ETV Bharat / state

ଜମି ଜବରଦଖଲ ବିବାଦ, ଜିଲ୍ଲାପାଳଙ୍କୁ ଦାବିପତ୍ର - କିଛି ଲୋକ ଜମି ଜବରଦଖଲ କରୁଥୁବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ

ଜମିକୁ ଜବରଦଖଲ ନେଇ ନୂଆଗଡ ବ୍ଳକ ତାବରଡା ଗାଁରେ ବିବାଦ । ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

କିଛି ଲୋକ ଜମି ଜବରଦଖଲ କରୁଥୁବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ

author img

By

Published : Jun 25, 2022, 2:00 PM IST

ଗଜପତି: ଜିଲ୍ଲାର ନୂଆଗଡ ବ୍ଳକ ତାବରଡା ଗାଁର ଖ୍ରୀଷ୍ଟିୟାନ ସାହି ପଛପଟେ ଥିବା ଏକ ଜମିକୁ କିଛି ଲୋକେ ଜବରଦଖଲ କରୁଥିବା ବେଳେ ସେହି ସାହିର ଲୋକେ ବିରୋଧ କରିଛନ୍ତି । ଏହାକୁ ନେଇ ବିଗତ ଦିନରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ଏପରିକି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଛି ଲୋକଙ୍କୁ ପୋଲିସ୍ ଗିରଫ ମଧ୍ୟ କରିଥିଲା । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ବାରସ୍ଥ ହୋଇଥିଲେ ।

ହେଲେ ଏହାପରେ ମଧ୍ୟ ଏହି ବିବାଦ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ମଧ୍ୟ କିଛି ଲୋକ ଏହି ଜାଗାକୁ ନାଲି ପତାକା ପୋତି ଜବରଦଖଲ କରିବାକୁ ଉଦ୍ୟମ କରୁଛନ୍ତି । ତାବରଡା ଗାଁର ଖ୍ରୀଷ୍ଟିୟାନ ସାହି ବାସିନ୍ଦା ଏଭଳି କିଛି ଅଭିଯୋଗ କରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମାଧାନ କରିବାକୁ ଦାବି କରିଛନ୍ତି । ଜୀବନ ଦେବୁ ପଛେ ସମ୍ପୃକ୍ତ ଜାଗାକୁ ଜବରଦଖଲକାରୀଙ୍କ କବ୍ଜାକୁ ଯିବାକୁ ଦେବୁନାହିଁ ନାହିଁ ବୋଲି ସେମାନେ କହିଛନ୍ତି ।

କିଛି ଲୋକ ଜମି ଜବରଦଖଲ କରୁଥୁବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ

ଗୁରୁବାର ଏହି ଘଟଣାକୁ ନେଇ ନୂଆଗଡ ତହସିଲଦାରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ମାତ୍ର ଦାବିପତ୍ର ଗ୍ରହଣ ନକରି ତହସିଲଦାର ଫେରାଇ ଦେଇଥିଲେ । ଫଳରେ ବାଧ୍ୟ ହୋଇ ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେବାକୁ ଆସିଥିବା ସେମାନେ କହିଛନ୍ତି । ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପରାୟରେ ବିରୋଧ କରାଯିବ ବୋଲି ତାବରଡା ଗ୍ରାମର ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.