୁଗୁ ମାନେ ଖୁବ ଧୁମ ଧାମରେ ପାଳନ କରୁଥିବା ବେଳେ ଓଡିଆମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି । ଏହି ପର୍ବର ପ୍ରଥମ ଦିନକୁ ଭୋଗି କୁହାଯାଇଥାଏ । ଏହି ଦିନ ବଡ ବଡ କାଠଗଣ୍ଡିରେ ନିଆଁ ଲଗାଇ ଅଗ୍ନି ଦେବତାଙ୍କୁ ପୂଜାର୍ଚ୍ଚାନା କରାଯାଉଥିବା ବେଳେ ଦ୍ବୀତିୟ ଦିନରେ ପାଣ୍ଡୁକୁ ପାଳନ କରିଥାନ୍ତି । ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ । ସେହିଭଳି ତୃତୀୟ ଓ ଚତୁର୍ଥ ଦିନ କାନୁମୁ ଓ ମୁକାନୁମୁ ପାଳନ ହୋଇଥାଏ । ଏହି ସମୟରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଖାଇବାର ମଜା ଉଠାଇଥାନ୍ତି ।
         ବାଇଟ 01 -ରେଣୁକା ( ପାରଳାଖେମୁଣ୍ଡି ବାସିନ୍ଦା)
         ବାଇଟ 02-ମାଧବୀ ( ପାରଳାଖେମୁଣ୍ଡି ବାସିନ୍ଦା )
ଭିଓ 02- ଏହି ଉତ୍ସବ ପାଳନର ଦୁଇଟି କାରଣ ରହିଥିବା କୁହାଯାଏ । ଗୋଟିଏ ପିତୃ ପୁରୁଷଙ୍କ ପିଣ୍ଡଦାନ ପାଇଁ କାରାଯାଇଥିବା ବେଳେ ଅନ୍ୟ କାରଣଟି ହେଉଛି ଚାଷୀମାନେ ହାଡଭଙ୍ଗା ଶୀତରେ କଷ୍ଟ କରି ଅମଳ କରିସାରିବା ପରେ ମଜା କରିବା ପାଇଁ ଏହା ପାଳନ କରାଯାଉଥିବା ମଧ୍ୟ କୁହାଯାଉଛି । ନୂତନ ଭାବେ ଅମଳ ହୋଇଥିବା ଫସଲକୁ ଠାକୁର ଏବଂ ପିତୃ ପୁରୁଷଙ୍କ ନିକଟରେ ଲାଗି କରିବା ସହ ବିଭିନ୍ନ ପ୍ରକାର ମଜା କରି ପାଇଁ ଏହାକୁ ପାଳନ କରାଯାଇଥାଏ । ଏହା ବନ୍ଧୁ ମିଳନର ଅନ୍ୟ ଏକ ମାଧ୍ୟମ ହୋଇଥିବାରୁ ସମସ୍ତେ ଏହାକୁ ପାଳନ କରିବା ପାଇଁ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥାନ୍ତି ।
         ବାଇଟ 03-ପିନିଣ୍ଟି କ୍ରୀଷ୍ଣା ( ପାରଳାଖେମୁଣ୍ଡି ବାସିନ୍ଦା )
Conclusion:ଫାଭିଓ - ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଂଚଳରେ ଉଭୟ ତେଲୁଗୁ ଏବଂ ଓଡିଆ ସଂପ୍ରଦାୟର ଲୋକେ ବିଶେଷଭାବେ ବସବାସ କରିଥାନ୍ତି । ତେଣୁ ଏହି ସବୁ ଅଂଚଳରେ ଉଭୟ ଉଭୟଙ୍କ ସଂସ୍କୃତି ଓ ପରମ୍ପରାକୁ ଆନନ୍ଦ ଉଲାସର ସହ ପାଳନ କରୁଥିବାରୁ ଉଭୟଙ୍କ ମଧ୍ୟରେ ଏକ ଭାଇଚାରର ସଂପର୍କ ରହିଆସୁଛି ।
.............ଗଜପତିରୁ ହରିହର ପଟ୍ଟନାୟକ ଇଟିଭି ଭାରତ.................
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.